୬୨ ଜଣ ନିଟ୍ ଛାତ୍ରଛାତ୍ରୀଙ୍କୁ ମଧୁବାବୁ ମେଧା ସେବା ସମ୍ମାନରେ ସମ୍ବର୍ଦ୍ଧିତ କରାଗଲା : ମଧୁ ଓଡ଼ିଆ ସେନା
ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ମଧୁ ଓଡ଼ିଆ ସେନା ପକ୍ଷରୁ ଗତକାଲି ସନ୍ତରା ଛକ ସଂସ୍କୃତି ଭବନ ପରିସରରେ ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, କେନ୍ଦୁଝର, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାର ୬୨ ଜଣ ନିଟ୍ ୟୁକି ଛାତ୍ରଛାତ୍ରୀ ମାନଙ୍କୁ ମଧୁବାବୁ ମେଧା ସେବା ସମ୍ମାନ ରେ ମାନପତ୍ର, ଟ୍ରଫି ଓ ମଧୁବାବୁ ଙ୍କ ପୁସ୍ତକ ଦ୍ଵାରା ଅତିଥିଗଣ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ପଦ୍ମାକର ଗୁରୁଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ଉଦ୍ଘାଟକ ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଛାତ୍ରଛାତ୍ରୀ ମାନେ ମଧୁବାବୁ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ଦକ୍ଷତାର ସଦବିନିଯୋଗ କଲେ ନିଜର ଓ ସମାଜର ହିତ ସାଧନ ହୋଇପାରିବ ବୋଲି ଶ୍ରୀଯୁକ୍ତ ଘଡେ଼ଇ ପରାମର୍ଶ ଦେଇଥିଲେ । ମୁଖ୍ୟଅତିଥି ରୂପେ ବିଶିଷ୍ଟ ଡାକ୍ତର ଗଙ୍ଗାଧର ସାହୁ ଯୋଗ ଦେଇ ପିଲାମାନଙ୍କୁ ୭ ଟି ବର୍ଣ୍ଣ ଉପରେ ଡାକ୍ତରୀ ସେବା କିପରି ନିର୍ଭର କରେ ତାହାକୁ ପ୍ରାଞ୍ଜଳ ଭାବେ ବଖାଣି ଥିଲେ । ଦୈନିକ ଖବର କାଗଜ ପର୍ଯ୍ୟବେକ୍ଷକ ର ସମ୍ପାଦକ Dr. ପବିତ୍ର ମୋହନ ସାମନ୍ତରାୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସମାଜରେ ଡାକ୍ତର ମାନେ ଦ୍ୱିତୀୟ ଭଗବାନ ସଦୃଶ ବୋଲି କହିଥିଲେ ଓ ୨ ୟ ଶ୍ରେଣୀର ଭଗବାନ ମାନେ ନିଜେ ବଞ୍ଚିବା ସହ ଅନ୍ୟକୁ ବଞ୍ଚାଇବା ବେଳେ ସମର୍ପିତ ହୋଇ କାର୍ଯ୍ଯ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଡାକ୍ତର ସତ୍ୟ ପ୍ରକାଶ ଧଳ ବରେଣ୍ୟ ବକ୍ତା ଭାବେ ଯୋଗ ଦେଇ ଡାକ୍ତର ମାନେ ଅନ୍ୟୁନ ୧୪ ବର୍ଷ ବନବାସ ପରି କଠିନ ପରିଶ୍ରମ ଓ ତ୍ୟାଗୀ ହୋଇ ନିଜର ବୃତ୍ତି ରେ ସିଦ୍ଧି ପ୍ରାପ୍ତି କରିବାକୁ ଉପଦେଶ ଦେଇଥିଲେ । ବିଶିଷ୍ଟ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ଦାସ ଯୋଗ ଦେଇ ଅନୁଷ୍ଠାନର ଏହିପରି ପ୍ରତିଭା କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଭବିଷ୍ୟତର ଡାକ୍ତର ମାନେ ନିଜର ସାଧନା ଓ ସେବା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ପୂଜ୍ୟପୂଜା ପ୍ରତିଭା ପରିଷଦ ର ଯାଜପୁର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଭୁବନ ମୋହନ ମହାନ୍ତି ଅତିଥି ପରିଚୟ ପ୍ରଦାନ ସହ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମକର୍ତ୍ତା ସର୍ବଶ୍ରି ବିଜୟ କୁମାର ବୋଇତେଇ, ଆଇନଜୀବୀ ଚନ୍ଦ୍ରକାନ୍ତ ଖଣ୍ଡେଇ, ରଞ୍ଜିତ କୁମାର ପ୍ରଧାନ, ଅନିଲ କୁମାର ମହାନ୍ତି,, ଅନିଲ କୁମାର ଜେନା, ବସନ୍ତ କୁମାର ଦାସ, ଗୋପୀନାଥ ପଲେଇ ସଞ୍ଚାଳନ କରିଥିବା ବେଳେ ଅନନ୍ତ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ବୋଲି ଶ୍ରୀଯୁକ୍ତ ଗୁରୁ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି ।