ସାମଗ୍ରିକ ପ୍ରଦର୍ଶନରେ ସୁକିନ୍ଦା କ୍ରୋମାଇଟ୍ ଖଣିକୁ ପ୍ରଥମ ସ୍ଥାନ ସହ ଟାଟା ଷ୍ଟିଲ ମାଇନିଂ ୭ଟି ପୁରସ୍କାରରେସମ୍ମାନିତ I
ଯାଜପୁର (କଳିଙ୍ଗନଗର) :- ଅଗ୍ରଗାମୀ, ଦୀର୍ଘସ୍ଥାୟୀ ଓ ଲକ୍ଷ୍ୟଭିଭିନ୍ନ ପଦକ୍ଷେପ ସହିତ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏସ୍ଏଲ୍) ଭୁବନେଶ୍ବର କ୍ଷେତ୍ରରେ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସର ପ୍ରତ୍ୟେକ୍ଷ ତତ୍ତ୍ବାବଧନାରେ ଭୁବନେଶ୍ବରଠାରେ ଆୟୋଜିତ ୨୪ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ (ଏମୂଲଏମ୍ସି) ସପ୍ତାହ ୨୦୨୨-୨୩ ପାଳନ ଅବସରରେ ସାମଗ୍ରିକ ପ୍ରଦର୍ଶନ ବିଭାଗରେ ପ୍ରଥମ ମୁରସ୍କାର ହାସଲ କରିଛି ।ଗ୍ରୁପ୍ -୨ ଅନ୍ତର୍ଗତ ଟିଏସ୍ଏମ୍ଏଲ୍ ସୁକିନ୍ଦା କ୍ରୋମାଇଟ୍ ଖଣି ସାମଗ୍ରିକ ପ୍ରଦର୍ଶନ ଓ ଦୀର୍ଘସ୍ଥାୟୀ ବିଦାଶରେ ପ୍ରଥମ ପୁରସ୍କାର ଓ ଦନୀକରଣରେ
ଦ୍ବିତୀୟ ଏବଂ ଉଲ୍ଲେମେସନ୍ ଓ ଥଇଥାନରେ ତୃତୀୟ ପୁରସ୍କାର ହାସଲ କରିଛି । ସେହିପରି ଗ୍ରୁପ୍ -୪ ଅନ୍ତର୍ଗତ ସାରୁଅବିଲ କ୍ରୋମାଇଟ ଖଣିକୁ ୱେଷ୍ଟ ଡମ୍ପ ପରିଚଳନ ରେ ପ୍ରଥମ ଏବଂ କମର୍ଦା କ୍ରୋମାଇଟ ଖଣିକୁ ୱେଷ୍ଟ ଡମ୍ପ ପରିଚାଳନା ଓ ରିଲ୍ଲେମେସନ୍ ଏବଂ ୱେଷ୍ଟ ଚର୍ଚ୍ଚାର ଥଇଥାନ ପାଇଁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି ।
ଏହି ସଫଳତା ଉପରେ ଖୁସି ପ୍ରକାଶ କରି ଟାଟା ଷ୍ଟିଲ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସଚିଜା କହିଛନ୍ତି ଯେ, ‘୭ଟି ପୁରସ୍କାର ହାସଲ
କରିବା ନିଶ୍ଚିତ ଭାବେ ଆମ ପାଇଁ ଏକ ଗର୍ବ ର ବିଷୟ । ଏହା ନିଶ୍ଚିତ ଭାବେ ଆମ ଟିମ୍ କୁ ଅଧିକ ପରିଶ୍ରମ ଓ ନୂତନ ମାଇଲଖୁଣ୍ଟ ହାସଲ କରିବାକୁ
ପ୍ରୋତ୍ସାହିତ କରିବ ।”
ଏହାସହିତ ସେ କହିଛନ୍ତି ଯେ “ଟାଟା ଷ୍ଟିଲ ମାଇନିଂ ସର୍ବଦା ଉତ୍କର୍ଷତାକୁ ଆପଣାଇବା ସହିତ ଏକ ଦାୟିତ୍ବବାନ ଖନନ କମ୍ପାନୀ ଭାବେ ଉଭା
ହୋଇଛି । ରୂପାନ୍ତରିତ ମୂଲ୍ୟବୋଧ ଦ୍ବାରା ପରିଚାଳିତ ହେବା ସହିତ ଖଣି ପରିବେଶ ସୁରକ୍ଷା ଓ ଖଣିଜ ସଂରକ୍ଷଣ ଦିଗରେ ଅମେ ନିରନ୍ତର ଭାବେ
କାର୍ଯ୍ୟ କରୁଛୁ । ଦୀର୍ଘସ୍ଥାୟୀ ଖନନ ପ୍ରକ୍ରିୟାର ପାଳନ କରି ସାମାଜିକ ସମାନତକୁ ଆମେ ସର୍ବଦା ଗୁରୁତ୍ଵ ଦେଇଆସିଛୁ ।”
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଦିଏଦୂର ଚିପ୍ କଣ୍ଟ୍ରୋଲର ଅଫ୍ ମାଇନ୍ସ ପଙ୍କଜ କୁଲଶ୍ରେଷ୍ଠ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
ଖଣି ବିଭାଗର ବରିଷ୍ଠ ମହା ପ୍ରବନ୍ଧଳ ସୁଶାନ୍ତ କୁମାର ମିଶ୍ର, ସୁକିନ୍ଦା ଖଣି ବିଭାଗ ପ୍ରବନ୍ଧକ ସମୂଲ୍ଗୁନଥ ଝା, ଖଣି (ଟିନ୍ ମାଇନ୍ସ) ବିଭାଗ ପ୍ରବନ୍ଧକ ନବୀନ ଶ୍ରୀବାସ୍ତବ ଏବଂ ଏଡିଏମ (ଏସ୍ ଏଚ୍ ଜି ) ଅଜୟ କୁମାର ବିଶ୍ବମ୍ବରନାଥଙ୍କ ସହିତ ଟାଟା ଷ୍ଟିଲ ମାଇନିଂର ଅନ୍ୟ ଅଧିକାରୀମାନେ ପୁରସ୍କାର
ଗ୍ରହଣ କରିଥିଲେ ।(ଉମାକାନ୍ତ ମହାପାତ୍ର ଙ୍କ ରିପୋର୍ଟ)