ଅଘୋଷିତ ବିଦ୍ୟୁତ୍ କାଟ୍ କୁ ନେଇ ନିମଖଣ୍ଡି ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଅଞ୍ଚଳବାସୀ
ବ୍ରହ୍ମପୁର,୨୭/୦୫/୨୩(ମନୋଜ କୁମାର ପାତ୍ର): ନିମଖଣ୍ଡିରେ ଠାରେ ସ୍ଥାପନ ହୋଇଥିବା ବିଦ୍ୟୁତ କାର୍ଯ୍ୟାଳୟ ଠାରେ ଆଜି ପୂର୍ବାହ୍ନରେ ଜଗଦଳପୁର ନୂଆ ନେତାଜୀ ନଗର ବାସିନ୍ଦା । ଲୋଚାପଡ଼ା ଷ୍ଟକଚର ବିଦ୍ୟୁତ କାର୍ଯ୍ୟାଳୟର ମନମୁଖୀ କାର୍ଯ୍ୟ ସହ ଦୈନିକ ବିଦ୍ୟୁତ କାଟ୍ କୁ ନେଇ ନିମଖଣ୍ଡି ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଥିଲେ । ନୂଆ ନେତାଜୀ ନଗରରେ ପ୍ରାୟ ୧୫୦ଘର ବସବାସ କରୁଥିବା ବେଳେ ଦିନକୁ ଦିନ ଘର ସଂଖ୍ୟା ବୃଦ୍ଧି ପାଉଛି ।ତେବେ ଏହି ନୂଆ ନେତାଜୀ ନଗର ଅଞ୍ଚଳରେ ବିଦ୍ୟୁତ ଯୋଗାଣରେ ଘୋର ବାଧକ ସାଜିଥିବା ସହ ଲୋ-ଭୋଲ୍ଟେଜ୍ ସମସ୍ୟା ଯୋଗୁଁ ଟିଭି,ମଟର,ଫେନ୍, ଲାଇଟ୍ ଇତ୍ୟାଦି ବିଦ୍ୟୁତ୍ ଯନ୍ତ୍ରପାତି ପୋଡ଼ି ନଷ୍ଟ ହୋଇଯାଉଥିବା ଅଭିଯୋଗ କରିଛନ୍ତି ।ଏହି ଅଭିଯୋଗ ପରେ ବିଦ୍ୟୁତ କାର୍ଯ୍ୟାଳୟ ତରଫରୁ ଅଧିକାରୀ ମାନେ ତଦନ୍ତ କରି ସେଠାରେ ନୂତନ ଟ୍ରାନ୍ସଫରମର ଆବଶ୍ୟକତା ଦର୍ଶାଇଥିଲେ । ପରେ ସାହି ବାସିନ୍ଦା ବାରମ୍ବାର ଟ୍ରାନ୍ସଫର୍ମର ସ୍ଥାପନ ନେଇ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିବା ସୁଦ୍ଧା ବି ଟ୍ରାନ୍ସଫର୍ମର ସ୍ଥାପନ ଦୀର୍ଘ ବର୍ଷବର୍ଷ ଧରି କାର୍ଯ୍ୟକାରୀ ହୋଇଥିବା ବେଳେ ବିଦ୍ୟୁତକଟ୍ ଯୋଗୁଁ ଅସହ୍ୟ ଯନ୍ତ୍ରଣାରୁ ଗ୍ରାମବାସୀ ଉତ୍ୟକ୍ତ ହୋଇ ବିଦ୍ୟୁତ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ବିଭିନ୍ନ ନାରା ଦେଇ ଶାନ୍ତିପୂର୍ଣ୍ଣ ଧାରଣା ଦେଇ ଦାବି କରିଥିଲେ । ଏନେଇ ବିଦ୍ୟୁତ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ଶିଶିର କୁମାର ସାହୁଙ୍କୁ ପଚାରି ବୁଝିବାରୁ ସେ ୧ ସପ୍ତାହ ମଧ୍ୟରେ ଏହାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । କିନ୍ତୁ ଗ୍ରାମବାସି ତାଙ୍କୁ ବାରମ୍ବାର ବିଦ୍ୟୁତ କାଟ କାହିଁକି କରାଯାଉଛି ବୋଲି ବିଭିନ୍ନ ପ୍ରଶ୍ନ କରିଥିଲେ ।ବାରମ୍ବାର ପ୍ରତିଶୃତି ମିଳୁଥିଲେ ମଧ୍ୟ ଏହା ପାଣିର ଗାର ସଦୃଶ୍ୟ ଭଳି । ଏହାର ପ୍ରତିକାର ଯଥାଶୀଘ୍ର ନହେଲେ ଆଗାମୀ ଦିନ ରେ ରାଜ ରାସ୍ତାରେ ଧାରଣା ଦେବା ସହ ନିଆଁ ଜଳାଇବାକୁ ଚେତାବନୀ ଦେଇଛନ୍ତି । ଏଥିରେ ବି.ସୁନିଲ ପାତ୍ର,ନୀଳାଞ୍ଚଳ ବେହେରା,ବିକାଶ ବେହେରା,ଅଶ୍ୱିନୀ କୁମାର ରଥ,ଆନନ୍ଦ ପଣ୍ଡା,ରମେଶ ପାତ୍ର, ଆଇନଜିବି ଅମିତ୍ କୁମାର ସାହୁ, ବୁଲୁ ସେଠି,ଗଙ୍ଗା ପାତ୍ରଙ୍କ ସମେତ ନୂଆ ନେତାଜୀ ନଗରର ସାହି ବାସିନ୍ଦାଙ୍କ ନେତୃତ୍ୱରେ ଧାରଣା ଦିଆଯାଇଥିଲା ।