ରାଜ୍ୟ

ସଂସ୍କାରକ ଜୟ ମଙ୍ଗଳ ରଥଙ୍କ ତିରୋଧାନ ଦିବସ ପାଳନ

ବ୍ରହ୍ମପୁର, ତା.20.6.2023ରିଖ ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ଓ ପତିତ ପାବନ ସଂଘର ମିଳିତ ଆନୁକୂଲ୍ୟରେ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜ ସଂସ୍କାରକ ଜୟ ମଙ୍ଗଳ ରଥଙ୍କ 71ତମ ମୃତ୍ୟୁ ବାର୍ଷିକୀ ପାଳନ ହୋଇଯାଇଛି l ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ପ୍ରଥମେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା l ବ୍ରିଟିଶ ବିରୁଦ୍ଧରେ ଭାରତବର୍ଷର ସ୍ୱାଧୀନତା ସଂଗ୍ରାମରେ ଜୟ ମଙ୍ଗଳ ରଥ ଅଂଶ ଗ୍ରହଣ କରିବାସହ ଦେଶ ଭିତରେ ଥିବା ଜାତିପ୍ରଥା, ବଳି ପ୍ରଥା, ମଦ ମାଦକ ଦ୍ରବ୍ୟର କୁ ଅଭ୍ୟାସ ଆଦି କୁସଂସ୍କାର ବିରୁଦ୍ଧରେ ସେ ସଚେତନତା ସୃଷ୍ଟି କରିଥିଲେ ଏବଂ ଏହି ପ୍ରକ୍ରିୟାରେ ନିଜେ ବି ଜାତି ବାହାରେ ବିବାହ କରି ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଯାଇଛନ୍ତି l ଏଣୁ ଉଚ୍ଚାରଣ ଓ ଆଚରଣ ମଧ୍ୟରେ ସାମଞ୍ଜସ୍ୟ ରକ୍ଷା କରିବାପାଇଁ ଜୟ ମଙ୍ଗଳ ରଥଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆଜିର ସଭାରେ ମତବ୍ୟକ୍ତ…

Leave a Reply

Your email address will not be published. Required fields are marked *