ରାଜ୍ୟ

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ବାରା ବିଶ୍ବ ପରିବେଶ ଦିବସ ପାଳନ

ଅଦ୍ୟ ତା-୦୫.୦୬.୨୦୨୩ ରିଖ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ସକାଳ ସମୟ ଘ.୬.୦୦ମି ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ସଡଙ୍ଗୀ ଙ୍କ ପୌରହିତ୍ୟରେ ଏବଂ ସଂପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କ ତତ୍ବାବଧାନରେ “ବିଶ୍ବ ପରିବେଶ ଦିବସ” ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅନ୍ୟ ମାନଙ୍କ ମଧ୍ୟରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଅମରୂତ ରଞ୍ଜନ ନନ୍ଦ, ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସୋନଲ ଶର୍ମା, ରେଜିଷ୍ଟର ଶ୍ରୀ ଦେବିଜ୍ୟୋତି ମହାପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସୌମ୍ୟରୂପ ସାହୁ, ଗ୍ରାମ୍ୟ ନ୍ୟାୟାଧିକାରୀ ଶ୍ରୀ ଚନ୍ଦନ ଦେହୁରୀ, ପ୍ରୋବେସନର ଜୁଡିସିଆଲ ମାଜିଷ୍ଟ୍ରେଟ, ମଧ୍ୟସ୍ଥତା ଓକିଲ ଶ୍ରୀ ସାମୁଏଲ ତାଣ୍ଡି, ପ୍ରଣ୍ଟ ଅଫିସ ରିଟେନର ଶ୍ରୀ ସୀତାରାମ ପଣ୍ଡା, ମହିଳା ମହାବିଦ୍ୟାଳୟ ର ଲେକ୍ଚର ଏବଂ ଜିଲ୍ଳାର୍ ଜଙ୍ଗଲ ବିଭାଗର ବିଭିନ୍ନ କର୍ମଚାରୀ ମାନେ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥିମାନଙ୍କ ଦ୍ବାରା ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା I ପରିଶେଷରେ ରାୟଗଡା ଜିଲ୍ଳାର ଶିଶୁ ସେବା ଯତ୍ନ ଅନୁଷ୍ଠାନ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦିକା ଓ ଓକିଲ ଶ୍ରୀମତି ପ୍ରଣତି ପାତ୍ର ଙ୍କ ଉପସ୍ଥିତ ରେ “ବିଶ୍ବ ପରିବେଶ ଦିବସ” ପାଳନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥିମାନେ “ ଜୀବ ମାନଙ୍କ ପାଇଁ ପରିବେଶର ଆବଶ୍ୟକତା, ଏହାର ବ୍ୟବହାର ଏବଂ ସୁରକ୍ଷା” ଉପରେ ନିଜ ନିଜ ର ଅଭିଭାଷଣ ବ୍ୟକ୍ତ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟ ଲେକ୍ଚର୍ ଓ ଓକିଲ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

Leave a Reply

Your email address will not be published. Required fields are marked *