ରାଜ୍ୟ

କୈବଲ୍ୟ ସାହିତ୍ୟ ସଂସଦର ରେଳ ଦୁର୍ଘଟଣା ସହାୟତା

କଟକ : କୈବଲ୍ୟ ସାହିତ୍ୟ ସଂସଦ ର କର୍ମକର୍ତ୍ତା ବହାନଗା ରେଳ ଦୂର୍ଘ ଟଣା ପୀଡ଼ିତ ପରିବାରକୁ କଟକ ବଡ଼ ମେଡ଼ିକାଲରେ ଭେଟି ସହାୟତା କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ଅର୍ଥପେଡିକ ୱାର୍ଡ ତୃତୀୟ ମହଲା ୩୪ ନମ୍ୱର୍ ବେଡ ରେ ଚିକିତ୍ସିତ ଶ୍ରୀମତୀ ଦେବକୀ ପାତ୍ର, ଭୀମପୁର , ବାଲେଶ୍ଵର ଙ୍କୁ ଭେଟି କୈବଲ୍ୟ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ , ପଣ୍ଡିତ ନୀଳକଣ୍ଠ ରାଉତ୍ ଏବଂ ବିରେନ୍ଦ୍ର ଜେନା ଚିକିତ୍ସା ସମ୍ପର୍କିତ ବିଭିନ୍ନ ଆଲୋଚନା କରିଥିଲେ । ସେହି ରେଳ ଦୁର୍ଘଟଣା ସମୟରେ ତାଙ୍କର ସ୍ବାମୀ ନୀଳାମ୍ବର ପାତ୍ର ( ୫୦ ବର୍ଷ ) , ପୁଅ ଦେବାଶିଷ ପାତ୍ର ଏବଂ ସାନ ପୁଅ ଶୁଭାଶିଷ ପାତ୍ର ପୁରୀ ଆସୁଥିଲେ । ସମସ୍ତେ ଆହତ ହୋଇ ସେହି ୱାର୍ଡ ରେ ଚିକିତ୍ସିତ ହେଉଛନ୍ତି । ଦେବକୀ ପତ୍ରଙ୍କ ମୁଣ୍ଡରେ କ୍ଷତ ହୋଇ ବାମ ଆଖି ଆଘାତ ପ୍ରାପ୍ତ ହୋଇଛି ଏବଂ ବାମ ଗୋଡ଼ର ଲିଗାମେଣ୍ଟ ଫ୍ୟାକଚର୍ ହୋଇଛି । ସ୍ବାମୀ ନୀଳାମ୍ବର ଙ୍କ ସ୍ପାଇନାଲ କର୍ଡ ଆଘାତ ହୋଇଛି ଏବଂ ଦୁଇ ପୁଅ ଚିକିତ୍ସିତ ହେଉଛନ୍ତି । ତାଙ୍କର ଦେଖରଖା କରିବା ପାଇଁ ତାଙ୍କ ସାନ ଭଉଣୀ ଅଛନ୍ତି । ଟ୍ରେନ ଦୁର୍ଘଟଣାରେ ତାଙ୍କ ମୋବାଇଲ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ସେ ତାଙ୍କ ସମ୍ପର୍କୀୟ ଏବଂ ପରିବାର ସହିତ କଥା ହୋଇ ପାରୁନାହାନ୍ତି ବୋଲି କହିଥିଲେ । କୈବଲ୍ୟ ସାହିତ୍ୟ ସଂସଦ ର କର୍ମକର୍ତ୍ତା ତାଙ୍କ କଥା ପାଇଁ ଗୋଟିଏ ନୂଆ ମୋବାଇଲ କିଣିଥିଲେ । ସିମ୍ କାର୍ଡ ମଧ୍ୟ କିଣିଥିଲେ । କିନ୍ତୁ ସିମ କାର୍ଡ ରିଚାର୍ଜ କରିବା ପାଇଁ ଫିଙ୍ଗର ପ୍ରିଣ୍ଟ ଆବଶ୍ୟକତା ଥିଲା । ଜଣେ ମୋବାଇଲ ଦୋକାନୀଙ୍କୁ ନିବେଦନ କରି ତାଙ୍କ ବେଡ଼ ପାଖକୁ ଆଣି ଫିଙ୍ଗର ପ୍ରିଣ୍ଟ ଦେଇ ମୋବାଇଲ ରିଚା ର୍ଜ କରି ଦେଇଥିଲେ । ତାଙ୍କର ଅଟେଣ୍ଡାଣ୍ଟ ଇସ୍କନ ଦୀକ୍ଷିତ ହୋଇଥିବାରୁ ପାଞ୍ଚ ଦିନ ହେବ ଫଳ ଖାଇ ରହିଥିଲେ । ହୋଟେଲ ରୁ ବିନା ପିଆଜ ରସୁଣ ଖାଦ୍ୟ ଆଣି ଦେଇଥିଲେ । ସମସ୍ତ କର୍ମକର୍ତ୍ତା ଙ୍କ ଟେଲିଫୋନ ନମ୍ବର ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଛି । କୌଣସି ଅସୁବିଧା ହେଲେ ଯୋଗାଯୋଗ କରିବାକୁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *