ରାଜ୍ୟ

ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ତରଫରୁ ପୁନେରେ ରଥଯାତ୍ରା ଅବସରରେ ପାନୀୟଜଳ ବଣ୍ଟନ

ଅନନ୍ତକୋଟି ବିଶ୍ୱବ୍ରହ୍ମାଣ୍ଡଧାରି ଜଗତରନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୁନେରେ ଖଡ଼କି ଠାରେ ଧୁମଧାମରେ ପାଳନ ହୋଇଛି । ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ତରଫରୁ ରଥଯାତ୍ରାର ସୁରକ୍ଷା ଓ ସ୍ୱଚ୍ଛତା ବଜାୟ ରଖିବା ସହିତ ଭକ୍ତମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦିଆଯାଇଛି ।

   ଜନଗହଳିପୂର୍ଣ୍ଣ ବାତାବରଣରେ ସ୍ୱଚ୍ଛ ପାଣିର ଆବଶ୍ୟକତା ସଭିଁଙ୍କହେତୁ ସ୍ୱାସ୍ଥ୍ୟକର ହୋଇଥାଏ । ତେଣୁକରି ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ତରଫରୁ ରଥଯାତ୍ରାରେ ଉପସ୍ଥିତ ସମସ୍ତ ଭକ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟପୂର୍ଣ୍ଣ ମିନେରାଲଯୁକ୍ତ ପିଇବା ପାଣି ପ୍ରଦାନ କରାଯାଇଥିଲା । ସଂଗଠନର ମୁଖ୍ୟ ସୌମ୍ୟରଞ୍ଜନ ମହାପାତ୍ରଙ୍କ ତତ୍ୱାବଧାନରେ ପରିବେଶକୁ ସ୍ୱଚ୍ଛ ଓ ପରିମଳ ରଖିବାର ମୂଳମନ୍ତ୍ରକୁ ଏହି ସଂଗଠନ ରଥଯାତ୍ରା ସମୟରେ ପ୍ରକଟିତକରି କାର୍ଯ୍ୟରେ ପରିଣତ କରିଥିଲେ । ଏଥିରେ ମୁଖ୍ୟ ନେତୃତ୍ତ୍ୱଭାବେ ସମ୍ପାଦକ ଆନନ୍ଦ ମହାପାତ୍ର , ଉପସଭାପତି ବୈଜୟନ୍ତି ବାରିକ୍ , ସ୍ୱେଚ୍ଛାସେବି ଅକ୍ଷୟ ଜେନା , ସତ୍ୟପ୍ରକାଶ ଦାସ , ଶ୍ରୀକାନ୍ତ ପରିଡା ,ସଚ୍ଚି,ଅବିନାଶ, ଗଣେଶ ମହାନ୍ତି ଏବଂ UPES ଛାତ୍ର ବରୁଣ ମହାଜନ ଏହି ପାଣି ବଣ୍ଟନ ଓ ସଫାଇ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହୋଯଗ କରିଥିଲେ ।   

   ପ୍ରଦୁର୍ଷଣକୁ ଦୃଷ୍ଟିରେ ରଖି ବ୍ୟବହାର ହୋଇଥିବା ପ୍ଲାସ୍ଟିକ୍ ପାଣି ବୋତଲକୁ ସ୍ପ୍ରେଡ୍ ହେପିନେସର କାର୍ଯ୍ୟକର୍ତ୍ତାମାନେ ସଂଗ୍ରହକରି ପୁନଃପ୍ରକ୍ରିୟାକରଣ ନିମନ୍ତେ ଉପଯୁକ୍ତ ସ୍ଥାନରେ ଗଚ୍ଛିତକରି ରଖିଥିଲେ ଏବଂ ସ୍ୱଚ୍ଛତାକୁ ସମ୍ପୂର୍ଣ୍ଣଭାବରେ ତଦାରଖ୍ କରିଥିଲେ ।

   ବିଭିନ୍ନ ରାଜ୍ୟରୁ ଲୋକେ ଆସି ଏହି ରଥଯାତ୍ରାରେ ସାମିଲ ହୋଇଥିଲେ । ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପରେ ଜଗନ୍ନାଥ ପ୍ରେମି ଭକ୍ତମାନେ ସ୍ୱଚ୍ଛ ମିନେରାଲ୍ ପାଣି ପିଇ ଦୃଦୟର ତୃଷ୍ଣା ମେଣ୍ଟାଇବା ସହିତ ରଥଯାତ୍ରାର ଆନନ୍ଦ ନେଇଥିଲେ ଓ ଆତ୍ମସନ୍ତୋଷ ଲାଭକରିଥିଲେ ଏବଂ ଏହିପରି ସାମାଜିକ କାର୍ଯ୍ୟରେ ସନ୍ତୁଷ୍ଟିଭାବକୁ ଦର୍ଶାଇ ପ୍ରଶଂସିତ କରିଥିଲେ ଓ ଏଥିରେ ଅନୁପ୍ରାଣିତ ମଧ୍ୟ ହୋଇଥିଲେ ।

Leave a Reply

Your email address will not be published. Required fields are marked *