ରାଜ୍ୟ

ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଗତ ଜୁନ ମାସ ୩୦ ତାରିଖ ଦିନ କଟକ ବିଡାନାସୀ ଗୋପାଳ ସାହି ସ୍ଥିତ ଏକ ଶୈବ ମନ୍ଦିରରେ ‘ ଅଲୱେଜ ଉଇଥ ୟୁ କ୍ଲବ ‘ ନାମକ ଏକ ଅଗ୍ରଣୀ ସ୍ବେଛାସେବୀ ସଂସ୍ଥା ତରଫରୁ ଏହାର କଟକ ମଣ୍ଡଳର ଅଧ୍ୟକ୍ଷା ତଥା ସଦସ୍ୟା ଶ୍ରୀମତୀ ସଙ୍ଗୀତା ଦାସ ଙ୍କ ନେତୃତ୍ୱରେ କଟକ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ର ଚକ୍ଷୁ ଚିକିତ୍ସକ ତଥା ଵିଶେଷଜ୍ଞ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ଥାନୀୟ ଗ୍ରାମବାସୀ ଙ୍କ ସହଯୋଗରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରରେ ପ୍ରାୟ ୧୦୦ ଜଣ ଚକ୍ଷୁ ରୋଗୀଙ୍କ ପରୀକ୍ଷା କରାଯିବା ସହିତ ତତସହିତ ଉପଯୁକ୍ତ ପରାମର୍ଶ ମଧ୍ୟ ଦିଆଯାଇଥିଲା ଏବଂ କିଛି ରୋଗୀ ଙ୍କୁ ମାଗଣା ଚିକିତ୍ସା ପାଇଁ ମଧ୍ୟ ସୁବିଧା କରାଗଲା I ଏହି ସ୍ବେଛାସେବୀ ସଂସ୍ଥା ତଥା କ୍ଲବ ର ମୁଖ୍ୟ ଉଦ୍ୟୋକ୍ତା ଶ୍ରୀଯୁକ୍ତ ଜଗନ୍ନାଥ ପ୍ରସାଦ ମିଶ୍ର ଙ୍କ ସମେତ ବହୁ କର୍ମକର୍ତ୍ତା ସଦସ୍ୟ ତଥା ସଦସ୍ୟା ଉପସ୍ଥିତ ରହି ଏହି ଶିବିର କୁ ଉତ୍ତମ ପରିଚାଳନା କରିଥିଲେ ଏବଂ ସ୍ଥାନୀୟ ବିଡାନାସୀ ଗୋପାଳ ସାହି ଗ୍ରାମବାସୀ ର ବରିଷ୍ଠ ସଦସ୍ୟ ମାନଙ୍କୁ ମଧ୍ୟ ଏହି ସଫଳ ଚକ୍ଷୁ ଚିକିତ୍ସା ଶିବିର ରେ ସହାୟତା ପାଇଁ ଧନ୍ୟବାଦ ଅର୍ପଣ କରାଯାଇଥିଲା I

Leave a Reply

Your email address will not be published. Required fields are marked *