ରାଜ୍ୟ

ବର୍ଣ୍ଣାଳୀ ସାହିତ୍ୟ ସଂସଦ ତରଫରୁ ତାଳଚେର ରେ ରଜ ମହୋତ୍ସବ ପାଳିତ

ତାଳଚେର,
ଓଡିଆ ଜାତିର ଓଡିଆ ପରମ୍ପରା ,ସାମାଜିକ ଚଳନୀ କୁ ନେଇ ଓଡିଶା ର ରଜ ପର୍ବ ସାରା ବିଶ୍ଵ ପ୍ରସିଦ୍ଧ ,ଏହି ଅବସରରେ ତାଳଚେର ରେ ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ବର୍ମାଳୀ ସାହିତ୍ୟ ସଂସଦ ତରଫ ରୁ ରଜ ଉତ୍ସବ ପାଳିତ ହୋଇଯାଇଛି,ମୁଖ୍ୟ ଅତିଥି ଭାବରେ ତାଳଚେର ବି ଡି ଓ ସୁଶ୍ରୀ ଚିନ୍ମୟୀ ଦାସ,ସମ୍ମାନିତ ଅତିଥି ସ୍ତ୍ରୀ ରୋଗ ବିଶେଷଜ୍ଞ ଶ୍ରୀମତୀ ସୁସ୍ମିତା ସାହୁ ,ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀମତୀ ରାଜଲକ୍ଷ୍ମୀ ପ୍ରଧାନ ଯୋଗଦେଇ ,ରଜ ପର୍ବ ଓଡିଆ ଜାତିର ପରମ୍ପରା ସହିତ ଜଡ଼ିତ ,ମାଆ ମାଟି କୁ ସମ୍ମାନ ,ମାତୃ ଜାତିକୁ ସମ୍ମାନ ଏବଂ ଭାଇଚାରା ର ଏକ ଜ୍ୱଳନ୍ତ ଉଦାହରଣ ଓ ଏହି ରଜ ପର୍ବ ପୂର୍ବ ଅପେକ୍ଷା ଅଧିକ ଭାବରେ ପାଳିତ ହେଉଥିବାରୁ ଆମ ସଂସ୍କୃତି ର ଉଥାନ ବୋଲି ଅଭିହିତ କରିଥିଲେ,ସଭାପତି ଯଦୁମଣି ସାହୁ ସଭାପତିତ୍ବ,କାର୍ଯକାରୀ ସଭାପତି , ଜୀତେନ୍ଦ୍ର ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ,ଉପସଭାପତି ଅରୁଣ ଗଡ଼ନାୟକ,ଶ୍ରୀମତୀ କଳ୍ପନା ବୋଇତୀ,ଦୀପକ ପ୍ରଧାନ ସଭା ମଣ୍ଡନ କରିଥିଲେ,ସମ୍ପାଦିକା ରତ୍ନାପ୍ରଭା ବାଇ ,ସୂଚନା ପ୍ରଦାନ କରିଥିଲେ,ଏହି ଅବସରରେ ,ଓଡ଼ିଶୀ ନୃତ୍ୟ ,ପାରମ୍ପାରିକ ପିଠା,ରଜ ଦୋଳି ଗୀତ, ପଦ୍ୟାନ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା,ଅତିଥି ମାନଙ୍କ ଦ୍ଵାରା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା,ଏହି ମୋନଂଗ୍ୟ ପରିବେଶରେ ଓଡ଼ିଶୀ ନୃତ୍ୟାଙ୍ଗନା ସୁନେଇନା ପ୍ରଧାନ ଏକ ସୁନ୍ଦର ପରିବେଶରେ ନୃତ୍ୟ ପରିବେଷଣ ଓ କବି ପ୍ରତିଭାଙ୍କ ଦ୍ଵାରା ସୁନ୍ଦର କବିତା ପାଠ ହୋଇଥିଲା,କବି,ପ୍ରଣବ ଗଡ଼ନାୟକ,ସୁନିଲ ସିଂହ ,ସୁଚିତ୍ରା ମହାରଣା,ସୁସ୍ମିତା ମିଶ୍ର,ଜାନକୀ ଶତପଥୀ,ଧୀରା ଦାସ,ତ୍ରିନାଥ ସାହୁ,ବାଉରୀବନ୍ଧୁ ବେଜ,ସୁଶିଲ ପ୍ରଧାନ,ଗୁନାନିଧି ସାମଲ କଳ୍ପନା ନାୟକ,ପ୍ରମୁଖ ନିଜସ୍ଵ କବିତା ମାଧ୍ୟମ ରେ ସମସ୍ତଙ୍କୁ ଅଭିଭୂତ କରିଥିଲେ,କବି ଡିଗଲ ମିଶ୍ର ପଦ୍ୟାନ୍ତ ପ୍ରତିଯୋଗିତା କୁ ସଂଯୋଜନା କରିଥିଲେ, ଶେଷରେ ଅନୁପମା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲ

Leave a Reply

Your email address will not be published. Required fields are marked *