ରାଜ୍ୟ

ସାରା ଓଡ଼ିଶା ପାଇଁ ବିଜୟ ଶ୍ରୀ ଙ୍କ ଅବଦାନ ଅତୁଳନୀୟ,, ପ୍ରଣବ ପ୍ରକାଶ ବିଜେଡ଼ି ରାଜ୍ୟ ସମ୍ପାଦକ,,, ବିଜୟ ଶ୍ରୀ ଙ୍କ ଦିତୀୟ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଟିତ,,,,, ଯୋଗ ଦେଲେ ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା।

ବାସୁଦେବପୁର – ବାସୁଦେବପୁର ରେପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ଶ୍ରୀ ଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକ ଉତ୍ସବ ସ୍ଥାନୀୟ ମହିସା ପଦା ଠାରେ ବିଜୟ ଶ୍ରୀ ମଣ୍ଡପ ରେ ଅନୁଷ୍ଟିତ ହୋଇ ଯାଇଛି। ଏହି ଅବସର ରେ ଅନୁଷ୍ଟିତ ସଭା କାର୍ଯ୍ୟ କର୍ମ ରେ ତାଙ୍କ ପୁତ୍ର ତଥା ବାସୁଦେବପୁର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଙ୍କ ଉପସ୍ଥିତି ରେ ବିଧାୟକ ଙ୍କ ପ୍ରତିନିଧି ଅସିତ୍ କୁମାର ଦାସ ଙ୍କ ସଂଯୋଜନା ରେ ଏକ ସଭା କାର୍ଯ୍ୟ କର୍ମ ଆୟୋଜିତ ହୋଇ ଯାଇଛି। ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ବିଜୟ ଶ୍ରୀ ରାଉତ ରାୟ ଙ୍କ ଅବଦାନ ଅତୁଳନୀୟ ବୋଲି ବର୍ଣ୍ଣନା କରିଥିଲେ। ସାରା ଓଡ଼ିଶା ରେ ବିଜୟ ଶ୍ରୀ ଜଣେ ସୁ ପରିଚିତ ବ୍ୟକ୍ତିତ୍ଵ ବୋଲି ସେ କହିଛନ୍ତି। ଅନ୍ୟତମ ଅତିଥି ଭାବରେ ଜିଲ୍ଲା ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ବିଜୟୀ ଶ୍ରୀ ରାଉତ ରାୟ ଙ୍କ ଅବଦାନ ଅତୁଳନୀୟ ବୋଲି ବର୍ଣ୍ଣନା କରିଥିଲେ। ସେହିପରି ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ବ୍ୟୋମକେଶ ରାୟ, ପ୍ରଫୁଲ୍ଲ ସାମଲ, ସ୍ୱରୂପ ଦାସ, ସଞ୍ଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ, ତିହିଡି ବ୍ଲକ ଅଧ୍ୟକ୍ଷ ଅବନ୍ତି ଦାସ, ଭଦ୍ରକ ପୌର ଅଧ୍ୟକ୍ଷ। , ବାସୁଦେବପୁର ବ୍ଳକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ଧାମନଗର ବ୍ଲକ ଅଧ୍ୟକ୍ଷ, ସେହିପରି ଅନେକ ଜିଲ୍ଲା ପରିଷଦ ଯୋଗ, ବରିଷ୍ଠ ନେତୃତ୍ୱ ଜିଲ୍ଲା ର ବିଭିନ୍ନ ସ୍ଥାନ ରୁ ଯୋଗ ଦେଇଥିଲେ। ଶିକ୍ଷାବିତ୍ ଦୁଃଶାସନ ରାଉତ, ସାହିତ୍ୟିକ ପିତାମ୍ବର ମିଶ୍ର, ରାଜ୍ୟ ମହିଳା ସମ୍ପାଦିକା ରଶ୍ମିତା ନାୟକ, ଉପ ନଗର ପାଳ ଉତ୍ତମ ବାରିକ୍, ନାରୀ ନେତ୍ରୀ ଜୟନ୍ତୀ ବାରିକ୍, ବ୍ଲକ୍ ବିଜେଡ଼ି ସଭାପତି ଦିନ ବନ୍ଧୁ ଦାସ ଯୋଗ ଦେଇ ଥିଲେ। ମଞ୍ଚଷିନ ଅତିଥି ମାନେ ବିଜୟ ଶ୍ରୀ ରାଉତ ରାୟ ଙ୍କ ବାସୁଦେବପୁର କି ଭଦ୍ରକ ନୁହେଁ ସାରା ରାଜ୍ୟ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ବର୍ଣ୍ଣନା କରିଥିଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ବିଷ୍ଣୁ ବ୍ରତ ରାଉତ ରାୟ ମଧ୍ୟ ବାସୁଦେବପୁର ପାଇଁ ଉନ୍ନତି ମୂଳକ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି। ଏହି ଅବସର ରେ ସଭା କାର୍ଯ୍ୟ ଆରମ୍ଭ ରେ ଦୁଇ ଜଣ ପ୍ରତିଭା ଙ୍କୁ ସଂବ୍ରଧିଟ କରାଯାଇଛି, ମହାପ୍ରସାଦ ସ୍ବାମୀ ଓ ବିନମ୍ର ଶତପଥୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷ ରେ ବିଜୟ ଶ୍ରୀ ରାଉତ ରାୟ ଙ୍କ ବଡ ପୁତ୍ର ଦୁର୍ଗା ଦତ୍ତ ରାଉତ ରାୟ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ବାସୁଦେବପୁର ଅଞ୍ଚଳ ରୁ ପାଞ୍ଚ ହଜାର ରୁ ଉର୍ଦ୍ଧ ଲୋକ ଙ୍କ ସମାବେଶ ହୋଇଥିଲା ବେଳେ ବିଜେଡ଼ି ପକ୍ଷରୁ ବ୍ଲକ୍ ବିଜେଡ଼ି ସଭାପତି ଦିନ ବନ୍ଧୁ ଦାସ, ମାନସ ରଞ୍ଜନ ସାହୁ, ଶ୍ୟାମ ସୁନ୍ଦର ମହାନ୍ତି,କାଳନ୍ଦୀ ସାହୁ, ଚିନ୍ମୟ ବାରିକ୍, ଗୌତମ ବେହେରା, ମାନସ ପଟ୍ଟ ନାୟକ, ସୁଶାନ୍ତ ସେଠୀ, ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ରହି ସଫଳ କରାଇ ଥିଲେ।

Leave a Reply

Your email address will not be published. Required fields are marked *