ସାଉଥ୍ ମିଟର ରିଡର୍
ସଂଘ ପକ୍ଷରୁ ଆଜି ଦକ୍ଷିଣାଞ୍ଚଳ
ରାଜସ୍ବକମିସନ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ
ବିକ୍ଷୋଭ
ବ୍ରହ୍ମପୁର, ): ଓଡ଼ିଶା, ଶ୍ରମ ବିଭାଗ ପକ୍ଷରୁ
୨୦୦୭ରେ ପ୍ରକାଶିତ ବିଜ୍ଞପ୍ତି ମୁତାବକ ବିଦ୍ୟୁତ୍ ମିଟର
ରିଡର୍ ମାନେ କୁଶଳୀ ଶ୍ରମିକ ବର୍ଗରେ ଥିବା ବେଳେ
ସେମାନଙ୍କୁ ଟିପିଏସ୍ଡିଏଲ୍ ପକ୍ଷରୁ ଅର୍ଥକୁଶଳୀ ବର୍ଗର
ଦରମା ପ୍ରଦାନ କରୁଛି ବୋଲି ସାଉଥ୍ ମିଟର ରିଡର୍
ସଂଘ ପକ୍ଷରୁ ଅଭିଯୋଗ କରାଯାଇ ଆଜି ଦକ୍ଷିଣାଞ୍ଚଳ
ରାଜସ୍ବକମିସନର(ଆର୍ଡିସି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ
ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେମାନଙ୍କୁ
କୁଶଳୀ ବର୍ଗର ଦରମା ପ୍ରଦାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କ
ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଆର୍ଡିସିଙ୍କୁ ପ୍ରଦାନ
କରାଯାଇଥିଲା। ଆଜିର ଏହି ବିକ୍ଷୋଭରେ ଗଞ୍ଜାମ,
ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର,
ମାଲକାନିଗିରି ଏବଂ ରାୟଗଡ଼ା ଜିଲ୍ଲାର ସାଉଥ୍ ମିଟର ରିତର ଶ୍ରମିକ ସଂଘର ପ୍ରାୟ ୮୦୦ରୁ ଅଧିକ କର୍ମକର୍ତ୍ତାଏବଂ ସଦସ୍ୟ ସାମିଲହୋଇଥିଲେହିଲ୍ପାଟଣା ସ୍ଥିତସଂସ୍କୃତିଭବନ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି
ଆରଡିସିଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ। ଦାବି ପୂରଣ
ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରିବା ପାଇଁ
ଚେତାବନୀ ଦେଇଥିଲେ । ସଂଘ ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ, ସମ୍ପାଦକ ବିଦ୍ୟାଧର ପାଢ଼ୀ ଓ ଉପସଭାପତି ବି, ଏନ ମିଶ୍ର ,ସନ୍ତୋଷ ସେନେପତି ସିଲୁ ,ପ୍ରମୁଖ ଏହାର ନେତୃତ୍ବ ନେଇଥିଲେ।