ରାଜ୍ୟ

ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରିବା ଦାବୀରେ କ୍ରିୟାନୁଷ୍ଠାନ କମିଟିର ଗଣ ଧାରଣାରେ ଯୋଗ ଦେଲେ ଓଡିଶା ପ୍ରଦେଶ କଂଗ୍ରେସ ମହିଳା ନେତ୍ରୀ ଶ୍ରୀମତୀ ସସ୍ମିତା ବେହେରା।

ତାଳଚେର:-ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା ଦାବୀରେ ତାଳଚେରବାସୀ ୧୯୯୩ ମସିହାରୁ ବାରମ୍ବାର ଆନ୍ଦୋଳନ କରି ଆସୁଅଛନ୍ତି । ଓଡିଶାର ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ୧୩ ରୁ ୩୦ ଜିଲ୍ଲା ଗଠନ କରିବା ସମୟରେ ତାଳଚେରକୁ ୩୧ ତମ ଜିଲ୍ଲା କରିବା ପାଇଁ ତାଳଚେରବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ବର୍ତମାନ ରାଜ୍ୟ ସରକାର ନୂତନ ଜିଲ୍ଲା ଗଠନ ପ୍ରକ୍ରିୟା ଆରମ୍ଭ କରିଥିବାରୁ ତାଳଚେରବାସୀ ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା ଦାବୀରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବରେ ଆଜକୁ ୧୭୬ ଦିନ ହେବ ଗଣଧାରଣାରେ ବସିଅଛନ୍ତି । ଦେଶର ସବୁଠାରୁ ଅଧିକ କୋଇଲା ଓ ବିଜୁଳି ଉତ୍ପାଦନ କରୁଥିବାରୁ ତାଳଚେର ସରକାରଙ୍କୁ ସବୁଠାରୁ ଅଧିକ ରାଜସ୍ୱ ଦେଇ ରାଜ୍ୟରେ ସବୁଠାରୁ ଅଧିକ ପ୍ରଦୂଷିତ ଓ ଉତପ୍ତ ଅଂଚଳ ହୋଇ ଠିକ୍ ଭାବରେ ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ଓ ପରିବେଶର ଉନ୍ନତି ହୋଇପାରି ନାହିଁ ଏବଂ ପାଲଲହଡା, ପରଜଙ୍ଗ, କଙ୍କଡାହାଡ ପ୍ରଭୃତି ଅଂଚଳ ଗୁଡିକ ଉନ୍ନତି ଠିକ୍ ଭାବରେ ହୋଇପାରି ନାହିଁ । ପାଲଲହଡା, ପରଜଙ୍ଗ, କଙ୍କଡାହାଡ ପ୍ରଭୃତି ଅଂଚଳ ଗୁଡିକୁ ମିଶାଇ ତାଳଚେରକୁ ଜିଲ୍ଲା କରାଗଲେ ଏ ଅଂଚଳ ଗୁଡିକର ଉନ୍ନତି ହୋଇପାରିବ । ତାଳଚେରକୁ ଜିଲ୍ଲା ଘୋଷଣା କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ମହିଳା ନେତ୍ରୀ ଶ୍ରୀମତୀ ସସ୍ମିତା ବେହେରା ଏହି ଆନ୍ଦୋଳନରେ ଯୋଗ ଦାନ କରି ଥିଲେ ।

Leave a Reply

Your email address will not be published. Required fields are marked *