ରାଜ୍ୟ

ବୋରିଗୁମ୍ମା ବ୍ଲକରେ ଲହଡ଼ି ମାରୁଛି ଦୁର୍ନୀତି ସମୁଦ୍ର , ପ୍ରକଳ୍ପ କାର୍ଯ୍ୟକ୍ଷମ ଆକ୍ଷମତାକୁ ନେଇ ଉଠିଲା ପ୍ରଶ୍ନ।।

ବୋରିଗୁମ୍ମା ବ୍ଲକରେ ଲହଡ଼ି ମାରୁଛି ଦୁର୍ନୀତି ସମୁଦ୍ର , ପ୍ରକଳ୍ପ କାର୍ଯ୍ୟକ୍ଷମ ଆକ୍ଷମତାକୁ ନେଇ ସବୁଠି ଉଠିଛି ପ୍ରଶ୍ନ । ଖୋଲାଖୋଲି ଭାବେ ଦୁର୍ନୀତି କୁ ପ୍ରଶ୍ରୟ ଦେଇ ଚାଲିଛି ଅଫିସର ରାଜ ।ସେ 5ଟି ସ୍କୁଲ ହେଉ କି ଖେଳ ପଡିଆ ..କୁକୁଡ଼ା ଗୃହ ହେଉ କି ବୃକ୍ଷ ରୋପଣ ସବୁଠି ଦୁର୍ନୀତିର ଗନ୍ତାଘର ପାଲଟି ସମଗ୍ର ବ୍ଲକ । ସତେ ଯେପରି ଲୋକଙ୍କ ଟିକସ ପଇସା ରେ ନୁହଁ ଏଠି କୋଟି କୋଟି ରେ ବଳି ପଡିଛି ।

  • ସ୍ଵୟଂ ସହାୟକ ମା ମାନଙ୍କୁ ସରକାର ଆତ୍ମନିର୍ଭଶୀଳ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମା ମାନଙ୍କ ର ମୁଣ୍ଡ ପିଛା ଆୟ କିଭଳି ବଢ଼ିବ ସେ ନେଇ ଭିନ୍ନ ଭିନ୍ନ ଯୋଜନା ହାତ କୁ ନେଇ ବାହା ବାହା ନେବା ରେ ମଧ୍ୟ ସରକାର ସମେତ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ସିଦ୍ଧ ହସ୍ତ । ଏଭଳି ସ୍ଵତନ୍ତ୍ର ପ୍ରକଳ୍ପ ସବୁ ନିର୍ମାଣ କରି ବୋରିଗୁମ୍ମା ବ୍ଲକ ପ୍ରଶାସନ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରର୍ଷ୍କାର ପରେ ପୁରର୍ଷ୍କାର ପାଇଁ ବୋରିଗୁମ୍ମା ବ୍ଲକ ବିକାଶର ଡିଣ୍ଡିମ ପିଟୁଚି କିନ୍ତୁ ଏହା ର ବ୍ୟତିକ୍ରମ ଦେଖା ଦେଇଛି । ମିଶନ ଶକ୍ତି ମାଆ ମାନଙ୍କ ପାଇଁ ନିର୍ମିତ ହୋଇଥିବା ଗୋଷ୍ଟି କୁକୁଡ଼ା ପାଳନ ଗୃହ , ସିମେଣ୍ଟ ଇଟା କାରଖାନା, ଲେମ୍ବୁ ଓ କଦଳି ଭଳି ମେଗା ପ୍ରକଳ୍ପ ସମ୍ପୂର୍ଣ ଫେଲ ମାରିଛି ବ୍ଲକ ରେ । ବ୍ଲକ ର ନାରୀଗାଁ,ବୋଡ଼ିଗାଁ,ବି ସିଂହପୂର୍, କୁମୁଲି ସମେତ ଅନେକ ପଞ୍ଚାୟତ ରୁ ଏହାର ଦୟନୀୟ ଚିତ୍ର ହସ୍ତଗତ ହୋଇଛି । କେଉଁଠି କୁକୁଡ଼ା ନାହିଁ ତ କେଉଁଠି ପ୍ରକଳ୍ପ ଆରମ୍ଭ ହେବା ଆଗରୁ ଭାଙ୍ଗି ବାକୁ ବସିଲାଣି । କେଉଁଠି କାରଖାନା ଆରମ୍ଭ ରୁ ଅଚଳ ହୋଇ ପଡ଼ିଛି ତ ଆଉ କେଉଁଠି ବୃକ୍ଷ ରୋପଣ ନା ରେ ଲଗା ଯାଇଥିବା ଲେମ୍ବୁ ,କଦଳୀ,ସଜନା ଗଛ ଉଭାନ ହୋଇଗଲାଣି । ଏପରିକି ବ୍ଲକ ରେ ନିର୍ମାଣ କରାଯାଇଥିବା ଅସି ପ୍ରତିଶତ ପ୍ରକଳ୍ପ ଫେଲୁର ହୋଇ ନଷ୍ଟ ହେବାକୁ ବସିଲାଣି । ଏଥି ପ୍ରତି କାହାର ନଜର ନାହିଁ କହିଲେ ଚଳେ ।
  • ବ୍ଲକର ସବୁଠୁ ଏହି ପଞ୍ଚାୟତ ରେ ଅଧିକ ଟଙ୍କା ବ୍ୟୟବରାଦ ହୋଇଥିବା ମନେରେଗା ୱେବ୍ ସାଇଟ ରିପୋର୍ଟ କହୁଛି ।ଏଭଳିକି ପଞ୍ଚାୟତ ରେ କେଉଁ ପ୍ରକଳ୍ପ ବାବଦକୁ କେତେ ଟଙ୍କା ଖର୍ଚ୍ଚ ଜଣା ପଡୁଛି ।ବାହା ବାହା ନେବା ପାଇଁ ବିଭିନ୍ନ ପ୍ରକାର ଆଖି ଦୃଷିଆ ପ୍ରକଳ୍ପ ନିର୍ମଣ ହୋଇଛି ସତ , କିନ୍ତୁ ନିର୍ମାଣ ହୋଇଥିବା ପ୍ରକଳ୍ପ ର ନିମ୍ନ ମାନତା ଏବଂ ଠିକ୍ ସେ କାର୍ଯ୍ୟ କ୍ଷମ ନ ହୋଇ ନଷ୍ଟ ହେବାକୁ ବସିଛି। ନାରିଗାଁ ଗ୍ରାମରେ ନିର୍ମାଣ ହୋଇଥିବା ଗ୍ରାମୀଣ ପାର୍କ ଏବେ ଜଙ୍ଗଲ ପାଲଟି ଯାଇଛି । ଏଠି ଲାଗିଥିବା ଖେଳନା ସାମଗ୍ରୀ ନିମ୍ନ ମାନର ହୋଇଥିବା ଯୋଗୁଁ ଏବେ ଉପଯୋଗୀ ମଧ୍ୟ ହୋଇ ପାରୁ ନାହିଁ। ସେହିପରି ମିଶନ ଶକ୍ତି ଗ୍ରୁପ ପାଇଁ କରାଯାଇଥିବା ଗୋଷ୍ଟି କୁକୁଡ଼ା ଗୃହ ଆରମ୍ଭ ନ ହେଉନୁ ଏହାର ଧଜିଆ ଉଡ଼ି ଯାଇଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ରେ ନିର୍ମାଣ ହୋଇଥିବା ଗୃହ ଗୁଡ଼ିକର କେଉଁଠି କବାଟ ହଜି ଗଲାଣି ତ କେଉଁଠି ଟିଣ ଉଡ଼ି ଗଲାଣି ଆଉ କେଉଁଠି ତ ଅନାବନା ଗଛ ବାହାରି ଜଙ୍ଗଲ ହୋଇ ଗଲାଣି । ସେହିପରି ସିମେଣ୍ଟ ଇଟା ତିଆରି କାରଖାନା ଦୁଇ ଦିନ ଚାଲିବା ପରେ ଆରମ୍ଭ ହୋଇ ପାର୍ଟ ଖରାପ ହୋଇ ଆଉ କାର୍ଯ୍ୟ କ୍ଷମ ହେଉ ନଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ରେ ପ୍ରାୟ ୬୦୦୦ ଲେମ୍ବୁ ଗଛ ,କଦଳୀ ଗଛ , ବାଉଁଶ ଗଛ ଲାଗି ଥିବା ବେଳେ ତାହା ମଧ୍ୟ ଏବେ ଏ ପଞ୍ଚାୟତ ରୁ ଉଭାନ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସି।

ତେବେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କେବେ ହେଉଛି ଏବଂ ଏହି ସବୁ ପ୍ରକଳ୍ପ କାର୍ଯକ୍ଷମ ହୋଇ ଲୋକଙ୍କ ହିତ ରେ ଲାଗୁଛି ତାହାକୁ ହିଁ ଦେଖିବା ବାକି ରହିଲା

Leave a Reply

Your email address will not be published. Required fields are marked *