ରାଜ୍ୟ

ରୋହିତ ବିଦା ହେବା ପଛରେ ଷଡ଼ଯନ୍ତ୍ରର ଗନ୍ଧ… ବିଷ୍ଣୁ ହଟିବାର କାରଣ ମହାଦୁର୍ନିତି

ଭୁବନେଶ୍ୱର: ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରିଙ୍କୁ ଅଚାନକ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦେବାର ୨୪ ଘଞ୍ଚା ପରେ ବି ଜୋରଦାର ଆଲୋଚନା ଜାରି ରହିଛି । ରୋହିତଙ୍କ ସ୍ଥାନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଛି । ଗତ ବର୍ଷ ଜୁନ ୨୦୨୨ରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ସମୟରେ ସମ୍ବଲପୁରର ଯୁବ ନେତା ତଥା ଦୁଇଥର ରେଢ଼ାଖୋଲ ବିଧାୟକ ରୋହିତ ପୂଜାରିଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା । ଗତ ମଇ ୧୨ ତାରିଖରେ ଦୁଇଜଣ ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ ମଧ୍ୟ ଉଚ୍ଚ ଶିକ୍ଷା ବିଭାଗ ସମୀକ୍ଷା ଉପରେ କୌଣସି ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କର ନଥିଲା ହଠାତ୍‌ ଉଚ୍ଚ ଶିକ୍ଷା ବିଭାଗର ପ୍ରଦର୍ଶନ ସନ୍ତୋଷଜନକ ନଥିବା ଏବଂ ଭାରତ ସରକାରଙ୍କ ଶହେ ଶ୍ରେଷ୍ଠ ତାଲିକାରେ ଓଡ଼ିଶାର କୌଣସି ସରକାରୀ ସ୍ଥାନ ନପାଇବା ରୋହିତଙ୍କୁ ବିଦା କରିବାର କାରଣ କୁହାଯାଉଥିଲେ ମଧ୍ୟ ଏହା ପଛରେ ଅନେକ ଗୂଢ଼ ରହସ୍ୟ ଥିବା ଆଲୋଚନା ହେଉଅଛି । ଏପରିକି ୬୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ବିଧାୟକ ନହେବା ରୋହିତଙ୍କ ବୟାନ ମଧ୍ୟ ପ୍ରକୃତ କାରଣ ନୁହେଁ ବୋଲି ଅନେକ ଦଳିୟନେତା ପ୍ରକାଶ କରିଛନ୍ତି । ପ୍ରକୃତ କାରଣ ଯାହା ଚର୍ଚ୍ଚା ହେଉଛି ଆଉ କିଛି ଦିନ ପରେ ସମ୍ନାକୁ ନିଶ୍ଚିତ ରୂପରେ ଆସିବ । କିନ୍ତୁ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ଅଚାନକ ବଦଳି କରାଯାଇ ସାଧାରଣ ପ୍ରଶାସନ ବିଭାଗର ଅଫିସର ଅନ୍‌ ସ୍ପେଶାଲ ଡିୟୁଟି(ଓଏସଡ଼ି) ଭାବରେ ଅବସ୍ଥାପିତର କାରଣ ସ୍ପଷ୍ଟ ହେବାରେ ଲାଗିଛି । ଅଧ୍ୟାପକ ବଦଳି ଏବଂ ଘରୋଇ ଓ ସେଲ୍ଫ ଫାଇନାନ୍ସିଂଗ ମହାବିଦ୍ୟାଳୟ ଗୁଡ଼ିକୁ ସ୍ଥାୟୀ ସ୍ୱୀକୃତି ପ୍ରଦାନ ତଥା ନୂଆ ବିଷୟ ପାଇଁ ଅନୁମତି ପ୍ରଭୃତି ପ୍ରସଙ୍ଗରେ ଅନେକ ଅର୍ଥ ଆଦାୟ ହୋଇଥିବା ଜଣାପଡ଼ିଛି । ନିର୍ବାଚନ ବର୍ଷ ନାମରେ ଘରୋଇ ମହାବିଦ୍ୟାଳୟ ମାନଙ୍କ ଠାରୁ ପ୍ରଚୁର ମାତ୍ରାରେ ଅର୍ଥ ଆଦାୟ ଓ ଅନେକ ଗୁୁରୁତର ଅନିୟମିତତାକୁ ନେଇ ଶ୍ରୀ ସେଠୀଙ୍କ ବ୍ୟକ୍ତିଗତ ସଚିବ ଏବଂ ଓଏସଡ଼ିଙ୍କୁ ଗତ ଦୁଇଦିନ ତଳେ ସ୍ଥାନାନ୍ତରିତ କରାଯାଇଥିଲା । ଆ>ଳିକ ଶିକ୍ଷା ନିର୍ଦ୍ଦେଶକମାନଙ୍କ ଜରିଆରେ ଏହି ଆର୍ôଥକ ନେଣଦେଣ ହୋଇଥିବା ଅଭିଯୋଗର ସତ୍ୟତାକୁ ଉପଲବ୍ଧି କରି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏହି ପ୍ରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଆଗାମୀ ଦିନମାନଙ୍କରେ ମଧ୍ୟ କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇ ଦିଆଯାଇ ନପାରେ ।

Leave a Reply

Your email address will not be published. Required fields are marked *