ଗରିବ ବେସାହାରାମାନଙ୍କ ସାହାରା କଞ୍ଚନଶ୍ରୀ
ନୂଆଦିଲ୍ଲୀସ୍ଥିତ ବସନ୍ତକୁଞ୍ଜଠାରେ ଅବସ୍ଥିତ କଞ୍ଚନଶ୍ରୀ ନିରବଚ୍ଛିନ ଭାବେ ୨୦ ବର୍ଷରୁ ଉଦ୍ଧ୍ୱର୍ ଦରିଦ୍ର ନାରାୟଣଙ୍କ ସେବାରେ ନିଜକୁ ନିୟୋଜିତ କରି ଆସୁଅଛନ୍ତି । ବିଶିଷ୍ଟ ସମାଜସେବୀ ମ୍ୟାଡ଼ାମ ଅରୁଣା ଗୋଏଙ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ମାର୍ଗଦର୍ଶନରେ ଏହା ସୁପରିଚାଳିତ । ଆଖପାଖ ଅଞ୍ଚଳରୁ ପ୍ରତ୍ୟେକ ଦିନ ଛୁଆ ପିଲା, ଆବାଳ ବୃଦ୍ଧବନିତା ବିନା ମୂଲ୍ୟରେ ଖାଦ୍ୟ ଓ ଜଳଖିଆ ପାଇଁ ଛୁଟି ଆସନ୍ତି କଞ୍ଚନଶ୍ରୀକୁ ।
ମାନବ ସେବା ହିଁ ମାଧବ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ଏକ କ୍ଷୁଧାମୁକ୍ତ ସମାଜର ପରିକଳ୍ପନା କରିଥିବା ମ୍ୟାଡ଼ାମ ଅରୁଣା ଗୋଏଙ୍କା ନିଜକୁ ସମର୍ପିତ କରିଛନ୍ତି ଏହି ମହାନ କାର୍ଯ୍ୟରେ । ନିକଟରେ ସାଧାରଣ ଲୋକଙ୍କ ଓଡ଼ିଆ ଦୈନିକ ଖବର କାଗଜ “ପର୍ଯ୍ୟବେକ୍ଷକ’ ଦୈନିକ ଦି କଳିଙ୍ଗ କ୍ରୋନିକଲର ମୁଖ୍ୟ ସମ୍ପାଦକ ଡକ୍ଟର ପବିତ୍ର ମୋହନ ସାମନ୍ତରାୟ ନିଜ ଦିଲ୍ଲୀ ଗସ୍ତ ସମୟରେ କଞ୍ଚଶ୍ରୀ ପରିବାର ସଦସ୍ୟ ତଥା ଉପକୃତ ଗରିବ ନିସ୍ପେଷିତ ଜନସାଧାରଣଙ୍କ ସହ କିଛି ସମୟ ଅତିବାହିତ କରିଥିଲେ । ତାଙ୍କ ସହ ଓଡ଼ିଶାର ସର୍ବ ପୁରାତନ ଦୈନିକ ଖବର କାଗଜ “ସମାଜ”ର ଦିଲ୍ଲୀ ବ୍ୟୁରୋ ମୁଖ୍ୟ ଶକ୍ତି ପ୍ରସାଦ ନାୟକ ମଧ୍ୟ ସାମିଲ ହୋଇଥିଲେ । ଡକ୍ଟର ସାମନ୍ତରାୟ କ୍ଷୁଧାମୁକ୍ତ ସମାଜ ପାଇଁ ମ୍ୟାଡ଼ାମ ଅରୁଣା ଗୋଏଙ୍କାଙ୍କ ସାଧୁ ଉଦ୍ୟମକୁ ଭୂୟସି ପ୍ରଶଂସା କରିଥିଲେ । ସେବା, ତ୍ୟାଗ ଓ ଭଲ ପାଇବାର ଅନନ୍ୟ ନିଦର୍ଶନ କଞ୍ଚନଶ୍ରୀ ।