ରାଜ୍ୟ

ସନ୍ଥପଡା ଛକରେ ଟ୍ରାଫିକ ବ୍ୟବସ୍ଥା କରିବାକୁ ସରପଞ୍ଚ ଙ୍କ ଦାବୀ

ତାଳଚେର ;
:ତାଳଚେର ବହ୍ଲର ଛକ ଠାରୁ ଚାରି ଲାଇନ ବିଶିଷ୍ଟ ରାସ୍ତା ଡ଼ୁବୁରୀ ପର୍ଯ୍ୟନ୍ତ ନୂତନ ଭାବେ ନିର୍ମିତ ହୋଇଛି |ଏହି ରାସ୍ତା ଉପରେ ସନ୍ଥପଡା ଛକ ନିକଟରେ ନୂତନ ରାସ୍ତା ହେବା ଠାରୁ ଅଦ୍ୟାବଧି ଦୁର୍ଘଟଣା ରେ 10ଜଣ ଲୋକଙ୍କର ପ୍ରାଣ ହାନି ଘଟିଲାଣି |ଏହାକୁ ନେଇ ତୀବ୍ର ଜନ ଅସନ୍ତୋଷ ଦେଖା ଦେବା ସହ ଅନେକ ବାର ରାସ୍ତା ରୋକ ଆନ୍ଦୋଳନ କରାଗଲାଣି |ଏ ପରିସ୍ଥିତି ରେ ସନ୍ଥପଡା ସରପଞ୍ଚ ସହଦେଵ ସାହୁ ଗଭୀର ଉଦବେଗ ପ୍ରକାଶ କରିବା ସହ ଅନେକ ବାର ପ୍ରଶାସନ କୁ ଲିଖିତ ଭାବେ ଜଣାଇଛନ୍ତି |ଏଠାରେ ଏକ ଟ୍ରାଫିକ ବ୍ୟବସ୍ଥା କରିବା ପାଇଁ ସରପଞ୍ଚ ଲିଖିତ ଭାବେ ଅନୁଗୁଳ ଏସପି ଙ୍କୁ ଭେଟି ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *