ରାଜ୍ୟ

ସିଟିଜେନସ୍‍ ହ୍ୟୁମାନ ରାଇଟସ୍‍ କ୍ଲିନିକ ଓଡ଼ିଶାର ଅଷ୍ଟମ ଜାତୀୟ ମାନବ ଅଧିକାର କର୍ମଶାଳା

ବାଲେଶ୍ୱର:
ବାଲେଶ୍ୱର ସ୍ଥିତ ଉଦ୍ୟୋଗ ଭବନରେ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସିଟିଜେନସ୍‍ ହ୍ୟୁମାନ ରାଇଟସ୍‍ କ୍ଲିନିକ’ ତାର ଅଷ୍ଟମ ଜାତୀୟ କର୍ମଶାଳାକୁ ଉଦ୍‍ଯାପିତ କରିଛି । ଉକ୍ତ କର୍ମଶାଳାରେ ଯୋଗଦେଇ ଫକୀରମୋହନ ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନର ପ୍ରଫେସର ଡ଼କ୍ଟର ଅନୀଲ କୁମାର ମହାପାତ୍ର, ରାଞ୍ôଚସ୍ଥିତ ନିଆମାଟ୍‍ ଜାତୀୟ ଅନୁଷ୍ଠାନର ପ୍ରଫେସର ଡ଼କ୍ଟର ବଂଶିଧର ମଲ୍ଳିକ, ଗୋପାଳପୁର ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼କ୍ଟର ନଗେନ୍ଦ୍ର ନାଥ ପାଢ଼ୀ, ବାଲେଶ୍ୱର ଶିଶୁ ସୁରକ୍ଷା ସମିତିର ଅଧ୍ୟକ୍ଷ ଡ଼କ୍ଟର ମୃତ୍ୟୁଞ୍ଜୟ ପଣ୍ଡା, ଉଦଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼କ୍ଟର ମହେଶ୍ୱର ମହାପାତ୍ର, ସି. ଏଚ, ଆର.ସି. ର କର୍ମକର୍ତ୍ତା ଅଶ୍ୱିନୀ କୁମାର ଜେନା, ପ୍ରମୋଦ କୁମାର ପଟ୍ଟାୟତ, ବିଶ୍ୱକେଶନ ବେହେରା ଇତ୍ୟାଦି ମାନବ ଅଧିକାର ସୁରକ୍ଷା ଉପରେ ନିଜନିଜର ବକ୍ତବ୍ୟ ରଖିଥିଲେ । ଏହି କର୍ମଶାଳାରେ ହ୍ୟୁମାନ ରାଇଟସ୍‍ କ୍ଲିନିକ ତରଫରୁ ବାହାନଗା ସ୍ଥିତ ଶରଧାବାଲି ସାଂସ୍କୃତିକ ଯୁବ ପରିଷଦ , ସୋରର ଆଦର୍ଶ ଯୁବପରିଷଦ ଓ ଜଳେଶ୍ୱରରେ ଅବସ୍ଥିତ ‘ହେଲଫ୍‍ ଫର ୟୁ’ ଫାଉଣ୍ଡେସନର ସଭ୍ୟ ଓ ସଭ୍ୟାମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାମପାଇଁ ମାନପତ୍ର , ସନନ୍ଦପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା । ସେମିତି ମାନବ ସେବାରେ ଉତ୍ସର୍ଗୀ କୃତ ଅବଦାନ ପାଇଁ ଆଡ଼ଭୋକେଟ ପ୍ରତାପ କେଶରୀ ଦାସ , ବାଲିକୁଟି ଗ୍ରାମର ବିଶିଷ୍ଠ ବୁଦ୍ଧିଜୀବି ସଞ୍ଜୟ କୁମାର ପାତ୍ର, ମାନବାଧିକାର କର୍ମୀ ସେଖ ମୁକ୍ତାର୍‍ ଉଦ୍ଦିନ, ବିଶ୍ୱକେଶନ ବେହେରା, ପରେଶନାଥ ପାତ୍ର, ହେମନ୍ତ କୁମାର ସାହୁ ଇତ୍ୟାଦିଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଉକ୍ତ ଜାତୀୟ କର୍ମଶାଳାକୁ ଉଦ୍‍ବୋଧିତ କରି ପ୍ରଫେସର ଅନୀଲ କୁମାର ମହାପାତ୍ର କହିଥିଲେ, “ ସି.ଏଚ. ଆର. ସି. ଏକ ପ୍ଲାଟଫର୍ମ ଯାହା ମାନବ ଅଧିକାର ସୁରକ୍ଷା ପାଇଁ କାମ କରି ସମାଜରେ ସମସ୍ତଙ୍କର ଆଦରଲାଭ କରିଛି ।” ଅଧିବେଶନର ସଭାପତି ଶ୍ରୀ ଗୋପବନ୍ଧୁ ମଲ୍ଲିକ ଓ ସଞ୍ଚାଳକ ପ୍ରଫେସର ଜୟକୃଷ୍ଣ ମହାନ୍ତ ନିଜର ବକ୍ତବ୍ୟରେ ମାନବ ଅଧିକାର ସୁରକ୍ଷା ପାଇଁ ତାଙ୍କ ଅନୁଷ୍ଠାନ ନିରନ୍ତର କାମ କରିବ ବୋଲି ସମସ୍ତଙ୍କୁ ପ୍ରତିଶୃତି ଦେଇଥିଲେ ।

Leave a Reply

Your email address will not be published. Required fields are marked *