ରାଜ୍ୟ

ରଜ ପର୍ବ ଉପଲକ୍ଷେ କବାଡି ପ୍ରତିଯୋଗିତା।

ବାସୁଦେବପୁର – ପବିତ୍ର ରଜ ପର୍ବ ବାସୁଦେବପୁର ରେ ବହୁ ଧୁମ୍ ଧାମରେ ପାଳନ ହୋଇ ଯାଇଛି। ପ୍ରବଳ ଖରା ଓ ଗରମ ଯୋଗୁଁ ଦିନ ସମୟ ରେ ରାସ୍ତା ଘାଟ ଶୂନଶାନ ପଡୁ ଥିବା ବେଳେ ସଂଧ୍ୟା ବେଳେ ଜମୁଛି ରଜ ପାଳନ ର ଆସର। ଏହି ଅବସର ରେ ବାସୁଦେବପୁର ୧୧ ନ ୱାର୍ଡ ରେ ରଜ ପଦା ଠାରେ ଆୟୋଜିତ ହୋଇ ଯାଇଛି ରଜ ପ୍ରତିଯୋଗିତା। ଜୟ ଜଗନ୍ନାଥ ଯୁବକ ସଂଘ ପକ୍ଷରୁ ତିନି ଦିନ ବ୍ୟାପୀ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପ୍ରଥମ ଦିନ ରେ ୱାର୍ଡ କାଉନସିଲର କୁନ୍ତଳା ସେଠୀ ଉଦ୍ ଘାଟନ କରିଥିଲା ବେଳେ ଉଦ୍ ଜାପାନୀ ଉତ୍ସବ ରେ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ଅସିତ୍ ଦାସ, ଶ୍ୟାମ ସୁନ୍ଦର ମହାନ୍ତି, ଯୋଗ ଦେଇ ଥିଲେ। ଉଦଯାପନୀ ଉତ୍ସବରେ ନୀଳ ମଣି ୟୁଥ୍ କ୍ଳବ୍ ବାଲି ନଗର ଓ ମା ସାତ ଭଉଣୀ କ୍ଳବ୍ ବାସୁଦେବପୁର ମଧ୍ୟ ରେ ଅନୁଷ୍ଟିତ ହୋଇଥିଲା। ଶେଷ ରେ ମା ସାତ ଭଉଣୀ କ୍ଳବ୍ ବିଜୟୀ ହୋଇ ଟ୍ରଫି ଗ୍ରହଣ କରିଥିଲା। ଖେଳ ଟିକୁ କ୍ଳବ୍ ର ସଦସ୍ୟ ଲକ୍ଷ୍ମୀ ଧର ନାୟକ, ଅଜୟ ନାୟକ, ତାପସ ମହାନ୍ତି, ରାଜେଶ୍ ନାୟକ, ରାଜୀବ ନାୟକ, କୁନମୁନ ଚୌଧୁରୀ, , ପ୍ରତାପ ମହାନ୍ତି, ମାନସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସଫଳ କରାଇ ଥିଲେ। ଭଦ୍ରକ ରୁ ପ୍ରତାପ କୁମାର ପାଢ଼ୀ

Leave a Reply

Your email address will not be published. Required fields are marked *