ନେତାଜୀ ଜୟନ୍ତୀ ମହା ସମହରୋହରେ ପାଳିତ
ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶର୍ମାଛକ ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ପ୍ରତି ମୂର୍ତ୍ତି ଠାରେ ନେତାଜୀ ଜୟନ୍ତୀ ମହା ସମହରୋହରେ ପାଳିତ ହୋଇ ଯାଇଛି l ଏହି ଅବସରରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ନେତାଜୀଙ୍କ ପ୍ରତି ମୂର୍ତ୍ତି ରେ ମାଲ୍ାର୍ପଣ କରିଥଲେ l ଏହି ଅବସରରେ ବିଭିନ୍ନ ଗୁରୁତ୍ଵ ପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରାଯାଇଥିଲା l ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ରାୟବାହାଦୁର ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି : ଭାରତକୁ ବ୍ରିଟିଶ ସାମ୍ରାଜ୍ୟ ମୁକ୍ତ କରିବା ପାଇଁ ସୁଭାଷ ଚନ୍ଦ୍ର ବୋଷ ଦେଇଥିଲେ ଆହ୍ୱାନ l ପରି ଶେଷର ଉପସ୍ଥିତ ସମସ୍ତ ମଣ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଏଵଂ ସାମ୍ୱାଦିକ ମାନେ ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ l