ଶିଶୁଗୃହର ଅନ୍ତେବାସୀ ମାନଙ୍କ ପାଇଁ ଗ୍ରୀଷ୍ମ କାଳୀନ ଶିବିର
ମାଲକାନଗିରି Iତା: ୩୧/୦୫
ବୁଧବାର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ମାଲକାନଗିରି ଓ ଜିଲ୍ଲା ପ୍ରଶାସନ ମାଲକାନଗିରି ଦ୍ୱାରା ଜିଲ୍ଲାରେ ଥିବା ତିନୋଟି ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀ ଓ କର୍ମଚାରୀମାନଙ୍କୁ ନେଇ ଗ୍ରୀଷ୍ମ କାଳୀନ ଶିବିର -୨୦୨୩ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି I ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସମାରି ଟାଙ୍ଗୁଲ, ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ, ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅନୁରାଧା ମହାନ୍ତି, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, କିଶୋର ନ୍ୟାୟ ବୋର୍ଡର ସମ୍ମାନୀୟ ସଦସ୍ୟ ସନ୍ତୋଷ କୁମାର ଦାସ , ଶିଶୁ ମଙ୍ଗଳ ସମିତିର ସଦସ୍ୟ ମୋନଜ କୁମାର ସାହୁ ଓ ଜିଲ୍ଲା ନିଯୁକ୍ତି ଅଧିକାରୀ ମନସ୍ଵୀ ସେଠୀ ଯୋଗଦାନ କରିଥିଲେ I ଏହି ଉଦ୍ଘାଟନୀ ଉତ୍ସବକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ I ଅତିଥି ମାନଙ୍କୁ ଆନୁଷ୍ଠାନିକ ଭାବେ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ମଞ୍ଚକୁ ଆମନ୍ତ୍ରଣ କରାଯାଇ ପ୍ରଦୀପ ପ୍ରଜ୍ଵଳନ କରାଯାଇଉଦଘାଟନ ହୋଇଥିଲା I
ନିର୍ଦ୍ଧାରିତ କାର୍ଯ୍ଯସୂଚୀ ଅନୁଯାଇ ଉକ୍ତ ଗ୍ରୀଷ୍ମ କାଳୀନ ଶିବିର ୩୧.୦୫.୨୦୨୩ ରୁ ଆରମ୍ଭ ହୋଇ ୦୪.୦୬.୨୦୨୩ ପର୍ଯ୍ଯନ୍ତ ଦୀର୍ଘ ପାଞ୍ଚ ଦିନ ଧରି ଚାଲିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି I ଏହି ଗ୍ରୀଷ୍ମ କାଳୀନ ଶିବିରରେ ମାଲକାନଗିରି ଜିଲ୍ଲାରେ ଥିବା ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ଯଥା ପରିବର୍ତ୍ତନ ଶିଶୁଗୃହ , ମାଲକାନଗିରି , ନୀଳାଚଳ ଆଦିବାସୀ ସେବା ଶ୍ରମ କୋରୁକୋଣ୍ଡା , ଜୟ ଶିଶୁଗୃହ ଖଇରପୁଟର ୧୬୦ ଜଣ ଅନ୍ତେବାସୀ ଓ ସମସ୍ତ କର୍ମଚାରୀ ଯୋଗଦାନ କରିଥିଲେ I ଏହି ଶିବିର ମାଧ୍ୟମରେ ଶିଶୁମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣର ପରିପ୍ରକାଶ ଓ ସେମାନଙ୍କ ମଧ୍ୟରେ ଥିବା ସମ୍ଭାବନାର ବିକାଶ ପାଇଁ ଉଦ୍ୟମ କରାଯାଇଅଛି I ପ୍ରତ୍ୟେକ ଶିଶୁ ଅନନ୍ୟ ର ଆଗ୍ରହ ଓ ଦକ୍ଷତାକୁ ଆଧାର କରି ସେମାନଙ୍କୁ ଆତ୍ମସୁରକ୍ଷା ର କୌଶଳ, କଠିନ ପରିସ୍ଥିତିର ମୁକାବିଲା, ସ୍ବଚ୍ଛ ଓ ସୁସ୍ଥ ରହିବାର କୌଶଳ, ଯୋଗ ଓ ଧ୍ୟାନର ପ୍ରଶିକ୍ଷଣ, ସଙ୍ଗୀତ, ନୃତ୍ୟ, ଅଭିନୟ ପ୍ରଶିକ୍ଷଣ, ତୀର ଚାଳନା ଓ ଶିଶୁ ଅଧିକାର ସମ୍ବନ୍ଧୀୟ ଆଇନ ଉପରେ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଅଛି I