ରାଜ୍ୟ

ଗଞ୍ଜାମ ଜିଲ୍ଲା ପୁଣି ଜାତୀୟସ୍ତରରେ ପୁରସ୍କୃତ, ଉପରାଷ୍ଟ୍ରପତିଙ୍କ ଠାରୁ ’ଜାତୀୟ ଜଳ ପୁରସ୍କାର’ ଗ୍ରହଣ କଲେ ଜିଲ୍ଲାପାଳ

ଛତ୍ରପୁର: ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କାର ପାଇ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ବେଳେ ଏବେ ପୁଣି ଥରେ ସମ୍ମାନିତ ହୋଇଛି । ଗଞ୍ଜାମ ଜିଲ୍ଲାକୁ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ ପ୍ରଦାନ କରାଯାଇଛି। ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆଜି ଜଳ ଶକ୍ତି ମନ୍ତ୍ରାଳୟର ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ଦ୍ୱାରା ନୂଆଦିଲ୍ଲୀର ବିଜ୍ଞାନ ଭବନ, ପ୍ଲେନାରୀ ହଲରେ ଆୟୋଜିତ ଏକ ପୁରସ୍କାର ବିତରଣ ସମାରୋହରେ ଏହି ଚତୁର୍ଥ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିଛନ୍ତି। ଗଂଜାମ ତରଫରୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ଗ୍ରହଣ କରିଛନ୍ତି।

ସମାରୋହରେ ଗଞ୍ଜାମ ଜ଼ିଲ୍ଲାପରିଷଦ ମୁଖ୍ୟ  ଅଧିକାରୀ ଭି କୀର୍ତି ଭାସନ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନର ଅହରହ ଉଦ୍ୟମ ଓ ଜିଲ୍ଲାର ଉନ୍ନତି କଳ୍ପେ କରାଯାଇଥିବା ବିଭିନ୍ନ ପଦକ୍ଷେପ ହିଁ ଏଭଳି ପୁରସ୍କାର ଆଣିପାରୁଛି ବୋଲି ବହୁ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *