ମାଲ୍ଯବନ୍ତ ଆର୍ଟ ଆସୋସିଏସନର ଗୁରୁତ୍ବ ପୂର୍ଣ୍ଣ ବୈଠକ
…………………………………………………………….
ମାଲକାନଗିରି Iତା:୦୪/୦୬
ଆଜି ମାଲକାନଗିରି ଜିଲ୍ଲା ସଦର ମହାକୁମା ଠାରେ ମାଲ୍ୟବନ୍ତ ଆର୍ଟ ଆସୋସିଏସନ ର ଏକ ଗୁରୁତ୍ବ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଉପଦେଷ୍ଟା କେ. ଦେଶୀରାଜୁ ଅଚାରୀ କଳାକାରମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ lମାଲକାନଗିରି ଜିଲ୍ଲାରେ ଥିବା ସମସ୍ତ ବ୍ଲକରେ ସଂଗଠନକୁ ଗଠନ କରିବା ପାଇଁ ଉପସ୍ଥିତ ସଦସ୍ୟ ମାନଙ୍କ ମତାମତ ନେଇ ସଭାର ତାରିଖ ଗୁଡାକ ଧାର୍ଯ୍ୟ କରାଯାଇଥିଲା l ଯେଉଁ କଳାକାରମାନେ ପଞ୍ଜିକୃତ ନ କରି କାମ କରୁଛନ୍ତି ସେମାଙ୍କୁ ଆଜି ଠାରୁ ଗୋଟିଏ ମାସ ସମୟ ଦିଆଯାଇଛି l ମାସ ଭିତରେ ଯେଉଁ କଳାକାର ବିନା ସଙ୍ଘର ପଞ୍ଜିକରଣ ନ କରି କାମ କଲେ ତାର କାମ ବନ୍ଦ କରି ତା ପ୍ରତି ସଂଗଠନ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି l ଏବଂ ଜିଲ୍ଲାରେ ସରକାରୀ ବିଭାଗୀୟ ପେଣ୍ଟିଙ୍ଗ କାମରେ ଯେଉଁ ଅଧିକାରୀ କାମ କଲା ପରେ ଟଙ୍କା ନ ଦେଇ ହଇରାଣ କରୁଛନ୍ତି ସେମାନଙ୍କ ନାମରେ ଜିଲ୍ଲାପାଳଙ୍କୁ ନିକଟରେ ଅଭିଯୋଗ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି l ଏହି ପରିପ୍ରେକ୍ଷୀରେ ମାଲ୍ୟବନ୍ତ ଆର୍ଟ ଆସୋସିଏସନ ର ନୂତନ କର୍ମକର୍ତ୍ତା ମଧ୍ୟ ଚୟନ କରାଯାଇ ଥିଲା l ସଭାପତି ଭାବେ ସମୀର ବୈରାଗୀ,ଉପ ସଭାପତି ଅଶୋକ ବିଶ୍ୱାସ, ସମ୍ପାଦକ ସୁକୁମାର ମଣ୍ଡଳ, ସାଧାରଣ ସମ୍ପାଦକ ଗୁରୁ ବଟେ, କୋଷାଧ୍ଯକ୍ଷ ବନମାଳୀ ପାତ୍ର ଓ ସଂଯୋଜକ ଭାବେ ଜଣ୍ଟୁ କୁମାରକୁ ଚୟନ କରାଯାଇଅଛି l
ଆଗାମୀ ଦିନରେ ସମସ୍ତ ବ୍ଲକ ସଂଗଠନ ଗଠନ କରାଯାଇ ମାଲକାନଗିରି ଜିଲ୍ଲାର କଳାକାରଙ୍କୁ ସରକାରୀ କାମରେ ନିୟୋଜିତ କରିବାକୁ ସମସ୍ତ ପଦାଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯିବ l ସଭା ଶେଷରେ ମହେଶ୍ୱର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l