ରୋହିତ ଦାଶ ଙ୍କ ଦୁଇଟି ଉପନ୍ୟାସ ଗ୍ରନ୍ଥ ଉନ୍ମୋଚିତ
କବିତା ପାଇଁ ଗଳ୍ପ ଟିଏ ଓ ଯୋଗୀ ଯୋଗେଶ୍ୱର
ଆଜି ବରଗଡ଼ ଗାନ୍ଧୀ ପାଠାଗାର ଠାରେ କବି ଓ ଗାଳ୍ପିକ ରୋହିତ ଦାଶ ଙ୍କ ଦୁଇଟି ଉପନ୍ୟାସ କବିତା ପାଇଁ ଗଳ୍ପଟିଏ ଓ ଯୋଗୀ ଯୋଗେଶ୍ୱର ଅତିଥି ମାନଙ୍କ ହାତରେ ଉନ୍ମୋଚିତ ହୋଇ ଯାଇଛି..ପୁସ୍ତକ ଦ୍ବୟକୁ ଡ଼ଃ ଉମେଶ ମହାପାତ୍ର ଓ ଡ଼ଃ ଅଶୋକ ମହାପାତ୍ର ସମୀକ୍ଷା କରିଥିଲେ. ଉଭୟେ ଉପାନ୍ୟାସ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ପୁସ୍ତକ ର ଉଚ୍ଚ୍ୱସିତ ପ୍ରଶଂସା କରିଥିଲେ. ଡ଼ଃ ଉମେଶ ମହାପାତ୍ର ଯୋଗୀ ଯୋଗେଶ୍ୱର କୁ ଏକ ସଚେତନତା ଧର୍ମୀ ଉପାନ୍ୟାସ କହି ଥିବା ବେଳେ ଡ଼ଃ ଅଶୋକ ମହାପାତ୍ର କବିତା ପାଇଁ ଗଳ୍ପ ଟିଏ କୁ ଏକ ଯୁଗାନ୍ତକାରୀ ଉପାନ୍ୟସ ବୋଲି କହିଥିଲେ.କବି ରାଧା ମୋହନ ତ୍ରିପାଠୀ ଓ ଅବସର ପ୍ରାପ୍ତ ଶିକ୍ଷକ ତରଣୀସେନ ବୁଧିଆ ଉଭୟ ଉନ୍ମୋଚିତ ପୁସ୍ତକ ର ପାଠକୀୟ ମତ ରଖି ପୁସ୍ତକ ଦ୍ବୟ ଖୁବ ପାଠକୀୟତା ସାଉଁଟିବ ବୋଲି ମତ ଦେଇଥିଲେ . ଅଶୋକ ପଶାୟତ ଙ୍କ ସ୍ୱାଗତ ସମ୍ଭାଷଣ ଓ ପ୍ରାରମ୍ଭିକ ସଂଗୀତ ପରେ ସଂଗୀତା ପଣ୍ଡା ଷଢଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ. ସଭାପତି ଭାବେ ସଭାକାର୍ଯ୍ୟ ତୁଲେଇଥିଲେ ସୋହେଲା ର ଗାଳ୍ପିକ ଟେକଚାନ୍ଦ ଦୁଆନ ଓ ରୋହିତ ଦାଶ ଙ୍କ ଗଳ୍ପ ମାନସ ଉପରେ ବକ୍ତବ୍ୟ ରଖି କହିଥିଲେ ଯେ ଗାଳ୍ପିକ ଙ୍କ ଗପ ସବୁ ସତ ସତ ଲାଗିବାର କାରଣ ହେଲା ତାଙ୍କ ଲେଖା ସବୁ ଅନୁଭୂତି ସମ୍ପର୍ଣ.ଲେଖକ ରୋହିତ ଦାଶ ଲେଖକୀୟ ବକ୍ତବ୍ୟ ରଖି ଦୁଇଟି ଯାକ ଉପନ୍ୟାସ ର ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ.ସେ କହିଥିଲେ ଆଜିର ଗପ କାଲି ର ଇତିହାସ.ତାଙ୍କ ସହଧର୍ମିଣୀ ଜିତା ରାଣି ଦାଶ ଲେଖକଙ୍କ ଜୀବନଶୈଳୀ ଉପରେ ଏକ ବିଶେଷ ବକ୍ତବ୍ୟ ରଖିଥିଲେ ଯାହା ଶ୍ରୋତା ଙ୍କୁ ମୁଗ୍ଧ କରିଥିଲା.ସଭାରେ ଅତିଥି ମାନଙ୍କୁ ସୃଷ୍ଟି ଫାଉଂଡେସନ ତରଫରୁ ସମ୍ବର୍ଦ୍ଧିତ କରିଥିଲେ ବ୍ୟଙ୍ଗ କବି ସ୍ବର୍ଗତ ମନ ମାଷ୍ଟ୍ରେ, ସୃଷ୍ଟି ଫାଉଣ୍ଡେସନ ର ଅଧ୍ୟକ୍ଷା ଜିତା ରାନୀ ଦାଶ, ଡ଼ଃ ଭଗବତୀ କର.ଏହି ଅବସରରେ ପୁସ୍ତକ ର ମୁଦ୍ରଣ ରେ ସହଯୋଗ କରିଥିବା ଲିଜା ସ୍ୱାଇଁ ଙ୍କୁ ଅନୁଷ୍ଠାନ ତରଫରୁ ପ୍ରଥମ ପୁସ୍ତକଟି ଉପହାର ସ୍ୱରୂପ ପ୍ରଦାନ କରା ଯାଇଥିଲା.
. ଅଧ୍ୟାପିକା ଡ଼ଃ ଭଗବତୀ କର ଙ୍କ ଶେଷ କଥା ଓ ଧନ୍ୟବାଦ ଅର୍ପଣ ପରେ ସଭା ସମାପ୍ତ ହୋଇଥିଲା. ସୃଷ୍ଟି ଫାଉଣ୍ଡେସନ ତରଫରୁ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ କବି ଦାମୋଦର ସାହୁ, ପଞ୍ଚାନନ ବାରିକ, କବି ପୁତ୍ର କିସନ ଦାଶ.ମୌସୁମୀ ବର୍ଷା ସତ୍ୱେ ସଭା ରେ ପ୍ରଦେଶୀ ବାରିକ, ଦୁଃଖି ସେବକ ସାହୁ, ତେଜରୁ ବାରିକ ଇତ୍ୟାଦି ବରଗଡ଼ ଓ ଆଖ ପାଖ ଅଞ୍ଚଳର ଅନେକ ସାହିତ୍ୟିକ ଓ ବୁଦ୍ଧିଜିବି ଯୋଗଦାନ କରିଥିଲେ. ଏ ଅଞ୍ଚଳ ପାଇଁ ଗୌରବ ଆଣିଥିବା ଅତି ବଡି ସମ୍ମାନ ପ୍ରାପ୍ତ କବି ପଦ୍ମଶ୍ରୀ ଡ଼ଃ ଶ୍ରୀନିବାସ ଉଦଗାତା ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ ପୁରସ୍କାର ପ୍ରାପ୍ତ ଡ଼ଃ ଯୁଗଳ କିଶୋର ଷଢଙ୍ଗୀ ଙ୍କୁ ଅନୁଷ୍ଠାନ ତରଫରୁ ଅଭିନନ୍ଦନ ଜ୍ଞାପନ କରା ଯାଇଥିଲା.