୮୫ ବସ୍ତା ଗଞ୍ଜେଇ ଜବତ,ଆସାମୀମାନେ ଫେରାର
ମାଲକାନଗିରି I
ଗତ କାଲି ରାତିରେ ଚିତ୍ରକୋଣ୍ଡା ପୋଲିସ ସଙ୍ଗମାଗୁଡା ଗାଁ ନିକଟସ୍ଥ ଜଙ୍ଗଲରୁ ୮୫ ବସ୍ତା ଗଞ୍ଜେଇ ଜବତ କରଥିବା ବେଳେ ଆସାମୀମାନେ ଫେରାର ହୋଇଥିବା ଜଣା ପଡିଛି I
ଏକ ନିର୍ଭର ଯୋଗ୍ଯ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲେକାଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ବଡ଼ପଦର ପଞ୍ଚାୟତ ଅନ୍ତର୍ଗତ ସଙ୍ଗମାଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚଢାଉ କରିଥିଲା । ଦୂରରୁ ପୋଲିସକୁ ଦେଖି ଗଞ୍ଜେଇ ଚୋରା ଚାଲାଣକାରୀମାନେ ଅନ୍ଧାରର ସୁଯୋଗ ନେଇ ଗଞ୍ଜେଇ ଛାଡ଼ି ଜଙ୍ଗଲ ଭିତରେ ଆତ୍ମଗୋପନ କରିଥିଲେ Iପୋଲିସ ଅନ୍ଧାରରେ ଆସାମୀମାନଙ୍କୁ ଧରିବାରେ ସକ୍ଷମ ହୋଇ ନଥିଲା Iପୋଲିସ ସେଠାରୁ ୮୫ଟି ଜରି ବସ୍ତାରେ ଭର୍ତ୍ତି ହୋଇ ରହିଥିବା ଗଞ୍ଜେଇକୁ ଜବତ କରି ଥାନାକୁ ଆଣିଥିଲା Iଉକ୍ତ ଗଞ୍ଜେଇର ଓଜନ ୨ ଟନ ୧୫୨ କିଲୋ ରହି ଥିବା ବେଳେ ଏହାର ବଜାର ମୂଲ୍ୟ ପ୍ରାୟ ୨ କୋଟି ୧୫ ଲକ୍ଷ ହେବ ବୋଲି ଆକଳନ କରାଯାଇଛି I ତେବେ ଘଟଣା ସ୍ଥଳରୁ କୌଣସି ଅଭିଯୁକ୍ତକୁ ପୋଲିସ ଧରିବାରେ ସକ୍ଷମ ହୋଇନଥିବା ଜଣାପଡିଛି I ଆସାମୀମାନେ ଗଞ୍ଜେଇ ଚାଲାଣ କରିବା ପୂର୍ବରୁ ପୋଲିସ ଉପସ୍ଥିତି ଦେଖି ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ ଭିତରେ ଫେରାର ହୋଇ ଯାଇଥିଲେ I ବର୍ତ୍ତମାନ ଚିତ୍ରକୋଣ୍ଡା ପୋଲିସ କାହାର ଗଞ୍ଜେଇ ଓ କେଉଁମାନେଏଥିରେ ସମ୍ପୃକ୍ତ ଅଛନ୍ତି ଅଧିକ ତଦନ୍ତ ଜାରି ରହିଛି I