ରାଜ୍ୟ

ବାଣିଜ୍ଯରେ ଜିଲ୍ଲା ଟପ୍ପର,ଏବେ ଦିନ ମଜୁରିଆ
(ବଣ୍ଡା ଜନଜାତିର ଝିଅ ପାଇଁ ଅର୍ଥ ସାଜିଛି ପ୍ରବନ୍ଧକ)

ମାଲକାନଗିରି Iତା:୩୦/୦୫
ରାଜ୍ୟ ସରକାର ଆଦିବାସୀଙ୍କ ଶିକ୍ଷା ପାଇଁ ବିଭିନ୍ନଯୋଜନା କରୁଥିବା ଡିଣ୍ଡିମ ପିଚୁଥିବା ବେଳେ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ I
ମାଲକାନଗିରି ଜିଲ୍ଲାରେ ବିଗତ ଦିନରେ ବାଣିଜ୍ଯରେ ଟପ୍ପର ହୋଇଥିବା ବଣ୍ଡା ଝିଅ କରମା ମୁଦୁଲି ପଢା ଖର୍ଚ୍ଚ ଉଠାଇବା ପାଇଁ ଏବେ ଦିନ ମଜୁରିଆ ଭାବେ କାଳକାଟୁଥିବା ଓଡିଶା ସରକାରଙ୍କ ପାଇଁ ଲଜ୍ଜାଜନକ ଘଟଣା ଆଉ କ’ଣ ହୋଇ ପାରେ ?
ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ,ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ବଣ୍ଡା ଘାଟି ମୁଦୁଲିପଡା ଅଞ୍ଚଳର ଆଦିମ ଜନଜାତି ବଣ୍ଡା ଝିଅ କରମା ମୁଦୁଲି ଆଜି ଉଚ୍ଚ ଶିକ୍ଷା କରିବା ପାଇଁ ପାଲଟିଛି ଦିନ ମଜୁରିଆ I ଦିନେ +୨ ବାଣିଜ୍ଯରେ ୭୬.୨୨ ପ୍ରତିଶତ ମାର୍କ ରଖି ମାଲକାନଗିରି ଜିଲ୍ଲା ଟପ୍ପର ହେବା ପରେ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଓ ମହାମହିମ ରାଜ୍ୟପାଳଙ୍କ ଠାରୁ କରମା ସମ୍ମାନିତ ପାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଏହା ସହ ଉଚ୍ଚ ଶିକ୍ଷାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ Iକିନ୍ତୁ ପରବର୍ତ୍ତୀ ସମୟରେ ସବୁ ପ୍ରତିଶ୍ରୁତି ମିଥ୍ଯା ବୋଲି ଆଜି ପ୍ରମାଣିତ ହୋଇ ଯାଇଛି Iତାଙ୍କ ପରିବାର ଅତ୍ଯନ୍ତ ଗରିବ ହେତୁ କରମାର ପଢା ଖର୍ଚ୍ଚ ତାଙ୍କ ବାପା ମା’ତୁଲାଇବା କଷ୍ଟ ସାଧ୍ଯ Iଏଣୁ କରମା ନିଜ ଗ୍ରାମକୁ ଗ୍ରୀଷ୍ମ ଅବକାଶରେ ଆସିଥିବା ବେଳେ ଉଚ୍ଚ ଶିକ୍ଷା ପାଇଁ ଦୈନିକ ମଜୁରି ଲାଗ ଅର୍ଥ ସଞ୍ଚୟ କରୁଥିବା ଜଣା ପଡିଛି I ବର୍ତ୍ତମାନ କରମା ମୁଦୁଲୀ ଭୁବନେଶ୍ୱର ସ୍ଥିତ ରମା ଦେବୀ ମହିଳା ବିଶ୍ଵ ବିଦ୍ୟାଳୟରେ +୩ ବାଣିଜ୍ୟ ଛାତ୍ରୀ ଭାବେ ଅଧ୍ୟୟନ ରତ I ପାଠ ପଢିବା ପାଇଁ ବର୍ଷକୁ ହଷ୍ଟେଲେ ବାବଦକୁ ୧୨୦୦୦/- ଟଙ୍କା, ବହି ଖାତା ,ପୋଷାକ ପତ୍ର ବାବଦକୁ ୫୦୦୦/- ଟଙ୍କା ଖର୍ଚ୍ଚ କରିବାକୁ ପଡିଥୀଏ I ତେଣୁ ଏହି ଖର୍ଚ୍ଚକୁ ଭରଣା ପାଇଁ ପ୍ରତି ବର୍ଷ ଗ୍ରୀଷ୍ମ ଅବକାଶରେ ଆସି ଗାଁ ରେ କୁଲି ମୂଲିଆ କରିବାକୁ ପରିସ୍ଥିତି ବାଧ୍ୟ କରିଥାଏ Iଉଚ୍ଚ ଶିକ୍ଷା ପ୍ରାପ୍ତ ଲାଗି କରମାର ସଂଘର୍ଷ I ବେଶୀ ପାଠ ପଢି ଜିଲ୍ଲାପାଳ ହେବାକୁ ବଣ୍ଡା ଜନଜାତି ଝିଅ କରମାର ସ୍ବପ୍ନ Iତେବେ ଗରିବ ନିସ୍ପେଷିତ ଘରେ ଜନ୍ମ ହୋଇଥିବା ପିଲାମାନେ ମନରେ ବହୁତ ଆଶା ଓ ସ୍ବପ୍ନ ଦେଖନ୍ତି,ମାତ୍ର ଦରିଦ୍ର ଆଗରେ ଏହି ସୁନେଲୀ ସ୍ବପ୍ନକୁ ଭାଗ୍ଯ ସାଥ ଦେବ ନା ସେହି ଅନ୍ଧକାରରେ ମଉଳିଯିବ ଆଗାମୀ ଭବିଷ୍ଯତ କହିବ I

Leave a Reply

Your email address will not be published. Required fields are marked *