ରାଜ୍ୟ

ଆପେକ୍ସ ବଡି ଅପ ୱର୍କିଙ୍ଗ ଜର୍ନାଲିଷ୍ଟ ଏସୋସିଏସନ ଅଫ ଇଣ୍ଡିଆର ବନ୍ଧୁ ମିଳନ ଓ ସାମ୍ବାଦିକ ଓ ସମସ୍ତ ଜନତାଙ୍କର ଦେଶ ଗଠନରେ ଭୂମିକା ରହିଛି ବିଷୟ ବସ୍ତୁକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ :-

ହରିଶଙ୍କର/ ଖପ୍ରାଖୋଲ/ ପାଟଣାଗଡ଼/ ବଲାଙ୍ଗିର /ଭୁବନେଶ୍ୱର/ ଦିଲ୍ଲୀ : ବଲାଙ୍ଗିର ଜିଲ୍ଲା, ପାଟଣାଗଡ଼, ସବଡ଼ିଭିଜନ ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ ସ୍ଥିତ ହରିଶଙ୍କର ମନ୍ଦିର ପରିସରରେ ଥିବା ମିଟିଙ୍ଗ ହଲରେ ରବିବାର ତଥା ପୂର୍ଣ ଦେବସ୍ନାନ ପୂର୍ଣିମା ଅବସରରେ ଆପେକ୍ସ ବଡି ଅପ ୱର୍କିଙ୍ଗ ଜର୍ନାଲିଷ୍ଟ ଏସୋସିଏସନ ଅଫ ଇଣ୍ଡିଆର ତରଫରୁ ଏକ ବନ୍ଧୁ ମିଳନ ତଥା ଦେଶ ଗଠନ କରିବାରେ ସାମ୍ବାଦିକ ଓ ସମସ୍ତ ଜନତାଙ୍କର ଭୂମିକା ରହିଛି ବିଷୟ ବସ୍ତୁକୁ ନେଇ ଏକ ଆଲୋଚନା ଚକ୍ର ଅନିଷ୍ଠିତ ହୋଇଯାଇଛି i ଏଥିରେ ଅନୁଷ୍ଠାନର ଅଧକ୍ଷ ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ମିଶ୍ରଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ, ଅନ୍ନପୂର୍ଣ୍ଣା ସଂଚାୟିକା ମହାସଂଘ (SHG ) ର ସାମ୍ବାଦିକା ଶ୍ରୀମତୀ କୁନି ପାଣିଗ୍ରାହୀ, ଶ୍ରୀମତୀ ଜୟଶ୍ରୀ ଭୋଇ, ଧରିତ୍ରୀ ଦୈନିକ ଖବର କାଗଜରେ ଅଭୟ ତ୍ରିପାଠୀ କନକ ଟିଭି ର ପ୍ରବୀଣ ପୁରୋହିତ, ଏମ.ବି.ସି ଟିଭିର ପ୍ରାରର୍ଥକ ଭୋଇ, ପ୍ରଗତିବାଦୀ ଦୈନିକ ଖବର କାଗଜରେ ସଦାନନ୍ଦ ବେହେରା ଓ ରାୟପୁର ରୁ ଆସିଥିବା ମୀନକେତନ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଅଂଶ ଗ୍ରହଣ କରିଥିଲେ I ଆବାଜ (ଆୱାଜ ) ଅଫ ଇଣ୍ଡିଆର ଅଧକ୍ଷ ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ମିଶ୍ର ଅନୁଷ୍ଠାନ ଉଦେଶ୍ୟ, ଲକ୍ଷ୍ୟ ସମୃଦ୍ଧରେ ପୂବ୍ୟାନୁପୁନଃ ଭାବରେ କହିଥିଲେ I ସମସ୍ତ ସାମ୍ବାଦିକ ବନ୍ଧୁ ଏକଜୁଟ ହୋଇ ଆମ ମାନଙ୍କ ନ୍ୟାୟ ଯୁକ୍ତ ଯୁକ୍ତି ଯୁକ୍ତ ଦାବି ଗୁଡିକ ସରକାରଙ୍କଠାରେ ଉପସ୍ଥାନ କରି ଯଥା ଶୀଘ୍ର ପୂରଣ କରିବା ପାଇଁ ଆପ୍ରାଣ ଉଦ୍ୟମ କରିବାର ସମୟ ଆସିଯାଇଛି ବୋଲି ଅନୁରୋଧ କରିଥିଲେ I ଦାବି ମାନଙ୍କ ମଧ୍ୟରେ ମୁଖ୍ୟ ଦାବି ହେଲା ଆଗାମୀ ସାଧାରଣ 2024 ନିର୍ବାଚନ ପୂର୍ବରୁ ଯେପରିକି ସରକାର ସାମ୍ବାଦିକମାନଙ୍କୁ ସମ୍ବିଧାନର ଚତୁର୍ଥ ସମ୍ଭ ହିସାବରେ ମୁଁହ ବା ଜିଭ ଓଠରୁ ନ କହି ସରକାରୀ ହିସାବରେ କାଗଜ କଲମରେ ସ୍ୱୀକୃତି ଦେବା ପାଇଁ ସଂଗ୍ରାମ ଜାରି ରଖିବା I ଏହା ସତ ଯେ ଜନତା ଜନାର୍ଦ୍ଧନ ସାମ୍ବାଦିକ ମାନଙ୍କୁ ସ୍ଵହୃଦୟରୁ ଚତୁର୍ଥ ସ୍ତମ୍ଭ ହିସାବରେ ଗ୍ରହଣ କରିନେଇଛନ୍ତି I ତେଣୁ ସରକାର କାହିଁକି କରୁନାହାନ୍ତି ତାହା ଏବେ ଆମେ ସମସ୍ତେ ଚିନ୍ତା, ଅନୁଧ୍ୟାନ ଓ ବିଶ୍ଳେଷଣ କରିବା କଥା ବୋଲି କହିଥିଲେ I ଦୈନିକ ଖବରକାଗଜ ଧରିତ୍ରୀ ର ସାମ୍ବାଦିକ ଅଭୟ ତ୍ରିପାଠୀ ଏକ ରାଜା କିପରି ଠିକ ନିର୍ଣ୍ଣୟ ଓ ନିଷ୍ପତି ନେଇ ସୁଶାସନ ଓ ଲୋକଙ୍କ ସମସ୍ୟାକୁ ଠିକ ସହ ନ୍ୟାୟ ପ୍ରଦାନ କରୁଥିଲେ ଓ ଏବେ ମଧ୍ୟ ଦେଶ ଗଠନ କରିବା ପାଇଁ ସେହିପରି ସୁଶାସନ, ନିର୍ଣ୍ଣୟ, ନିଷ୍ପତ୍ତି ଓ ନ୍ୟାୟ ଦେବାକୁ ପଡିବ ତାହା ହେଲେ ଏକ ସୁସ୍ଥ ଓ ଗଠନ ମୂଲକ ଦେଶ ହୋଇ ପାରିବ I ସେହିପରି କନକ ଟିଭିର ସାମ୍ବାଦିକ ପ୍ରବୀଣ ପୁରୋହିତ ଏମ . ବି. ସି. ଟିଭିର ପାର୍ଥିବ ଭୋଇ, ପ୍ରଗତିବାଦୀ ଦୈନିକ ଖବର କାଗଜର ସାମ୍ବାଦିକ ସଦାନନ୍ଦ ବେହେରା, ରାୟପୁରରୁ ଆସିଥିବା ମିନକେତନ ଦାଶ, କୁନି ପାଣିଗ୍ରାହୀ, ପ୍ରମୁଖ ସମସ୍ତଙ୍କୁ ଏକଜୁଟ ହେବାକୁ ପଡିବ, ସଚେତନ କରିବାକୁ ପଡିବ ଏକ ସୁସ୍ଥ ସକଳ ଓ ଗଠନ ମୂଲକ ଦେଶ ଗଠନ କରିବା ପାଇଁ, ଆଉ ଆଗେ ସମସ୍ତେ ତଥା ସାମ୍ବାଦିକ ମାନେ ଏକତ୍ରିତ ହୋଇ ତାଙ୍କର ନ୍ୟାୟ ଦାବି ଗୁଡିକ ପୂରଣ ସହିତ ସମ୍ବିଧାନର ଚତୁର୍ଥ ସ୍ତମ୍ଭର ମାନ୍ୟତା ଦେବା ପାଇଁ ଆମେ ସମସ୍ତେ ମିଳିମିଶି ହାତ ମିଳେଇ ସରକାରଙ୍କ ଠାରେ ଉପସ୍ଥାପନ କରିବା ଜରୁରୀ ହୋଇ ଗଲାଣି ବୋଲି କହିଥିଲେ I ସଭା ପ୍ରାରମ୍ଭରୁ ବାଲେଶ୍ୱର ଜିଲ୍ଲାରେ ମର୍ମଦୂତ ରେଳ ଦୁର୍ଘଟଣା ରେ ପ୍ରାଣ ହରାଇ ଥିବା ବ୍ୟକ୍ତି ବେଶେଷଙ୍କର ଆତ୍ମାର ଶାନ୍ତି ଓ ସଦଗତି ନିମନ୍ତେ ନିରବ ପାର୍ଥନା କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ପ୍ରାୟ ଶହେରୁ ଉର୍ଦ୍ଧ ସାମ୍ବାଦିକ, ସମାଜସେବୀ, ବୁଦ୍ଧଜୀବୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମ କର୍ତ୍ତା ସଭ୍ୟା ଓ ସ୍ଥାନୀୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ I
ଶେଷରେ ସାମ୍ବାଦିକ ଅଭୟ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ଓ ଉପସ୍ଥିତ ସମସ୍ତେ ଏକ ସାଙ୍ଗରେ ଦେବ ସ୍ଥାନ ହରିଶଙ୍କର ମହାପ୍ରଭୁଙ୍କ ପ୍ରସାଦ ସେବନ କରିଥିଲେ I ଆଜିର କାର୍ଯ୍ୟକ୍ରମ ସଫଳ ହେବ ସହ ସମସ୍ତଙ୍କର ଏକ ଚର୍ଚା ର ବିଷୟ ବସ୍ତୁ ପାଲଟିବା ସହ ବିଶେଷ ପ୍ରଭାବ ପକାଇଛି ରେଳ ଦୁର୍ଘଟଣା ଯୋଗୁଁ ଅନେକ ରେଳ ବାତିଲ ହେବ ଫଳରେ ଦୂରଦୂରାନ୍ତରୁ ଅନେକ ସାମ୍ବାଦିକ ବନ୍ଧୁ ମାନେ ଆସିପାରିନଥିଲେ I ପ୍ରକାଶ ଥାଉ କି ଏହି ଦେବସ୍ଥାନ ହରିଶଙ୍କର ମନ୍ଦିର ଓ ଏଠାରେ ଥିବା ପବିତ୍ର ଝରଣା ରେ ସ୍ନାନ କରି ହରିଶଙ୍କର ମହାପ୍ରଭୁଙ୍କୁ ପୂଜା ପାର୍ଥନା କେଲେ ସମସ୍ତେ ପାପନାଶ ହୁଏ ବୋଲି ବିଶ୍ୱାସ ରହିଛି ଓ ପ୍ରତିଦିନ ୮ ଶତାଧିକ ଭକ୍ତ ଭାରତର ବିଭିନ୍ନ ସ୍ଥାନରୁ ଏଠାକୁ ଆସିଥାନ୍ତି I

Leave a Reply

Your email address will not be published. Required fields are marked *