ଝାରସୁଗୁଡା ଗସ୍ତରେ ରାଜ୍ୟ ଖାଦ୍ୟ ଆୟୋଗ ର ଅଧ୍ୟକ୍ଷ ଅବନିକାନ୍ତ ସାହୁ
ବୁଧବାର ଦିନିକିଆ ଝାରସୁଗୁଡା ଗସ୍ତକରି ସରକାରଙ୍କ ଖାଉଟି କଲ୍ୟାଣ ଯୋଜନା ସମ୍ପର୍କରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ସହ ଆଲୋଚନା କଲେ ରାଜ୍ୟ ଖାଦ୍ୟ ଆୟୋଗ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅବନିକାନ୍ତ ସାହୁ ମହୋଦୟ । ତେବେ ଜିଲ୍ଲାରେ ସରକାରଙ୍କ ର ଖାଦ୍ୟ ଯୋଜନାରୁ ବଞ୍ଚିତ ଥିବା ହିତାଧିକାରୀଙ୍କୁ କିପରି ରାସନ ମିଳିବ ସେନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳ ଅବୋଲି ସୁନୀଲ ନାରାଭାନେ , ଅତିରିକ୍ତ ଜିଲ୍ଲାପାଲ ସ୍ଥାନୀୟ ସିଡିଏମଓ , ଏଡିଏମ୍ , ସ୍ଥାନୀୟ ସିଏସଓ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ପରେ ଶ୍ରୀ ସାହୁ ଝାରସୁଗୁଡା ସରକାରୀ ମେଡ଼ିକାଲକୁ ଗସ୍ତକରି ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ସମୀକ୍ଷା କରିବା ସହ ରୋଗୀ ମାନଙ୍କର ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଏଥିସହ ସ୍ଥାନୀୟ କିଛି ଅଞ୍ଚଳ କୁ ଯାଇ ଲୋକଙ୍କ ଦାବିପତ୍ର ଗ୍ରହଣ କରିବା ସହ କିଛି ଭିନ୍ନକ୍ଷମ ଲୋକଙ୍କୁ ହୁଇଲ୍ ଚେୟାର ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ।