ଅସହାୟ ହୋଇ ଘରେ ପଡିରହିଛନ୍ତି କ୍ୟାନ୍ସର ରୋଗୀ ,ପ୍ରଶାସନ ଦୃଷ୍ଟି ଦେଇ ଚିକିତ୍ସା କରିବାକୁ ଦାବି
ନବରଙ୍ଗପୁର:-ଦୀର୍ଘ ଦେଢ଼ ବର୍ଷ ହେଲା ବେକ ର ବାମ ପାର୍ଶ୍ଵ ରେ ଗୋଟିଏ ଛୋଟିଆ ବଥ ସଦୃଶ ହୋଇ ଧୀରେ ଧୀରେ ଫାଟି ଚାରି ଆଡେ ମାଡି ବଡ଼ ଘା ହୋଇଥିଲା l ଚିକିତ୍ସା ପାଇଁ ନବରଙ୍ଗପୁର, କୋରାପୁଟ, ରାୟପୁର, ବିଶାଖାପାଟଣା ଓ ପରେ କଟକ ମେଡିକାଲ ଯିବା ପରେ କ୍ୟାନ୍ସର ହୋଇଥିବା ଜଣାପଡିଥିଲା l ସେଠାରେ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ପ୍ରାୟ ଏକ ମାସ ଧରି ଚିକିତ୍ସା କରାଇବା ପରେ ଉର୍ନ୍ନତି ନ ହେବା ରୁ ଡାକ୍ତର କିଛି ଔଷଧ ଦେଇ ଘର କୁ ପଠାଇ ଦେଇଥିଲେ l ଔଷଧ ବାବଦ କୁ ମାସକୁ ୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଜମି ବାଡ଼ ବିକ୍ରି କରି ସାରିଲେଣି l କିଛି ଉପାୟ ନ ପାଇ ଘରେ ଯନ୍ତ୍ରଣା ଦାୟକ ଜୀବନ ବିତାଉଛନ୍ତି l ଏ ଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ ର ଜାମ୍ବଗୁଡା ଗ୍ରାମ ର ହରିଜନ ସାହିରେ ବାସ କରୁଥିବା କ୍ୟାନ୍ସର ପୀଡିତ କୃଷ ଦାସ ହରିଜନ (70)ଙ୍କ ନିକଟରେ l ସୂଚନା ଅନୁସାରେ, କୃଷ୍ଣ ଙ୍କ ପରିବାର କହିଲେ ସ୍ତ୍ରୀ ଫୁଲମଣୀ ଓ ୬ ଝିଅ l କୁଲି ମଜୁରୀ କରି କୃଷ ପରିବାର ଚଳାଇ ୫ଝିଅ କୁ ବିବାହ କରାଇ ସାରି ଥିବା ବେଳେ ସାନ ଝିଅ ମମତା କୁ ବିବାହ କରି ପାରି ନାହାନ୍ତି l ଏ ପଟେ ଔଷଧ ପାଇଁ ୧ଏକର ବନ୍ଧା ପଡ଼ିଥିବା ବେଳେ ବର୍ତମାନ ଆଉ ୨ଏକର ରେ ପରିବାର ଲୋକ ଚାଷ କରି ବଂଚୁଛନ୍ତି l ପ୍ରଶାସନ ତରଫରୁ କୃଷ ଓ ଫୁଲମଣୀ କୁ ୫୦୦ଲେଖାଏଁ ପେନସନ ମିଳୁଥିବା ବେଳେ ୧୫ କେଜି ଚାଉଳ ମିଳୁଛି l ଆବାସ ଯୋଜନା ରେ ଗତ ୫ ବର୍ଷ ତଳେ ଘର ମିଳିଥିବା ବେଳେ ଏ ପର୍ଯ୍ୟନ୍ତ ଅଧାପନ୍ତରିଆ ଅବସ୍ଥା ରେ ପଡି ରହିଛି l କୃଷ ର ଯନ୍ତ୍ରଣା ଦିନ କୁ ଦିନ ବଢ଼ି ଚାଲୁଥିବା ବେଳେ ଠିକ ରେ ଚଲାବୁଲା କି କଥା କହି ପାରୁ ନାହାନ୍ତି l ଗୋଟିଏ ପଟେ ବଢିଲା ଝିଅ ର ବିବାହ ଓ ଅନ୍ୟ ପଟେ ସ୍ୱାମୀ ର ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ଚିନ୍ତିତ ଥିବା କହିଛନ୍ତି ଫୁଲମଣୀ l ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସାହାଯ୍ୟ ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି ଫୁଲମଣି l