ରାଜ୍ୟ

ଗଂଜାମ ଜିଲ୍ଲା ପତଞ୍ଜଳୀ ଯୋଗ ସମିତି ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭାରତୀୟ ଆୟୁଷ ମନ୍ତ୍ରାଳୟର ନିର୍ଦ୍ଧେଶକ୍ରମେ ଓ ଯୋଗ ଗୁରୁ ସ୍ୱାମୀ ରାମଦେବଙ୍କ ଯୋଗ ଶିକ୍ଷା ଅନୁଯାୟୀ ଆଜି ଗଂଜାମ ଜିଲ୍ଲା ପତଞ୍ଜଳୀ ଯୋଗ ସମିତି ପ୍ରଭାରୀ ଡା କିରଣ କୁମାର ପାଣିଗ୍ରାହୀ, ଯୁବ ଭାରତ ବରୁଣ କୁମାର ପାଣିଗ୍ରାହି ଓ ଓଡିଶା ରାଜ୍ୟ ପତଞ୍ଜଳି କାର୍ଯ୍ୟକର୍ତା ଡା ଦେବରାଜ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୟବଧାନରେ ଅନ୍ତର୍ଜାତୀୟ ଯୋଗ ଦିବସ ଗୁରୁକୁଳ ଇଣ୍ଟରନେସ୍ନାଲ ପୁବ୍ଲିକ ସ୍କୁଲରେ ପାଳନ କରାଗଲା। ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ଓଡ଼ିଆ ପ୍ଲାନିଂ ବୋର୍ଡ଼ ଅଧ୍ୟକ୍ଷ ଓ ଗଂଜାମ ବି ଜେ ଡି ଅଧ୍ୟକ୍ଷ ଡା ରମେଶ ଚନ୍ଦ୍ର ଚାୟୁ ପଟନାୟକ, ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଓଡିଶା କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାଷ ମହାରଣା, କର୍ପୋରେଟର ମହୋଦୟା ମଛାସିନ ଥିଲେ। ସ୍କୁଲର ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ବକ୍ତବ୍ୟ କ୍ରମେ ସମସ୍ତ ଅତିଥିଗଣ ନିଜ ନିଜ ବାର୍ତା ରଖିଥିଲେ । ପରିସେସରେ ଶ୍ରୀ ସ୍ୱାମୀ ଯୋଗାନନ୍ଦ ସରସ୍ବତୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ କାହ୍ନା ଚେରିଟେବଲ ଟ୍ରଷ୍ଟ, ଜୟ ଜଗନ୍ନାଥ ମର୍ଣୀଙ୍ଗ ୱାକ କ୍ଳବ, ଟିମ କ୍ଲିନ ସିଟି, ଅଖିଳ ଭାରତୀୟ ମାରବାଡ଼ି ମହିଳା ସଂଘ, ହସ କ୍ଲବ, ଏମକେସିଜି ହେଲଥ କେର ସଂଘଠନ, ସୃଜନୀ NGO, ଅନ୍ତର୍ଜାତୀୟ ଭାର ଉତ୍ତଲନ କ୍ରୀଡ଼ାବିତ ଶ୍ରୀମତୀ ସୀତା କୁମାରୀ ଜେନା, ସାମ୍ବାଦିକ ଶ୍ରୀ ସୁଦୀପ କୁମାର ସାହୁ ଏବଂ ସ୍କୁଲ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ମହାପାତ୍ରଙ୍କୁ ସଂମାନ ପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରଭାତ ପୋଇ, ରାକେଶ ପାଳ, ଧର୍ମା ଆଚାରି, ଶିବରାମ ପାଣିଗ୍ରାହୀ, ଶ୍ରୀଧର ପାଢୀଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ସେହି ପରି ଡା କିରଣ କୁମାର ପାଣିଗ୍ରାହୀ ଏବଂ ମହିଳା ପ୍ରଭାରୀ ତପସ୍ୱିନୀ ମିଶ୍ର mkcg ଅଡିଟୋରୀୟମ ହଲ ଓ ପାରଲା କଲେଜ ରେ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗ ଶିକ୍ଷା ଦେଇଥିଲେ।
ପରିଶେଷରେ ଏକ ରାଲି କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିଲା ଯାହାକୁ ସମସ୍ତ ଅତିଥିଗଣ ସମ୍ବୋଧନ କରିଥିଲେ।

Leave a Reply

Your email address will not be published. Required fields are marked *