ମଧୁସୂଦନ ପାଣିଗ୍ରାହୀଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ପାଳନ ଅବସରରେ ମାଗଣା ଅସ୍ଥି ପରୀକ୍ଷା ଶିବିର
ବ୍ରହ୍ମପୁର ର ନୁଆ ବସ ଷ୍ଟାଣ୍ଡ ସ୍ଥିତ ଶିବାନନ୍ଦ ସେବାସଦନ ଠାରେ ମାଧୁମାୟା ପାଣିଗ୍ରାହୀ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆକାଶବାଣୀର କିମ୍ବଦନ୍ତୀ ବ୍ୟକ୍ତିତ୍ଵ ମଧୁସୂଦନ ପାଣିଗ୍ରାହୀଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ପାଳନ ଅବସରରେ ଏକ ମାଗଣା ଅସ୍ଥି ପରୀକ୍ଷା ଶିବିର ଓ ମଧୁମେହ ଶିବିର ଅନୁଷ୍ଠିତ ହୋଇଯାଇଛି।
ରବିବାର ଦିନ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ମିହିର କାନ୍ତ ପାଣିଗ୍ରାହୀ ଙ୍କ ତତ୍ତ୍ଵାବଧାନରେ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ବିଶ୍ୱକେଶ ପାଣିଗ୍ରାହୀ ଏହି ଶିବିରରେ ଯୋଗ ଦେଇଥିଲେ। ଶିବିରରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରାୟ ଶହେ ରୁ ଉର୍ଦ୍ଧ୍ବ ରୋଗୀଙ୍କ ମାଗଣା ଅସ୍ଥିରେ ଥିବା ଖଣିଜ ସାନ୍ଧ୍ରତା, ରକ୍ତ ଶର୍କରା ତଥା ପୁରୁଣା ମଧୁମେହ ରୋଗୀଙ୍କ ଆବଶ୍ୟକୀୟ ପରୀକ୍ଷା ମାନ କରାଯାଇଥିଲା।
ଫାଉଣ୍ଡେସନ ର ଆବାହକ ତଥା ଖ୍ୟାତନାମା ମଞ୍ଚ ଉଦଘୋଷକ ହୃଷୀକେଶ ପାଣିଗ୍ରାହୀ ଏହି ଅବସରରେ ଯୋଗଦେଇ ବର୍ଷ ତମାମ ଫାଉଣ୍ଡେସନ ତରଫରୁ ଏହିପରି ସ୍ବାସ୍ଥ୍ୟ ସେବା, ସମାଜ ସେବା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ବୋଲି କହିଥିଲେ।
ଫାଉଣ୍ଡେସନ ର ଟ୍ରଷ୍ଟି ତ୍ରିପତି ବାଲାଜୀ ପାତ୍ର, ବରିଷ୍ଠ ସଦସ୍ୟ ଭଗବାନ ମହାରଣା, ଡି. ସୋମେୟା, ସୁନିଲ ପଟ୍ଟନାୟକ ତଥା ଶିବାନନ୍ଦ ସେବା ସଦନ ତରଫ ରୁ ଶ୍ରୀମତୀ ଭବାନୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ବହୁବର୍ଷ ଧରି ସ୍ବାସ୍ଥ୍ୟସେବା ସଚେତନତା ସୃଷ୍ଠି କରୁଥିବା ସ୍ବେଛାସେବୀ ଶ୍ରୀଧର ସାହୁ, ଅନ୍ତର୍ଯ୍ୟାମୀ ନାହାକ, ଟି. ହିମାଂଶୁ ଶେଖର ପାତ୍ର ଙ୍କୁ ଶିବାନନ୍ଦ ସେବା ସଦନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।