ରାଜ୍ୟ

ଏବିଡବ୍ଲ୍ୟୁଜେଏଆଇର ଦେଶ ଗଠନରେ ସାମ୍ବାଦିକ ତଥା ନାଗରିକଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

ପୁରୀ, : ଜଗନ୍ନାଥ ଧାମ ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଦେଶ ଗଠନରେ ସାମ୍ବାଦିକ ତଥା ନାଗରିକଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ ହୋଇଯାଇଅଛି । ବରିଷ୍ଠ ସାମ୍ବାଦିକ ତଥା ଏବିଡବ୍ଲ୍ୟୁଜେଏଆଇର ଅଧ୍ୟକ୍ଷ ସୁନୀଲ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ଉତ୍ତର-ପୂର୍ବ ରାଜ୍ୟର ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ପ୍ରଫେସର ମାନସ ରଂଜନ ମହାପାତ୍ର ମୁଖ୍ୟଅତିଥି, ଦୈନିକ “ପର୍ଯ୍ୟବେକ୍ଷକ’ ଓ “ଦି କଳିଙ୍ଗ କ୍ରୋନିକିଲ’ର ମୁଖ୍ୟ ସମ୍ପାଦକ ଡକ୍ଟର ପବିତ୍ର ମୋହନ ସାମନ୍ତରାୟ ମୁଖ୍ୟବକ୍ତା, ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ ସେଠୀ ଓ ଓୟୁଡବ୍ଲ୍ୟଜେର ସଭାପତି ସଞ୍ଜୟ ଦାସ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ପଟ୍ଟନାୟକ, ନାରାୟଣ ପ୍ରସାଦ ସିଂ, ଆଡ଼ଭୋକେଟ ଉମାବଳ୍ଲଭ ମହାପାତ୍ର,ସାମାଜିକ କର୍ମୀ ଶ୍ରୀ ସୂର୍ଯ୍ୟନାରାୟଣ ରଥ, ଲେଖକ ତଥା ସାମାଜିକ କର୍ମୀ, ଶ୍ରୀମତୀ ପ୍ରୀତି ମିଶ୍ର, କବି ଏବଂ ଲେଖକ ମିନତି ମିଶ୍ର, ସମାଲୋଚକ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡକ୍ଟର କୈଳାସ ଟିକାୟତରାୟ ଏବଂ ସାମ୍ବାଦିକ, ସାମାଜିକ କର୍ମୀ ତଥା ସଂଗଠକ ଶ୍ରୀ ପ୍ରସନ୍ନ କୁମାର ଲେଙ୍କାଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ଏହି ସମାବେଶରେ ସାମ୍ବାଦିକା, ଲେଖିକା ଡକ୍ଟର ସୁଦୀପ୍ତିତା ମିଶ୍ର, ଲେଖକ ତଥା ଜ୍ୟୋତିଷ, ଡକ୍ଟର ସସ୍ମିତା ମିଶ୍ର, କବୀ ତଥା ଲେଖିକା ମିନତି ମିଶ୍ର, ଗାୟିକା ମଞ୍ଜୁଶ୍ରୀ ମିଶ୍ର ଏବଂ ଗଞ୍ଜାମ ଜିଲ୍ଲାର ସାମ୍ବାଦିକ ଆଡ଼ଭୋକେଟ ସାଇପ୍ରସାଦ ପରିଡ଼ା, ବାଲେଶ୍ୱର ଜିଲ୍ଲାର ସାମ୍ବାଦିକ କିଶୋର କୁମାର ମହାନ୍ତି, ଓୟୁଡବ୍ଲ୍ୟୁଜେ ସାଧାରଣ ସମ୍ପାଦକ ହୃଷୀକେଶ ମହାନ୍ତି, ଉପସଭାପତି ରାଜନୀକାନ୍ତ ସାମନ୍ତରାୟ, ବରିଷ୍ଠ ସାମ୍ବାଦିକ ନୃପ କିଶୋର ପଟ୍ଟନାୟକ, ପୁରୀ ସାମ୍ବାଦିକା ସନ୍ଦିପ୍ତା ଦେ, ସାମ୍ବାଦିକ ମଦନ ମୋହନ ରାଉତ, ମମତା ମହାନ୍ତି, ସୁବ୍ରତ ବେହେରା, ଅଙ୍କିତା ଦେ, ଜ୍ୟୋତିର୍ମୟ ମିଶ୍ର, ବସନ୍ତୀ ମିଶ୍ର, ଦୀପକ କୁମାର ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଅଧ୍ୟକ୍ଷ ସୁନୀଲ କୁମାର ମିଶ୍ର ପୁରୀ ଜିଲ୍ଲାପାଳ ତଥା ସମସ୍ତ କର୍ତ୍ତୃପକ୍ଷଙ୍କୁ କାର୍ଯ୍ୟକ୍ରମରେ ସହଯୋଗ କରିଥିବାରୁ କୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ଦିନରେ ନୂଆଦିଲ୍ଲୀର ପ୍ରେସ୍‌ କ୍ଲବଠାରେ ସଂଘ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ବିଷୟରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *