ବିଭିନ୍ନ୍ ସମସ୍ୟା ଉପରେ ଯାଜପୁର ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ l
କଳିଙ୍ଗନଗର – ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଖଣି କାରଖାନା ଥିବା ସତ୍ତ୍ୱେ ସ୍ଥାନୀୟ ବାସିନ୍ଦାଙ୍କ ଦୁଃଖ ଦିନକୁଦିନ ବଢିବାରେ ଲାଗିଛି l ଯାହାକି ଏହାର ବିକୃତ ପ୍ରତିଛବି ସାରା ବିଶ୍ୱରେ ପ୍ରଦର୍ଶିତ ହେଉଛି l କଳିଙ୍ଗନଗର ଗୁଳିକାଣ୍ଡ ଘଟଣା ପରେ ନଗଡା ବି କମ୍ ନ ଥିଲା, ଏବେ ଶିଳ୍ପାଞ୍ଚଳ ରେ ଅପପୁଷ୍ଟି ଦେଖାଯିବା ମଧ୍ୟ ଏକ ପ୍ରମୁଖ କାରଣ ପାଲଟିଛି l ବେକାରୀ ସମସ୍ୟା ନ କରିବା ଭଲ! ଏହି ସବୁ ସମସ୍ୟା କୁ ନେଇ ଯାଜପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସଭାପତି ବିଶ୍ବଜିତ ରାଜ ଓ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଯୁବମୋର୍ଚାର କର୍ମୀମାନେ ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି ବିଷୟ ନେଇ ଦୁଃଖ ପ୍ରକାଶ କରିବା ସହିତ ସ୍ଥାନୀୟ ବିଧାୟକ ଓ କାରଖାନା କର୍ତ୍ତୃପକ୍ଷ ଙ୍କୁ ଦାୟୀ କରିଛନ୍ତି l ଏହାର ଉଦାହରଣ କିଛି ଦିନ ପୂର୍ବରୁ ମଧ୍ୟପ୍ରଦେଶ ରେ ହୋଇଥିବା ଇଣ୍ଟରଭ୍ୟୁ ପରେ କଲିକତା ରେ ମଧ୍ଯ ଇଣ୍ଟରଭ୍ୟୁ ହୋଇଥିବା ବେଳେ ସେଠାରେ ଓଡିଆ ଙ୍କ ସାଟିଫିକେଟ୍ କୁ ଫିଙ୍ଗିଦେବା ସହ ନିସ୍ତୁକମାଡ ମାରିବା ଘଟଣା ଏବେ ସୁକିନ୍ଦା ନିର୍ବାଚନମଣ୍ଡଳୀ ରେ ଚର୍ଚ୍ଚା ର ବିଷୟ ପାଳଟିଛି । ଯାହା ଏବେ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆ ରେ ଘୁରିବୁଲୁଛି ଯାହା କୁ ନେଇ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧି । ଯଦି ଏକ ମାସ ଭିତରେ ସମସ୍ଯା ଗୁଡିକ ର ସମାଧାନ ନ ହୁଏ ତେବେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଥିବା ଦେଖିବାକୁ ମିଲିଛି।ସୂଚନା ମୁତାବକ କଳିଙ୍ଗନଗର ର ଏକ କାରଖାନା ପାଇଁ ଯେଉଁଠାରେ ଇଣ୍ଟରଭ୍ୟୁ ଡକା ଯାଇଥିଲା ସେଠାରେ କୌଣସି ସୁବେବସ୍ଥା କରାଯାଇ ନଥିଲା ଟେଣ୍ଟ୍ ଆଉ ପିଇବା ପାଣିର ଆଦୌ ବ୍ୟବସ୍ଥା କରାଯାଇନଥିଲା । ଯାହା ଫଳରେ ଆଶାୟୀମାନେ ସ୍କୁଲର ଗେଟ୍ ବାହାରେ ଖରାରେ ଘଣ୍ଟା ଘଣ୍ଟା ଧରି ରୁଣ୍ଡ ହୋଇ ଇଣ୍ଟରଭ୍ୟୁ ଦେବାକୁ ଅପେକ୍ଷା କରିବାକୁ ବାଧ୍ୟ ହୋଇଥିଲେ । ଦୀର୍ଘ ସମୟ ଅପେକ୍ଷା କରିବା ପରେ ଜଣେ ହେଲେ ଓଡ଼ିଆ ଆଶାୟୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଭିତରକୁ ଡକାଯାଇ ନ ଥିବା ବେଳେ ହଠାତ୍ ନିର୍ଦ୍ଦିଷ୍ଟ ପ୍ରାୟ ୪୦ ଜଣ ଅଣଓଡ଼ିଆ ଆଶାୟୀଙ୍କ ନାମ ଡକାଯାଇ ସେମାନଙ୍କୁ ଭିତରକୁ ଛଡାଯାଇଥିଲା । ଗୋଟିଏ ପଟରେ ଦୀର୍ଘ ସମୟ ଧରି ଖରାରେ ଛିଡାହୋଇ ଶୋଷରେ ଓଡ଼ିଆ ପିଲାମାନେ ଆଉଟୁପାଉଟୁ ହେଉଥିବା ବେଳେ କର୍ତ୍ତୃପକ୍ଷ ଜଣେହେଲେ ଓଡ଼ିଆଙ୍କୁ ନ ଡାକି ନିର୍ଦ୍ଦିଷ୍ଟ ଅଣଓଡ଼ିଆ ମାନଙ୍କୁ ଭିତରକୁ ଡାକିବା ଘଟଣା ସେଠାରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଥିଲା । ସେମାନେ ଏହି ବାଛବିଚାର ଘଟଣାର ତୀବ୍ର ପ୍ରତିବାଦ କରିବା ସହିତ ପ୍ରବଳ ପାଟିତୁଣ୍ଡ ହୋହାଲ୍ଲା କରିଥିଲେ । ଫଳରେ ସେଠାରେ ପରିସ୍ଥିତି ଅଣାୟତ ହୋଇ ପଡିଥିବା ବେଳେ କର୍ତ୍ତୃପକ୍ଷ ଏହାକୁ ଆୟତକୁ ଆଣିବାକୁ ଉଦ୍ୟମ କରିବା ପରିବର୍ତ୍ତେ ସେମାନେ ଦେଇଥିବା ସାଟିଫିକେଟ୍ ଥିବା ବାୟୋଡାଟାଗୁଡିକୁ ହଠାତ୍ ଗେଟ୍ ଉପରୁ ପଦାକୁ ଫୋପାଡି ଦେଇଥିଲେ । କର୍ତ୍ତୃପକ୍ଷଙ୍କ ଏପରି ଅମାନବୀୟ ବାଛବିବାର ଘଟଣାକୁ ନେଇ ଓଡ଼ିଆ ଆଶାୟୀମାନେ ଉତ୍ତେଜିତ ହେବା ସହିତ ଗେଟ୍ ପାଖରେ ଠେଲାପେଲା ହୋଇ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ସେଠାରେ ନିୟୋଜିତ କିଛି ସୁରକ୍ଷାକର୍ମୀଙ୍କ ସହିତ କିଛି ଅଣଓଡ଼ିଆ ଯୁବକ ପଦାକୁ ବାହାରି ଆସି ଠେଲାପେଲା ହେଉଥିବା ଓଡ଼ିଆ ଆଶାୟୀମାନଙ୍କୁ ନିସ୍ତୁକ ମାଡମାରି ଘଉଡାଇ ଦେବାକୁ ଉଦ୍ୟମ କରିଥିଲେ । ଇଣ୍ଟରଭ୍ୟୁ ତ ଦେଇ ପାରିଲେନି ଚାକିରି ପାଇଁ ଯାଇଥିବା ଓଡ଼ିଆ ଆଶାୟୀମାନେ ଶେଷରେ ମାଡ଼ଖାଇ ଓଡ଼ିଶା ଫେରି ଆସିବାକୁ ବାଧ୍ୟ ହୋଇଥିଲେ । ଏହି ସବୁ ଅପମାନିତ ଓ ତାଲିବାନି ଶାସନ କୁ ବରଦାସ୍ତ କରାଯିବ ନାହିଁ ବୋଲି ଯୁବମୋର୍ଚ୍ଚାର ରାଜ୍ଯ ସଭାପତି କହିଥିଲେ l ଆଗାମୀ ଦିନରେ ନିଜର ହକ୍ ପାଇଁ କଳିଙ୍ଗନଗର ଓ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଜୋରଦାର୍ ଲଢେଇ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି l ଦେଖାଯାଉ ଆଗାମୀ ଦିନରେ ଏହି ଘଟଣା ପ୍ରତି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକ କି ପଦକ୍ଷେପ ନେଇଛନ୍ତି ଜନସାଧାରଣ ଅପେକ୍ଷାରେ! (ଉମାକାନ୍ତ ମହାପାତ୍ର ଙ୍କ ରିପୋର୍ଟ)