ଜାତୀୟ ରାଜପଥ ର ଆଙ୍କୁଲି ରୁ ଗଞ୍ଜୁ, ଓଭର ବ୍ରିଜ ତଳ ରାସ୍ତା ତିଆରି ପାଇଁ ସିପିଏମ ର ବିକ୍ଷୋଭ
ବ୍ରହ୍ମପୁର – ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଜାତୀୟ ରାଜପଥ ର ଆଙ୍କୁଲି ରୁ ଶ୍ରୀହରି ନଗର, ଗଙ୍ଗା ନଗର, ଜଳେଶ୍ବର ଖଣ୍ଡି, ଆରୁଆ ପଲ୍ଲୀ, ଗଞ୍ଜୁ, ଗୋଳାବନ୍ଦ, ଧବଳେଶ୍ୱର ସହ ଅନ୍ୟ ଛୋଟ ଛୋଟ ଗାଁ ଗୁଡିକୁ ଏହି ରାସ୍ତା ଦେଇ ଯାଇଥାନ୍ତି । ଏହି ଓଭର ବ୍ରିଜ ର ତଳ ରାସ୍ତା ଟି ବହୁ ଦିନ ହେଲା ତିଆରି ହୋଇ ନାହିଁ । ବହୁ ଖାଲ ଖମା ହୋଇ ରହିଛି । ଏହି ରାସ୍ତା ରେ ଛୋଟ ଦୁଇ ଚକିଆ ଗାଡି ରୁ ବଡ଼ ଟ୍ରକ, ଟ୍ରାକ୍ଟର ଆଦି ବହୁ ଗାଡ଼ି ଯିବା ଆସିବା କରେ । ରାସ୍ତା ତିଆରି ନ ହେବା ଯୋଗୁଁ ଛୋଟ ଛୋଟ ଦୁର୍ଘଟଣା ମାନ ପ୍ରତିଦିନ ଘଟେ । ଏହି ରାସ୍ତା ଦେଇ BeMC ର 40 ନମ୍ବର ୱାର୍ଡ ର ଶ୍ରୀହରି ନଗର, ଗଙ୍ଗା ନଗର ଓ ଜଳେଶ୍ବର ଖଣ୍ଡି ଅନ୍ତର୍ଗତ । ଏହି ରାସ୍ତା କୁ ତୁରନ୍ତ ତିଆରି କରିବା ପାଇଁ ସିପିଏମ ପକ୍ଷ ରୁ ଆଜି ବିକ୍ଷୋଭ କରାଯାଇଛି । ଏହି ବିକ୍ଷୋଭ ରେ ପୂର୍ବତନ କାଉନସିଲର ବାବୁଲା ନାୟକ, କେଶବ ଗୌଡ଼, କୃଷ୍ଣ ନାୟକ, ବାଉରୀ ବନ୍ଧୁ ପ୍ରଧାନ,ଆଞ୍ଚଳିକ ସମ୍ପାଦକ ଶିବପ୍ରସାଦ ମହାପାତ୍ର, ପ୍ରତାପ ଚୌଧୁରୀ, ଓ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ପ୍ରମୁଖ ଯୋଗ ଦେଇଥିଲେ।