ପବିତ୍ର ରଥଯାତ୍ରା ରେ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ର ସେବା କାର୍ଯ୍ୟ
ପୁରୀ :- ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ତରଫରୁ ପବିତ୍ର ରଥଯାତ୍ରା, ମହାପ୍ରଭୂ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଦର୍ଶନ ନିମନ୍ତେ, ଶତାଧିକ ଭକ୍ତ ଙ୍କ ସହଯୋଗରେ ରଥଯାତ୍ରା ସମ୍ପନ୍ନ ହୋଇଛି ।
ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ସମସ୍ତ ସଭ୍ୟ ମାନଙ୍କ ଅକୁଣ୍ଠସମର୍ଥନ ଓ ସହଯୋଗରେ ଖାଦ୍ୟ-ପେୟ ଓ ଜଳୀୟ ପାନ ର ବ୍ୟବସ୍ଥା ର ଅତି ସୁନ୍ଦର ଓ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଯାଇଛି। ସ୍ବେଛାସେବୀ ଙ୍କ ଅକ୍ଲାନ୍ତ ପରିଶ୍ରମ ସହିତ ଏହି କାର୍ଯ୍ୟକ୍ରମ ରେ ରାସ୍ତା ଘାଟ ପରିଷ୍କାର, ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ସ୍ବାସ୍ଥ୍ୟ ସେବା, ପାନୀୟ ଜଳ ବଣ୍ଟନ, ସୂଚନା ପ୍ରଦାନ ଆଦି ସେବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।
ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ କର୍ତ୍ତୃପକ୍ଷଙ୍କ ସାହାଯ୍ୟ, ସ୍ଥାନୀୟ ଅଧିବାସୀମାନ ଙ୍କ ସହଯୋଗ ରେ ଏହି ପବିତ୍ର କାର୍ଯ୍ୟ ସମ୍ଭବ ହୋଇପାରିଛି। ବହୁ ଭକ୍ତ ଏହି ପ୍ରବଳ ଉତ୍ତାପରେ ସେମାନଙ୍କର ଶୋଷ ମେଣ୍ଟାଇବାକୁ ସକ୍ଷମ ସହିତ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ରଥ ଟାଣିବାରେ ମଧ୍ୟ ସାହାଯ୍ୟ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ଅନୁଗୁଳ ମୁଖ୍ୟ କାର୍ଯ୍ୟାଳୟର ସଭ୍ୟଙ୍କର ମିଳିତ ସହଯୋଗ ଓ ଅକୁଣ୍ଠସମର୍ଥନ ଯୋଗୁଁ, ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ର ସମସ୍ତ ବିଦେଶ ଓ ଦେଶର ସମସ୍ତ ରାଜ୍ୟର ସଭ୍ୟମାନେ ମିଳିତଭାବେ ନିଜ ନିଜର ଧନ୍ୟବାଦ୍ ଓ ଶୁଭେଛା ପ୍ରଦାନ୍ କରିଛନ୍ତି ।