ନେତାଜୀ ସୁବାଷ ସେନାର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ।
ଅନୁଗୁଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନେତାଜୀ ସୁବାଷ ସେନାର ଚତୁର୍ଥ ବାର୍ଷିକ ଉତ୍ସବ ଆଜି ତାଳଚେର ବାଇପାସ ସ୍ଥିତ ହୋଟେଲ ଗ୍ରୀନପାର୍କର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ସେନାର ଉପଦେଷ୍ଟା ହରମୋହନ ମିଶ୍ରଙ୍କ ପୋରହିତ୍ୟରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଦେବୀ ପ୍ରସାଦ ମିଶ୍ର,ସମ୍ମାନିତ ଅତିଥି ସମାଜସେବୀ ବିଭୁତି ସାହୁ,ବାପି ମହାନ୍ତି ବରିଷ୍ଠ ସାମ୍ବାଦିକ ପ୍ରଦୀପ ମହାରଣା,ହିମାଂଶୁ ଗଡନାୟକ ଓ ନାରୀନେତ୍ରୀ ଉର୍ମିଳା ଦେହୁରୀ ଯୋଗଦେଇ ସର୍ବ ପ୍ରଥମେ ମହା ପୁରୁଷ ସୁବାସ ବୋଷଙ୍କ ପଟ୍ଟଚିତ୍ରରେ ଧୂପ ଓ ପୁଷ୍ପମାଲ୍ୟ ଅର୍ପଣ କରି ଆନୁଷ୍ଠାନିକ ଉଦଘାଟନ କରିଥିଲେ । ସେନାର ଉପଦେଷ୍ଟା ଶ୍ରୀ ମିଶ୍ର ନେତାଜୀ ସୁବାଷ ସେନାର ବାର୍ଷିକ ବିବରଣୀ,ଅତିଥି ପରିଚୟ ଓ ସ୍ବାଗତ ବକ୍ତବ୍ୟ ପ୍ରଦାନ କରିଥିଲେ। ନେତାଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜର ଯୁବାବର୍ଗ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମୁଖ୍ୟ ଅତିଥୀଙ୍କ ସାରଗର୍ଭକ ବକ୍ତୃତା ଦ୍ୱାରା ଆହ୍ଵାନ ଦେଇଥିଲେ। ନେତାଜୀ ସୁବାଷ ସେନାର ସମସ୍ତ ସଦସ୍ୟ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉତ୍ତରୀୟ,ପୁଷ୍ପ ଗୁଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ,ସମଲ କଣିହାଁ,ପାଲଲହଡା,ଛେଣ୍ଡିପଦା,ପର୍ଜଙ୍ଗ,କଙ୍କଡ଼ାହାଡ଼,ତାଳଚେର ଏବଂ ଅନୁଗୁଳ ପ୍ରଭୁତି ଅଞ୍ଚଳରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ଆଉ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ବସନ୍ତ କୁମାର ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ସତ୍ୟସମ୍ଭୁ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ ।