ରାଜ୍ୟ

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ବାହୁଡା ଯାତ୍ରା ଦିଲ୍ଲୀ ତ୍ୟାଗରାଜ ନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ବହୁତ ହର୍ଷୋଲ୍ଲାସ ଓ ଧୁମ ଧାମ ରେ ପାଳନ

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ବାହୁଡା ଯାତ୍ରା ଦିଲ୍ଲୀ ତ୍ୟାଗରାଜ ନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ବହୁତ ହର୍ଷୋଲ୍ଲାସ ଓ ଧୁମ ଧାମ ରେ ପାଳନ କରାଯାଇଛି। ଏ ବର୍ଷ ତ୍ୟାଗରାଜ ନଗର ସରକାରୀ କର୍ମଚାରୀ ନିବାସୀ ମାନଙ୍କର ସହଯୋଗ ରେ ମନ୍ଦିର ପରିସର ନିକଟରେ ଶ୍ରୀ ଗୁଣ୍ଡିଚା ମନ୍ଦିର ଭବ୍ୟ ରୂପରେ ଭକ୍ତ ମାନଙ୍କର ସୁବିଧାରେ ଦର୍ଶନ ପାଇଁ ଅସ୍ଥାୟୀ ଭାବେ ନିର୍ମିତ ହୋଇଥିବାରୁ , ରଥଯାତ୍ରା ପରଠାରୁ ଦୀର୍ଘ ନବ ଦିନ ଧରି ଭକ୍ତ ମାନଙ୍କର ପ୍ରତ୍ୟହ ଦର୍ଶନ ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।
ସନ୍ଧ୍ୟା 5 ଟାରେ ଠାକୁର ମାନଙ୍କର ପହଣ୍ଡି ବିଜେ ରିତିକାନ୍ତି ପାଳନର ସହିତ ଆରମ୍ଭ କରାଯାଇ ଥିଲା। ସନ୍ଧ୍ୟା ଛଅ ଟାରେ ଶ୍ରୀମନ୍ଦିର ଅଭିମୁଖେ ରଥ ଟଣା ଆରମ୍ଭ ହୋଇଥିଲା। ରଥ କଲୋନୀ ମଧ୍ୟ ରେ ଭକ୍ତ ମାନଙ୍କର ଉତ୍ସାହ ବର୍ଦ୍ଧକ ହରିବୋଲ ଓ ହୁଳହୁଳି ସହିତ ଗତି କରିଥିଲା। ଏହି ଯାତ୍ରାରେ କଲୋନୀ ର ସମସ୍ତ ନିବାସୀ ତଥା ମନ୍ଦିର କୁ ଆସିଥିବା ଅନେକ ପ୍ରବାସୀ ଓଡ଼ିଆ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଏହି ପବିତ୍ର ଉତ୍ସବ କୁ ଦେଖିବା ନିମନ୍ତେ ପ୍ରାୟ5 ହଜାର ଶ୍ରଦ୍ଧାଳୁ ଙ୍କର ସମାଗମ ହୋଇଥିଲା। ମନ୍ଦିର ପରିଚାଳନା କମିଟି ତରଫରୁ ଭକ୍ତ ମାନଙ୍କର ସୁବିଧା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ରଥ ମନ୍ଦିର ନିକଟରେ ପହଁଚିଲା ପରେ ସନ୍ଧ୍ୟା ର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ରଥ ଉପରେ ଠାକୁର ମାନେ ରହି ଆସନ୍ତା କାଲି ଏକାଦଶୀ ଦିନ ସୁନା ବେଶ ଧାରଣ କରିବେ ।କମିଟି ର ସମ୍ପାଦକ କେ ଡ଼ି ବିଶ୍ୱାଳ, ଡ଼ି ଏନ ସାହୁ, ପ୍ରଦ୍ୟୁମ୍ନ ପଳେଇ, ପ୍ରଣତି ବିଶ୍ୱାଳ ତଥା ଅନ୍ୟମାନେ ସୁଚାରୁରୂପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *