ରାଜ୍ୟ

ମିଶନ ଶକ୍ତି ନାମଫଳକରେ ତୃଟି, ସଂଶୋଧନ କେବେ?

ମାଲକାନଗିରି Iତା:୨୮/୦୬
ମାଲକାନଗିରି ହେଉଛି ଆଦିବାସୀ ବହୁଳ ଏକ ଉପାନ୍ତ ଜିଲ୍ଲା। ଏଠାରେ ଓଡ଼ିଆ ଭାଷାର ପ୍ରଚଳନ ଯେପରି ସଙ୍କୁଚିତ। ସେହିପରି ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡିକରେ
ଲଗାଯାଇଥିବା ନାମ ଫଳକ ଗୁଡ଼ିକରେ ଓଡ଼ିଆ ଭାଷାରେ ଲେଖାଯାଇଥିବା ଶବ୍ଦ ମଧ୍ୟ ମାର୍ଜିତ ନୁହେଁ। ବେସରକାରୀ ଅନୁଷ୍ଠାନଗୁଡିକ ପ୍ରତି ଯଦିଓ ନାମଫଳକ ର ତୃଟିକୁ କେହି ଗୁରୁତ୍ବ ଦେଇନଥିଲା ବେଳେ ସରକାରୀ ଅନୁଷ୍ଠାନଗୁଡିକର ତୃଟିକୁ କ୍ଷମଣୀୟ ନୁହେଁ।କାରଣ ସରକାରୀ କଳରେ ଶିକ୍ଷିତ କର୍ମଚାରୀମାନେ ନିଯୁକ୍ତି ପାଇଥାନ୍ତି। ତେଣୁ ସେଠାରେ ସମସ୍ତ ଲେଖା ପଢା ମାର୍ଜିତ ହେବା ଆବଶ୍ୟକ। ତେବେ
ମାଲକାନଗିରି ବ୍ଲକ ପରିସରରେ ନୂତନ ଭାବେ ନିର୍ମିତ କରାଯାଇଛି ମିଶନ ଶକ୍ତି କ୍ଯାଫେରେ ଲଗାଯାଇଥିବା ନାମ ଫଳକରେ ବର୍ତ୍ତମାନ ତୃଟି ଦେଖିବାକୁ ମିଳୁଛି। ଏଠାରେ ଲେଖା ଯାଇଛି (ମିଶନ ଶକ୍ତି କେଫେ ମାଲ୍ କାନଗିରୀ)
ଏହି ଫଳକରେ କିଛି ତୃଟି ଥିବା ପରିଲକ୍ଷିତ ହେଉଛି। ଏଠାରେ ବଡ଼ ତୃଟି ହେଲା: ମାଲକାନଗିରି କୁ(ମାଲ୍ କାନଗିରୀ) ବୋଲି ଲେଖାଯାଇଛି।ଲ ରେ( ଲ୍) ହଳନ୍ତ ଚିହ୍ନ ଦିଆଯାଇଛି ଏବଂ ରି ରେ (ରୀ) ଦୀର୍ଘ ଈ ମାତ୍ରା ଦିଆ ଯାଇଛି ।ଏହା ବ୍ୟତୀତ ଇଂରାଜୀ ରେ(cafe) ଲେଖା ଯାଇଛି।ଯାହାର ଉଚ୍ଚାରଣ (କେଫେ) ବଦଳରେ କ୍ଯାଫେ ହେବା ଉଚିତ। ମାଲକାନଗିରି ବ୍ଲକ ରେ ବଡରୁ ଛୋଟ ପର୍ଯ୍ୟନ୍ତ ସରକାରୀ କର୍ମଚାରୀମାନେ ଥିଲେ ମଧ୍ୟ ଏହି ତୃଟିକୁ କିପରି ସଂଶୋଧନ କରିବାରେ ଅସମର୍ଥ
ସର୍ବସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *