ରାଜ୍ୟ

ହକି ବିଶ୍ବକପ୍‌: ବେଲଜିୟମ୍‌ ୨-୦ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ହରାଇଲା, ଦ୍ବିତୀୟ ଦଳ ଭାବେ ସେମିଫାଇନାଲରେ ପହଞ୍ଚିଲା

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ବେଲଜିୟମ ୨-୦ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ବିତୀୟ କ୍ବାର୍ଟର ଫାଇନାଲରେ ବିଜୟୀ ହୋଇ ବେଲଜିୟମ ଦ୍ବିତୀୟ ଦଳ ଭାବେ ସେମି ଫାଇନାଲକୁ ଉନ୍ନୀତ ହୋଇଛି। ବେଲଜିୟମ୍‌ ଆସନ୍ତା ୨୭ ତାରିଖରେ ସେମିଫାଇନାଲ ମ୍ୟାଚ୍‌ ଖେଳିବ। ଏହି ଟିମ୍‌ କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲି (ଜାନୁଆରି ୨୫) ରାତି ୭ଟାରେ ‌ନେଦରଲ୍ୟାଣ୍ଡ୍‌ସ ଓ ଦକ୍ଷିଣ କୋରିଆ ମଧ୍ୟରେ ଆୟୋଜିତ ହେବାକୁ ଥିବା ୪ର୍ଥ କ୍ବାର୍ଟରଫାଇନାଲର ବିଜୟୀ ଦଳକୁ ଭେଟିବ।

ଆଜି ଉଭୟ ବେଲଜିୟମ୍ ଓ ନ୍ୟୁଜିଲାଣ୍ଡର ଖେଳାଳିମାନେ ଳଢ଼ୁଆ ଖେଳ ପ୍ରଦର୍ଶନ କରିଥିଲେ । ବେଲଜିୟମ୍ ତରଫରୁ ପ୍ରଥମ କ୍ଵାର୍ଟରରେ ଗୋଲ ଦେଇଥିଲେ ଵୋନ ଟୋମ। ସେହିଭଳି ଭାନ ଔବେଲ ଫ୍ଲୋରେଣ୍ଟଙ୍କ ଷ୍ଟିକରୁ ଦଳକୁ ମିଳିଥିଲା ଦ୍ୱିତୀୟ ଗୋଲ । ନିୟୁଜଲାଣ୍ଡ ୨୯ ମିନିଟରେ ପ୍ରଥମ ପେନାଲଟି ସୁଯୋଗ ପାଇଥିଲେ ହିଁ ଏହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା । ଦ୍ୱିତୀୟ କ୍ଵାର୍ଟର ଶେଷ ସୁଦ୍ଧା ଦୁଇଟି ଗୋଲ ଦେଇ ଆଗୁଆ ରହିଥିଲା ବେଲଜିଅମ। ୩୬ମିନିଟରେ ବେଲଜିଅମକୁ ମିଳିଥିଲା ଆଉ ଗୋଟିଏ ପେନାଲଟି ସୁଯୋଗ। ମାତ୍ର ଏହାକୁ ହାତ ଛଡା କରିଥିଲା ଦଳ। ପରେ ଶେଷ କ୍ଵାର୍ଟରର ୪୮ ମିନିଟରେ ନ୍ୟୁଜିଲାଣ୍ଡ ଦଳକୁ ମିଳିଥିବା ପେନାଲଟି ସୁଯୋଗକୁ ମଧ୍ୟ  ଦଳ ଗୋଲରେ ପରିଣତ କରିପାରି ନଥିଲା ଦଳ। ମ୍ୟାଚର ଶେଷ ୨୮ ସେକେଣ୍ଡରେ ପେନାଲଟି କର୍ଣ୍ଣର ହାସଲ କରିଥିଲେ ବି ନିଉଜିଲ୍ୟାଣ୍ଡ ତାକୁ ଗୋଲରେ ପରିଣତ କରିବାରେ ବିଫଳ ହେଇଥିଲା।

Leave a Reply

Your email address will not be published. Required fields are marked *