ରାଜ୍ୟ

ପାକିସ୍ତାନର ମୁଖ୍ୟ ଚୟନକର୍ତ୍ତାଙ୍କୁ ନେଇ ବିବାଦ : ବୟସ ୭୦, ଠିକଭାବେ ଚାଲି ମଧ୍ୟ ପାରୁନାହାନ୍ତି

ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପୂର୍ବତନ କ୍ରିକେଟର ହାରୁନ୍ ରସିଦଙ୍କୁ ନୂତନ ମୁଖ୍ୟ ଚୟନକର୍ତ୍ତା ଭାବରେ ନିଯୁକ୍ତ କରିଛି । କିନ୍ତୁ ପିସିବି ଅଧ୍ୟକ୍ଷ ନଜମ ସେଠୀଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠୁଛି । ପୂର୍ବତନ କ୍ରିକେଟରମାନେ ଏଥିରେ ଅସନ୍ତୋଷ ପ୍ରକଟ କରିଛନ୍ତି ।

ପୂର୍ବତନ ଟେଷ୍ଟ କ୍ରିକେଟର ତନବୀର ଅହମ୍ମଦ ଏହି ନିଷ୍ପତ୍ତିକୁ ସମାଲୋଚନା କରି କହିଛନ୍ତି ଯେ ବୋର୍ଡ ପାକିସ୍ତାନର କୌଣସି କ୍ରିକେଟରଙ୍କୁ ପାଇଲା ନାହିଁ ଯାହାଙ୍କୁ ମୁଖ୍ୟ ଚୟନକର୍ତ୍ତା କରାଯାଇପାରିବ ? ହାରୁନ୍ ରସିଦଙ୍କ ବୟସ ୭୦ ବର୍ଷ, ସେ ଠିକ୍ ଭାବରେ ଚାଲି ମଧ୍ୟ ପାରୁନାହାନ୍ତି, ସେ କ’ଣ କରିବେ? ପୂର୍ବତନ ଦ୍ରୁତ ବୋଲର ତନଭିର ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, “ହାରୁନ୍ ଗତ ୨୦-୨୫ ବର୍ଷ ଧରି ପିସିବି ସହିତ ଲାଗି ରହିଛନ୍ତି। ନଜାମ ସେଠୀ ତାଙ୍କୁ ମୁଖ୍ୟ ଚୟନକର୍ତ୍ତା କରିବା ପରିବର୍ତ୍ତେ ତାଙ୍କ ନିଜ ଚେୟାର ଦେଇଦେବା ଉଚିତ୍ ।

ହାରୁନ୍ ରସିଦ ଗତ ଦୁଇ ଦଶନ୍ଧି ଧରି ପିସିବି ସହ ଜଡ଼ିତ ଅଛନ୍ତି ।  । ଚୟନକର୍ତ୍ତାଙ୍କ ସହ ସେ ୧୯ ବର୍ଷରୁ କମ୍ ଦଳର ପ୍ରଶିକ୍ଷକ ଏବଂ ଜାତୀୟ ଦଳର ମ୍ୟାନେଜର ମଧ୍ୟ ରହିଆସିଛନ୍ତି । ଯେତେବେଳେ ରମିଜ ରାଜା ପିସିବିରେ ପ୍ରବେଶ କଲେ, ସେ ହାଇ ପରଫରମାନ୍ସ ସେଣ୍ଟରର ନିର୍ଦ୍ଦେଶକ ଥିଲେ । ରମିଜ୍ ଚେୟାର ଗ୍ରହଣ କରିବା ମାତ୍ରେ ସେ ତାଙ୍କୁ ଅଲଗା ରଖିଲେ । ଯେତେବେଳେ ନିଜାମ ବଦଳିଗଲେ, ହାରୁନ୍ ପୁନର୍ବାର ପିସିବିକୁ ଫେରିଆସିଛନ୍ତି ।

Leave a Reply

Your email address will not be published. Required fields are marked *