ପ୍ରଗତି ଟ୍ରଷ୍ଟ ପକ୍ଷରୁ ଓପନ ଲଣିଙ୍ଗ ସିସଠମ ଅନାଥାଶ୍ରମରେ ରଜପର୍ବ ପାଳିତ
ଓଡ଼ିଆର ମହାନ ପର୍ବ ରଜପର୍ବ ଅବସରରେ ବୁଧବାର ଅର୍ଥାତ୍ ରଜ ପର୍ବର ପ୍ରଥମ ଦିନରେ ପ୍ରେସ ଛକ ନିକଟସ୍ଥ ଓପନ ଲର୍ଣ୍ଣିଂ ସିସ୍ଟମ ଅନାଥାଶ୍ରମର ପିଲାମାନଙ୍କ ସହିତ ପ୍ରଗତି ଟ୍ରଷ୍ଟ ତରଫରୁ ରଜ ପାଳନ, ପୋଡ଼ପିଠା ଏବଂ ମଧ୍ୟାନ୍ନ ଭୋଜନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆଶ୍ରମରେ ରହୁଥିବା ସମସ୍ତ ପିଲାମାନଙ୍କୁ ଖାଦ୍ୟ ସେବନର ବ୍ୟବସ୍ଥା କରାଯିବା ସହ ରଜ ପର୍ବ ଏଠାରେ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା । ପ୍ରଗତି ଟ୍ରଷ୍ଟର ସମସ୍ତ କର୍ମକର୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ପିଲାମାନଙ୍କୁ ନିଜ ହାତରେ ଖାଦ୍ୟ ଖୁଆଇ ଦେଇଥିଲେ । ଦିନ ୧୦ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ପ୍ରାୟ ୩ଟା ପର୍ଯ୍ୟନ୍ତ ଚାଲୁ ରହୁଥିଲା । ଉକ୍ତ କାର୍ଯ୍ୟକ୍ରମରେ ସାଇ ଟ୍ରଷ୍ଟ ହାଇଟେକ୍ ପ୍ଲାଜା ର ଚେୟାରମ୍ୟାନ୍ ରତିକାନ୍ତ ପାଢି ଯୋଗଦେଇ ନିଜର ସମାଜସେବାର ମହାନ ଉଦେ୍ଦଶ୍ୟ ଉପରେ ମତ ରଖିବା ସହ ପ୍ରଗତି ଟ୍ରଷ୍ଟ ସହ ମିଶି ଏହି ଭଳି କାର୍ଯ୍ୟରେ ସାଇ ଟ୍ରଷ୍ଟ ସବୁବେଳେ ସହଯୋଗର ହାତ ବଢ଼ାଇବ ବୋଲି କହିଥିଲେ । ପ୍ରଗତି ଟ୍ରଷ୍ଟର ସଦସ୍ୟ ଗଦାଧର ବରାଳ, ସତ୍ୟସୁନ୍ଦର ପଣ୍ଡା, ଶ୍ରୀକାନ୍ତ ପଣ୍ଡା, ଅଭିଜିତ ମିଶ୍ର, ସରୋଜ ସାହୁ, ବଟକୃଷ୍ଣ ବାରିକ, ଦୁର୍ଗାପ୍ରସାଦ ମିଶ୍ର, ସଦସ୍ୟା ବନଜ୍ୟୋସ୍ନା ପାଢ଼ୀ, ସ୍ମିତାରାଣୀ ମହାନ୍ତି, ସଦସ୍ୟ ପ୍ରଶାନ୍ତ ବିଦ୍ୟାଧର, ମନୋଜ ମୁଦୁଲି, ରଶ୍ମୀରଞ୍ଜନ ଲେଙ୍କା ଏବଂ ଓପନ ଲର୍ଣ୍ଣିଂ ସିଷ୍ଟମ ର ସମସ୍ତ କର୍ମକର୍ତା ଉପସ୍ଥିତ ରହି ସଂପୂର୍ଣ୍ଣ ସହଯୋଗ କରିଥିଲେ ।