ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦର ମାସିକ କବିତା ଆସର ଅନୁଷ୍ଠିତ
କଳାହାଣ୍ଡି (7/6): ଓଡ଼ିଆ ସାହିତ୍ୟ ର ଅଭିବୃଦ୍ଧି ନିମନ୍ତେ ମଶ୍ଚିମାଞ୍ଚଳରୁ ସ୍ୱର ତୀବ୍ରକରି ସାହିତ୍ୟରେ ଯୁବ ଗୋଷ୍ଠୀଙ୍କୁ ସ୍ଥାନଦେଇ ଏକ ନୂତନ କ୍ରାନ୍ତିକାରୀ ଅଧ୍ୟାୟ ସୃଷ୍ଟି କରିଥିବା ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ହେଉଛି ମୋ ଲେଖା ମୋ ଦୁନିଆ । ଲକ୍ଷ କେବଳ ଗୋଟିଏ ସୁପ୍ତ ପ୍ରତିଭା ମାନଙ୍କୁ ଲୋକଲୋଚନ କୁ ଆଣି ସେମାନଙ୍କୁ ପ୍ରେରଣା ଯୋଗାଇଦେବା, ସେମାନଙ୍କ ଦ୍ୱାରା ରଚିତ ଗଳ୍ପ ଓ କବିତାକୁ ସାରା ଦୁନିଆରେ ପାଖରେ ପହଞ୍ଚାଇବା ।ଏହି ଅବସରରେ ସନ୍ଧ୍ୟା କାଳୀନ ମାସିକ ଅନଲାଇନ କବିତା ଆସର ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ବିଶ୍ୱାଳଙ୍କ ଜନ୍ମଦିନ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି । ଏହି ଆସରରେ ମୁଖ୍ୟ ଅତିଥି ଭାବେ ଅଲିମ୍ପିଆନ ଦୂତୀ ଚାନ୍ଦ ଓ ଅଭିନେତା ଆକାଶ ଦାସ ନାୟକ ଯୋଗଦେଇ ପ୍ରଥମେ ବାଲେଶ୍ୱର ଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପୂର୍ବକ ଶୋକ ପ୍ରକାଶ କରିଥିଲେ । ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ବିଶ୍ୱାଳଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଏଥିରେ ଭଗନେଇ ଥିବା ସମସ୍ତ କବି ଓ କବୟିତ୍ରୀଙ୍କୁ ଉତ୍ସାହିତ କରି ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ମୋ ଲେଖା ମୋ ଦୁନିଆର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି ଅନୁଷ୍ଠାନର ଉନ୍ନତି କାମନା କରିଥିଲେ । ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା ଡ଼. ଭବାନୀ ଶଙ୍କର ନିଆଲ, ସନାତନ ମହାକୁଡ଼, ଭାରତୀ ରଥ, ମନ୍ମଥ ସ୍ବାଇଁ, ରାଜକିଶୋର ମୁଣ୍ଡି, ନଗେନ୍ଦ୍ର କୁମାର ରାଉତ ସମେତ ଶ୍ରୀମାନ ଖୁସିରାମ ସାହୁ ଶ୍ରୀଯୁକ୍ତ ବିଶ୍ୱାଳଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ । ଏଥିରେ କଟକ ର ବିଜୟ ସ୍ବାଇଁ, ଭୁବନେଶ୍ୱର ର ରୀତା ଅପରାଜିତା ମହାନ୍ତି, କୋରାପୁଟ ର ତ୍ରିନାଥ ପଟ୍ଟନାୟକ, କେନ୍ଦ୍ରାପଡ଼ା ର ଗୋବିନ୍ଦ ବେହେରା, ଗଞ୍ଜାମ ର ରାମ ଚନ୍ଦ୍ର ପ୍ରଧାନ,ପ୍ରତାପ ଚନ୍ଦ୍ର ମିଶ୍ର, ନୟାଗଡ଼ ର ଅଶୋକ କୁମାର ନାୟକ,ଭଦ୍ରକ ର ବେଣୁଧର ବେହେରା, କଳାହାଣ୍ଡି ର ବିନୟ ନାଏକ ଆଦି ପ୍ରମୁଖ କବି ଓ କବୟିତ୍ରୀ ‘ଦେଶର ସିପାହୀ’ ପ୍ରସଙ୍ଗରେ ନିଜ ନିଜ କବିତା ପାଠ କରିଥିଲେ । ଶେଷରେ ପ୍ରତିଷ୍ଠାତା ଖୁସିରାମ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।