ଜିନ୍ଦଲ ଷ୍ଟେନଲେସ ତରଫରୁ ବ୍ୟାଟେରୀ ଚାଳିତ ଯାନ ଲୋକାର୍ପଣ l
ଯାଜପୁର (କଳିଙ୍ଗନଗର ) :- ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼ କଳିଙ୍ଗନଗର ତରଫରୁ ଦୁଇଟି ବ୍ୟାଟେରୀ ଚାଳିତ ଗାଡି ପୁରୀ ରେଳ ବିଭାଗ କର୍ତ୍ତୃପକ୍ଷ ଙ୍କୁ ହସ୍ତାନ୍ତର କରାଯାଇଅଛି | ଏହି ବ୍ୟାଟେରୀ ଚାଳିତ ଯାନ ବୟସ୍କ, ଦିବ୍ୟାଙ୍ଗ ଓ ରୋଗାକ୍ରାନ୍ତ ତୀର୍ଥଯାତ୍ରୀମାନଙ୍କୁ ବିନା ମୂଲ୍ୟରେ ନେବା ଆଣିବା କରିବାରେ ସହାୟକ ହୋଇପାରିବ | ଏହି ବ୍ୟାଟେରୀ ଚାଳିତ ଯାନ କୁ ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼, କଳିଙ୍ଗନଗରର ସାମାଜିକ ଦାଇତ୍ୱବୋଧ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ସୁକାନ୍ତ କୁମାର ରଥ, ଲଜିଷ୍ଟିକ ବିଭାଗର ଶ୍ରୀଯୁକ୍ତ ଅରବିନ୍ଦ ଦ୍ବିବେଦୀ, ଏବଂ ସାମାଜିକ ଦାଇତ୍ୱବୋଧ ବିଭାଗର ସଞ୍ଜୟ କୁମାର ମହାନ୍ତି ପୁରୀ ରେଳ ବିଭାଗର ଶ୍ରୀ ଏସ କେ ପାଢ଼ୀ – ସିନିଅର ଚିଫ ଡିପୋଟ ଅଫିସର (ମେକାନିକାଲ), ଡା. ମନୋଜ ବରହାଟ ଫତେସିଂହ-ଆସିଷ୍ଟାଣ୍ଟ କମର୍ସିୟାଲ ମ୍ୟାନେଜରଙ୍କୁ ପବିତ୍ର ରଥଯାତ୍ରା ଅବସର ରେ ହସ୍ତାନ୍ତର କରିଥିଲେ | ଏହି ଅବସରରେ ସିଏସଆର ମୁଖ୍ୟ ଶ୍ରୀଯୁକ୍ତ ସୁକାନ୍ତ କୁମାର ରଥ କମ୍ପାନୀର ଏହି ପ୍ରୟାସ ଦୈନନ୍ଦିନ ଶତାଧିକ ଯାତ୍ରୀଙ୍କୁ ବିନା ବାଧା ରେ ଯାତାୟାତ କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ | ଏହି ଗାଡି ସମ୍ପୂର୍ଣ ଭାବେ ପୁରୀ ରେଳ ବିଭାଗ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିବ ବୋଲି ଶ୍ରୀଯୁକ୍ତ ରଥ ଘୋଷଣା କରିଥିଲେ ଏବଂ ଏହାର ରକ୍ଷଣାବେକ୍ଷଣ ଆସନ୍ତା ୫ ବର୍ଷ ପାଇଁ ଦେୟମୁକ୍ତ ରହିବ | ପୁରୀ ରେଳ ବିଭାଗ ର ଉଚ୍ଚପଦସ୍ଥ ଅଧିକାରୀମାନେ ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼ କଳିଙ୍ଗନଗରଙ୍କ ଏହି ଜନହିତକର କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରଶଂସା କରିଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷଙ୍କର ଏହି ପଦକ୍ଷେପ ଜଗନ୍ନାଥପ୍ରେମୀ ଭକ୍ତମାନଙ୍କ ଯାତାୟାତକୁ ସୁଗମ କରିବା ବୋଲି ଆଶା କରାଯାଏ |(ଉମାକାନ୍ତ ମହାପାତ୍ର ଙ୍କ ରିପୋର୍ଟ)