ରାଜ୍ୟ

ହୋଲି ଜେସସ ବିଦ୍ୟାଳୟକୁ ମିଳିଲା “ପ୍ରକୃତିମିତ୍ର ପୁରସ୍କାର”

ଚଣ୍ଡିଖୋଲ:
ପରିବେଶ ସୁରକ୍ଷା ସହିତ ବୃକ୍ଷ ରୋପଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଡ଼ଚଣା ବ୍ଲକ ଅନ୍ତର୍ଗତ ଧାନମଣ୍ଡଳ ସ୍ଥିତ ହୋଲି ଜେସସ ବିଦ୍ୟାଳୟକୁ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଆଜି ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଭୁବନେଶ୍ୱର ଲୋକସଭା ଭବନ ସ୍ଥିତ କନଭେନସନ ସେଣ୍ଟର ଠାରେ ଆୟୋଜିତ ପ୍ରକୃତିମିତ୍ର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କଂଫରେନ୍ସ ଯୋଗେ ପରିବେଶ ସୁରକ୍ଷା ସମ୍ପର୍କରେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉପସ୍ଥିତ ରହି ବିଦ୍ୟାଳୟ ଅଧ୍ୟକ୍ଷା କାମିନୀ ନାୟକଙ୍କୁ ୨୦ ହଜାର ଟଙ୍କାର ଚେକ ସହିତ ମାନପତ୍ର ପ୍ରଦାନ ପୂର୍ବକ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ନିର୍ଦ୍ଦେଶକ ଡ଼ଃ କେ ମୁରୁଗେସନ ଉପସ୍ଥିତ ଥିଲେ । ହୋଲି ଜେସସ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସମ୍ମାନ ଜନକ ପୁରସ୍କାର ମିଳିଥିବାରୁ ବଡ଼ଚଣା ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି । ଏଥିପାଇଁ ଅଧ୍ୟକ୍ଷା କାମିନୀ ନାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Leave a Reply

Your email address will not be published. Required fields are marked *