ରାଜ୍ୟ

ସ୍ଵଳ୍ପ ସଞ୍ଚୟ ଅଭିକର୍ତାଙ୍କ ସଚେତନତା ଶିବିର ଅନୁଷ୍ଠିତ

ବ୍ରହପୁର ,ତା ୧୦-୦୬-୨୦୨୩:: ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଆଜି ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ବ୍ରହ୍ମପୁର ର ସମ୍ମିଳନୀ କକ୍ଷରେ ସ୍ଵଳ୍ପ ସଞ୍ଚୟ ଅଭିକର୍ତ୍ତାଙ୍କ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ସ୍ଵଳ୍ପ ସଞ୍ଚୟ ବିଭାଗ ର ଯୁଗ୍ମ ସଚିବ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ଯୋଗ ଦେଇ ସମସ୍ତ ସ୍ଵଳ୍ପ ସଞ୍ଚୟ ପତିନିଧି ମାନଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ l ଆୟ କିପରି ବଢିବ, ଜନ ସମ୍ପର୍କ ବଢାଇବେ , କଥାବାର୍ତ୍ତା ରେ ଶାଳୀନତl ରକ୍ଷା କରିବେ ଆଦି ବିଷୟରେ ପ୍ରତିନିଧି ମାନଙ୍କୁ ବୁଝାଇଥିଲେ l ସ୍ଵଳ୍ପ ସଞ୍ଚୟ ଦ୍ଵାରା ଆମ ଦେଶର,ରାଜ୍ୟ ର ଉନ୍ନତି ହେଉଛି ବୋଲି ବକ୍ତବ୍ୟ ରଖିଥିଲେ l ସମ୍ମାନିତ ଅତିଥି ଭାବରେ ବ୍ରହ୍ମପୁର ଡେପୁଟି କଲେକ୍ଟର ଶ୍ରୀମତୀ ଶୁଭଶ୍ରୀ ରଥ ଯୋଗଦେଇ ଟଙ୍କା ର ଆଭିମୁଖ୍ୟ ବିଷୟରେ ଜଣାଇଥିଲେ l ଟଙ୍କା କୁ ବହୁବିଧ ନିବେଶ କରି ଭବିଷ୍ୟତ ରେ ଆର୍ଥିକ ସ୍ୱଚ୍ଛଳ କିପରି ହୋଇପାରିବେ ସେହି ବିଷୟରେ ବୁଝାଇଥିଲେ l ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ କରିବାକୁ ଆବଶ୍ୟକ ବୋଲି କହିଥିଲେ l ସେହିପରି ଅନ୍ୟତମ ଅତିଥି ଉପ ସଚିବ ଶ୍ରୀ ହରି ଚରଣ ମିଶ୍ର ନିଜର ବକ୍ତବ୍ୟ ରେ ଯେଉଁମାନେ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ଯୋଜନା ରହିଛି ସେହି ଯୋଜନା ଗୁଡିକରେ ସଞ୍ଚୟ କରି ଡାକ ଘର ସଞ୍ଚୟ ଖାତା, କିଶାନ ବିକାଶ ପାତ୍ର, ପବ୍ଲିକ ପ୍ରୋଭିଦେଣ୍ଟ ଫଣ୍ଡ,ସୁକନ୍ୟା ଯୋଜନା ଆଦି ବିଷୟରେ ଅବଗତ କରାଇଥିଲେ l ସମସ୍ତ ପ୍ରତିନିଧି ମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ l
ଆଜିର ଏହି ଶିବିର ରେ ବ୍ରହ୍ମପୁର ଉପଖଣ୍ଡ ସ୍ଵଳ୍ପ ସଞ୍ଚୟ ଅଧିକାରୀ ଶ୍ରୀମତୀ ସୁମନା ପଣ୍ଡା, ଭଞ୍ଜ ନଗର ସ୍ଵଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରଥ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମି ରାଣୀ ନିମାକା , ସ୍ଵଳ୍ପ ସଞ୍ଚୟ ସଂଘ ର ସଭାପତି ଅଶ୍ଵିନୀ କୁମାର ପଟ୍ଟନାୟକ ଏବଂ ବ୍ରହ୍ମପୁର ଉପଖଣ୍ଡ ର ସ୍ଵଳ୍ପ ସଞ୍ଚୟ ପ୍ରତିନିଧି ଗଣ ଉପସ୍ଥିତ ରହିଥିଲେ l

Leave a Reply

Your email address will not be published. Required fields are marked *