ରାଜ୍ୟ

ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ନେଇ ଶୋକ ସଭା ଅନୁଷ୍ଠିତ

୦୩ ଜୁନ ୨୦୨୩ ତାରିଖ ଦିନ ସ୍ଥାନୀୟ ୟୁଥ ହଷ୍ଟେଲ ପରିସରରେ ପୁରୀ ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ତଥା ମିଶନ ବାତ୍ସଲ୍ୟ ଯୋଜନା ଅନ୍ତର୍ଗତ ପୃଷ୍ଠପୋଷକତା ସହାୟତା ଲାଭ କରୁଥିବା ଓ ଦଶମ, ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଦେଇଥିବା ୭୫ ଜଣ ହିତାଧିକାରୀଙ୍କୁ ନେଇ ଏକା ବୃତ୍ତି ଭିତ୍ତିକ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ନେଇ ଶୋକ ସଭା ଅନୁଷ୍ଠିତ ହୋଇଥିଲା. ଜିଲ୍ଲା ଶିଶୁ ସୁରକ୍ଷା ଶାଖା ର ସୁରକ୍ଷା ଅଧିକାରୀ ଶୁଭନାରାୟଣ ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିବାପରେ ଓଡିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ କର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମସ୍ତ ଅଂଶଗ୍ରହଣ କାରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଧନ୍ଦା ମୂଳକ, ଦକ୍ଷତା ବିକାଶ ଓ ବୃତ୍ତିଗତ ପାଠ୍ୟକ୍ରମ ରେ ଆଡ଼ମିସନ ର ଆବଶ୍ୟକତା ତଥା ରାଜ୍ୟ ସରକାର ଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ . ସମ୍ମାନିତ ଅତିଥି ଙ୍କ ମଧ୍ୟରେ ଡଃ ଅଜିତ କୁମାର ମହାପାତ୍ର ଅଧ୍ୟକ୍ଷ, ଶିଶୁ ମଙ୍ଗଳ ସମିତି ଯୋଗଦେଇ କହିଥିଲେ ଯେ, କମିଟି ଦିବାରାତ୍ର ଶିଶୁ ମାନଙ୍କ ଥଇଥାନ, ସ୍ୱାବଲମ୍ବନ ପାଇଁ କାର୍ଯ୍ୟ କରୁଛି. ଶିଶୁ ମାନଙ୍କ ସ୍ୱାର୍ଥ ପାଇଁ ଆମେ ସଦା ତତ୍ପର ରହିବା ସହିତ ସମ୍ବେଦନଶୀଳତାର ସହ କାର୍ଯ୍ୟ କରୁଛୁ . ଶିଶୁମାନଙ୍କ ଭବିଷ୍ୟତ ଗଠନ ନିମନ୍ତେ ବୈଷୟିକ ଶିକ୍ଷାର ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ. ଜିଲ୍ଲା ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଅରବିନ୍ଦ ଘୋଷ ଓ ତାଙ୍କର କର୍ମକର୍ତା ଯୋଗ ଦେଇ ଆଇ.ଟି.ଆଇ , ଡିପ୍ଲୋମା ଇଂଜିନିଅରିଙ୍ଗ ପାଠ୍ୟକ୍ରମ ଓ ଶିଶୁ ଙ୍କ ଭବିଷ୍ୟତ ବିଷୟରେ ଆଲୋଚନା କରିବା ସହିତ ପ୍ରାୟ ପଞ୍ଚତିରିଶ ଜଣ ଶିଶୁ ଙ୍କର ଅନଲାଇନ ଦରଖାସ୍ତ କରିବାରେ ସହଯୋଗ କରିଥିଲେ. ଜିଲ୍ଲା ନିୟୋଜନ ଅଧିକାରୀ ସୁବାସ ବେହେରା ଯୋଗ ଦେଇ ନିଯୁକ୍ତି ମେଳା ତଥା ସରକାର ଙ୍କ ବିଭିନ୍ନ ନିଯୁକ୍ତି ଯୋଜନା ସମ୍ବନ୍ଧରେ ବୁଝାଇଥିଲେ. କାଟାଲିଷ୍ଟ ସୋସିଆଲ ଆକ୍ସନର ଅଧିକାରୀ ଅବିନାଶ ଜେନା ପରବର୍ତ୍ତୀ ଯତ୍ନ ଓ ସେତେବେଳେ ଶିଶୁ ମାନଙ୍କୁ ପ୍ରଦାନ କରାଯାଉଥିବା ସହାୟତାରେ ଯୋଗଦାନ ଉପରେ ସ୍ପଷ୍ଟ କରିଥିଲେ. ଶିଶୁ ମାନଙ୍କର ଜି.ଏନ.ଏମ., ଏ.ଏନ.ଏମ ନର୍ସିଂ ପାଠ୍ୟକ୍ରମ ପ୍ରତି ଆଗ୍ରହ ବଢାଇବା ଓ ରୋଜଗାର ର ପରିସର ବିଷୟରେ କହିଥିଲେ ଏ.ଏନ.ଏମ ଟ୍ରେନିଂ ସେଣ୍ଟରର ଅଧ୍ୟକ୍ଷା ନୟନା ସାମଲ । ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଶାଖା ର ଅଧିକାରୀ ସ୍ନିଗ୍ଧାରାଣୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ. ହରେକୃଷ୍ଣ ସାହୁ, ରୋଜାଲିନ ପାତ୍ର, କମଳା ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ.

Leave a Reply

Your email address will not be published. Required fields are marked *