ଦେଶ- ବିଦେଶ

ବେଲାରୁଷକୁ ପ୍ରଥମ ପରମାଣୁ ଅସ୍ତ୍ର ପଠାଯାଇଛି ,ପୁଟିନଙ୍କ ବଡ଼ ଘୋଷଣା

ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ବେଲାରୁଷକୁ ପ୍ରଥମ ପରମାଣୁ ଅସ୍ତ୍ର ପଠାଯାଇଛି ।

ସେଣ୍ଟ ପିଟର୍ସବର୍ଗ ଇକୋନୋମିକ ଫୋରମରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ୟୁକ୍ରେନରେ ଚାଲିଥିବା ଯୁଦ୍ଧରେ ଆଗକୁ ନାଟୋ ସେନା ସିଧାସଳଖ ସଂଶ୍ଳିଷ୍ଟ ହେବାର ସମ୍ଭାବନା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ରୁଷ ଚାହିଁଲେ କିବକୁ ସଂପୂର୍ଣ୍ଣ ଧ୍ବଂସ କରିସାରନ୍ତାଣି, କିନ୍ତୁ ଏପରି କରାଯାଉନାହିଁ । କେବଳ ବାହାରର ଅସ୍ତ୍ରଶସ୍ତ୍ର ପହଞ୍ଚିବାକୁ ରୋକିବାକୁ କିବର ସୀମାବର୍ତ୍ତୀ ଅଂଚଳରେ ଆକ୍ରମଣ କରାଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ଇହୁଦି ବଂଶୋଦ୍ଭବ ହୋଇଥିଲେ ବି ସେ ଇହୁଦି ଜାତି ପାଇଁ ଏକ କଳଙ୍କ । ତାଙ୍କ ଯୋଗୁଁ ୟୁକ୍ରେନ ଏହି ଯୁଦ୍ଧରେ ଜିତିବାର ସମ୍ଭାବନା ନାହିଁ ।

ଗତ ସପ୍ତାହରେ ପୁଟିନ କହିଥିଲେ ଯେ ତାଙ୍କ ଦେଶ ଜୁଲାଇରେ ବେଲାରୁସରେ ନିଜର କିଛି ରଣନୈତିକ ପରମାଣୁ ଅସ୍ତ୍ର (ଟାକଟିକାଲ ନ୍ୟୁକ୍ଲିୟର ଓ୍ବିପନ) ମୁତୟନ କରିବ । ଏହା ପୂର୍ବରୁ ଜୁଲାଇ ୭ରୁ ୮ ତାରିଖ ମଧ୍ୟରେ ପରମାଣୁ ଅସ୍ତ୍ର ଭଣ୍ଡାରଣ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ ହେବ ।

Leave a Reply

Your email address will not be published. Required fields are marked *