ଦୁର୍ଘଟଣା ରେ ଅଙ୍ଗନବାଡି କର୍ମୀ ମୃତ୍ଯୁ: କ୍ଷତି ପୂରଣ ଦାବୀରେ ପଶ୍ଚିମ ଓଡିଶା ବିଭିନ୍ନ ବ୍ଲକରେ ଦାବି ପତ୍ର ପ୍ରଦାନ..
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ୫୩ ନମ୍ବର ଜାତୀୟ ରାଜପଥ ର କୀର୍ତ୍ତନ ପାଳି ଛକ ରେ ଗତ କାଲି ଦୁର୍ଘଟଣା ରେ ମୃତ୍ଯୁ ହୋଇଥିବା ଗୀତାଞ୍ଜଳି ବେହେରା ର ର ପରିବାର ବର୍ଗଙ୍କୁ ଉଚିତ କ୍ଷତି ପୂରଣ ସହିତ ଦୁର୍ଘଟଣା ଘଟାଇ ଥିବା ଲୋକ କୁ ଗିରଫ୍ କରିବା ଦାବୀରେ ଗତ କାଲି ଠାରୁ ଅଙ୍ଗନବାଡି କର୍ମୀ ଓ ଗ୍ରାମ ବାସୀ ଶବ ରଖି ରାସ୍ତା ରୋକ କରିଥିଲେ l ଆଜି ବି ଦିନ ଦୁଇ ପହର ପର୍ଯ୍ୟନ୍ତ ରାସ୍ତା ରୋକ କରି ଦାବି ଦୋହରା ଯାଇଥିଲା l ଦୁଇ ପହରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ. ତହସିଲଦାର. ପୁଲିସ ଅଧିକ୍ଷକ. ବି ଡି ଓ ପହଞ୍ଚି ଆଲୋଚନା କରିଥିଲେ l କର୍ମୀ ପରିବାର କୁ ମୁଖ୍ୟମନ୍ତ୍ରୀ ପାଣ୍ଠି ରୁ ୪ ଲକ୍ଷ୍ୟ. ବୀମା ରାଶି ୨ ଲକ୍ଷ. ଅନ୍ୟାନ୍ୟ ୮୦ ହାଜର ଦେବାକୁ ନିଷ୍ପତ୍ତି ନିଆଯିବା ପରେ ଅଙ୍ଗନବାଡି କର୍ମୀ ମାନେ ଆନ୍ଦୋଳନ ରୁ ଓହରି ଥିଲେ l ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ କେନ୍ଦ୍ରୀୟ ସଭାନେତ୍ରୀ ତଥା ରିଆମାଳ ଅଙ୍ଗନବାଡି କର୍ମୀ ମୀରା ଦଳ ବେହେରା ଙ୍କ ନେତୃତ୍ଵରେ ଏହି ଆନ୍ଦୋଳନ ରେ ଅଙ୍ଗନବାଡି କର୍ମୀ. ସହାୟିକା. ଆଖ ପାଖ ଅଞ୍ଚଳ ର ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ସାମିଲ ଥିଲେ l ଜିଲ୍ଲା ପ୍ରଶାସନ ର ପ୍ରତିନିଧି ଙ୍କ ଦ୍ଵାରା ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା l ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ର ସଭାନେତ୍ରୀ ମୀରା ଦଳ ବେହେରା ର ଆହ୍ଵାନ ରେ ଆଜି ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ଵରେ ସମ୍ବଲପୁର.ବରଗଡ଼. ବଲାଙ୍ଗୀର. ସୋନପୁର. ଝାରସୁଗୁଡ଼ା. ଜିଲ୍ଲା ର ବିଭିନ୍ନ ବ୍ଲକ ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ କ୍ଷତି ପୂରଣ ଦେବାକୁ ଦାବିପତ୍ର ଦିଆଯାଇଥିଲା ଏବଂ ଶୋକ ସଭା ଅନୁଷ୍ଠିତ ହୋଇଥିଲା l ସମ୍ବଲପୁର ଜିଲ୍ଲା ସଭାନେତ୍ରୀ ଦିଶିଲା ଧୁରୁଆ. ଶାନ୍ତି ଲତା ପଟେଲ ଓ ଶୈରିନ୍ଦ୍ରୀ ମହାନନ୍ଦ ଙ୍କ ନେତୃତ୍ଵରେ କୁଚିଣ୍ଡା ରେ. ଜିଲ୍ଲା ସମ୍ପାଦକ ପ୍ରମିଳା ସିଂ ଓ ଅନିତା ନାୟକ ଙ୍କ ନେତୃତ୍ଵରେ ମାନେଶ୍ଵର ରେ. ସମ୍ବଲପୁର ପୌରାଞ୍ଚଳରେ ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀ ଙ୍କ ନେତୃତ୍ଵରେ. ଜିଲ୍ଲା ଉପ ସଭାନେତ୍ରୀ ଫଣୀ ରାଉଳ. ପଦ୍ମିନୀ ପାଣିଗ୍ରାହୀ. ଗୋଲାପୀ ପଟେଲ. ତୁଲସୀ ଭୋଇ. Gopeswari ଓରାମ୍ ଙ୍କ ନେତୃତ୍ଵରେ Dhankauda ରେ. ବ୍ଲକ ସଭାନେତ୍ରୀ ହେମାଦ୍ରି ପ୍ରଧାନ ଓ ସମ୍ପାଦକ କନକ ପ୍ରଧାନ ନେତୃତ୍ବରେ ଜମନକିରା ରେ. ବ୍ଲକ ଉପଦେଷ୍ଟା ସଂଘମିତ୍ରା ପଟ୍ଟନାୟକ. ସଭାନେତ୍ରୀ ଯଶୋବନ୍ତୀ ବାଙ୍କ. ମଞ୍ଜୁଲତା ମାଝୀ. ପୁଷ୍ପ ମଞ୍ଜରୀ କିଷାନ ଓ ଝୁମି ସେଠ ଙ୍କ ନେତୃତ୍ଵରେ ଯୁଜୋମୁରା ରେ. ବ୍ଲକ ସଭାନେତ୍ରୀ ମିନି ପଣ୍ଡା ଓ ଯଶୋବନ୍ତୀ ବେହେରା ଙ୍କ ନେତୃତ୍ଵରେ ରେଙ୍ଗାଲି ରେ. ଶାନ୍ତି ଲତା ରାୟ ଓ ରତ୍ନ ସାହୁ ଙ୍କ ନେତୃତ୍ଵରେ ରେ ବାମରା ରେ. ନୀନା ବିଞ୍ଝାଲ. ଉର୍ମିଲା ସାହୁ. ଯାଜ୍ଞସେନୀ ପ୍ରଧାନ ଙ୍କ ନେତୃତ୍ଵରେ ରେଢ଼ାଖୋଲ ରେ ଅନୁସୂୟା ଶତପଥି ନେତୃତ୍ଵରେ ନାକଟିଦେଉଳ ରେ ଦାବି ପତ୍ର ପ୍ରଦାନ ସହିତ ଶୋକ ସଭା ଅନୁଷ୍ଠିତ ହୋଇଥିଲା l ଠିକ୍ ସେହିପରି ବରଗଡ଼ ରେ ଜିଲ୍ଲା ସଭାନେତ୍ରୀ ରୁକ୍ମିଣୀ ଜୁଆଡି.ସମ୍ପାଦକ Nitambini ଦାଶ. ଯୁଗ୍ମ ଆବାହକ ବାଳକୃଷ୍ଣ ଭୋଇ ଙ୍କ ନେତୃତ୍ଵରେ ବରଗଡ଼ ରେ. ବଲାଙ୍ଗୀର ଜିଲ୍ଲା ସଭାନେତ୍ରୀ ମମତା ଶତପଥି ଓ ସମ୍ପାଦକ ଗୌରୀ ଷଡଙ୍ଗୀ. ମହେନ୍ଦ୍ର ଦର୍ଜି ଙ୍କ ନେତୃତ୍ଵରେ ବଲାଙ୍ଗୀର ରେ. ସୋନପୁର ଜିଲ୍ଲା ସଭାନେତ୍ରୀ ଲିଲି ମିଶ୍ର ଓ ସମ୍ପାଦକ ଶାନ୍ତି ଲତା jagadala ଙ୍କ ନେତୃତ୍ଵରେ ସୋନପୁର ରେ ଦାବିପତ୍ର ପ୍ରଦାନ କରିଥିଲେ l ସାଧାରଣ ଟ୍ରେନ. ରାସ୍ତା ଦୁର୍ଘଟଣା ତଥା ଅନ୍ୟାନ୍ୟ କାରଣରୁ ମୃତ୍ୟୁ ବରଣ କରୁଥିବା ଲୋକଙ୍କୁ ସରକାର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ଦେଉ ଥିବା ବେଳେ ଅଙ୍ଗନବାଡି କର୍ମୀ ଙ୍କ ମୃତ୍ଯୁ ରେ କାହିଁକି ସରକାର ସମବେଦନା ଜ୍ଞାପନ କରି ପର୍ଯ୍ୟାପ୍ତ କ୍ଷତିପୂରଣ ଦେଉ ନାହାନ୍ତି ବୋଲି ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି l ଆଗାମୀ ଦିନରେ ଅଙ୍ଗନବାଡି କର୍ମୀ ଙ୍କ ସମସ୍ୟା ସମାଧାନ ଦାବୀରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କେନ୍ଦ୍ରୀୟ ସଭାନେତ୍ରୀ ଶ୍ରୀମତୀ ମୀରା ଦଳ ବେହେରା ସୂଚନା ଦେଇଛନ୍ତି