ରାଜ୍ୟ

ସତସଙ୍ଗ ବିହାର ସମ୍ବାଦ

ଭୁବନେଶ୍ୱର :
ସତସଙ୍ଗ ବିହାର

ସ୍ଥାନୀୟ ସତସଙ୍ଗ ବିହାର ପରିସର ରେ ପ୍ରତିଦିନ ପ୍ରାତଃ ସମୟରୁ ଭକ୍ତ ମଣ୍ଡଳୀ
ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ନିର୍ଦେଶ ରେ
ସମବେତ ହୋଇ ପ୍ରାତଃ ବିନତୀ, ବାଣୀ ପାଠ, ନାମଧ୍ୟାନ, ଶ୍ରୀ ଶ୍ରୀ ଠାକୁର ଙ୍କ ଶ୍ରୀ ମନ୍ଦିର ବାଣୀବିହାର ପରିସରରେ କରି ଥାଆନ୍ତି

ପ୍ରତିଦିନ ସକାଳ 4ଟା ସମୟରୁ ଏକତ୍ରିତ ହୋଈ ସମସ୍ତ ଭକ୍ତ ଏକତ୍ରିତ ହୋଈ ଦେଶ ବିଦେଶରେ ରହୁଥିବା ଗୁରୁ ଭାଇ ମାନଙ୍କ ଖବର ନିଅନ୍ତି।
ସମସ୍ତ କାମ ସାରୀ ବିଭିନ୍ନ ପ୍ରକାର ସେବା ବୃକ୍ଷ ରୋପଣ, ପରିବେଶ କୁ ସଫା କରିବା, ଗେଷ୍ଟ ହାଉସ କୁ ସଫା ରଖିବା , ମନ୍ଦିରର ରକ୍ଷଣା ବେକ୍ଷଣ ଦାୟିତ୍ଵ ଗ୍ରହଣ କରି ସୁନ୍ଦରେ ସମାପନ କରନ୍ତି।

ପ୍ରତିଦିନ ସେମାନେ ଶ୍ରୀ ମନ୍ଦିର ଛାଡ଼ି ନିଜ ନିଜ ବ୍ୟବସାୟ, ଘର୍ ଏବଂ ଅଫିସ , କାମରେ ଯିବା ପୂର୍ବରୁ କିଛି
ନିଷ୍ଠାପର ଯୁବକ ମାନଙ୍କ ଦ୍ଵାରା ଆୟୋଜିତ ଜଳଖିଆ, ଚା, ବିସ୍କୁଟ, ଏବଂ ଫଳ ବିତରଣ କରନ୍ତି

ଶ୍ରୀ ଶ୍ରୀ ଠାକୁର ଙ୍କ ଦିକ୍ଷା ପତ୍ର କାମର ହିସାବ ଏବଂ କିପରୀ କାହାକୁ କେଉଁ ଅଂଚଳ କୁ ଯିବେ , କିଏ କିଏ ଯିବେ ଆଲୋଚନା କରି କାର୍ଯ ଆରଂଭ ପ୍ରତିଦିନ
କରୁଥିବାର ଦେଖାଯାଏ

ବିଗତ ତିନି ମାସ ହେବ ପ୍ରତି ଅଂଚଳ ରୁ ସହର ଭିତରୁ ଶହ ଶହ ଗୁରୁ ଭାଇ, କର୍ମୀ, ଯୁବକ, ମହିଳା, ବୟସ୍କ ନାଗରିକ, ସମାଜ ର ସବୁ ଶ୍ରେଣୀ, ସବୁ ବର୍ଗ ର ବ୍ୟକ୍ତି ସାମିଲ ହେବା ଆମ ସ୍ଵତନ୍ତ୍ର ପ୍ରତିନିଧି ଙ୍କ ଦୃଷ୍ଟିକୁ ଆସିଛି

ବିଭିନ୍ନ ହସ୍ପିଟାଲ ମାନଙ୍କ ରେ, ବୃଦ୍ଧା ଆଶ୍ରମ ମାନଙ୍କରେ ଫଳ , ଖାଦ୍ୟ ପୁଡିଆ ବିଭିନ୍ନ ସମୟରେ ବାଣ୍ଟିବା ଦେଖାଯାଏ।
ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ବାହାନଗା ରେଳ ଦୁର୍ଘଟଣା ସମୟରେ ବାଲେଶ୍ଵର ଜିଲ୍ଲାର
ସମସ୍ତ କେନ୍ଦ୍ର, ବିହାର ମାନଙ୍କରେ ଆହତ ମାନଙକପାଇଁ ଚିକିତ୍ସା ପାଇଁ,ସେମାନଙ୍କ ସହିତ ଆସିଥିବା ଲୋକଙ୍କୁ ସହାୟତା ପାଈଁ ନିର୍ଦ୍ଦେଶ ଦେଇଥିଲେ
ପରିଶେଷରେ ପ୍ରଧାମନ୍ତ୍ରୀଙ୍କର ରିଲିଫ ପାଣ୍ଠିକୁ
50ଲକ୍ଷ୍ ଅନୁଦାନ ପ୍ରଦାନ କରି ଥିଲେ।
କୋଭିଦ ମହାମାରୀ ସମୟରେ ପ୍ରଧାମନ୍ତ୍ରୀଙ୍କର ରିଲିଫ ପାଣ୍ଠିକୁ ତଥା ବିଭିନ୍ନ ପ୍ରଦେଶ ମୁଖ୍ୟ ମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିଲେ।
ପ୍ରତି ଗୁରୁ ଭାଇ ମାନଙ୍କ ଖବର ପ୍ରତିଦିନ ରଖିବା, ସହାୟତା ଯୋଗାଇବା ସାରା ଦେଶ ରେ ପ୍ରଶଂସନୀୟ କାର୍ଯ୍ୟ କରି ଥିଲେ।

ବନ୍ଦେ ପୁରୁଷୋତ୍ତମ ଧ୍ଵନି ରେ
ପ୍ରାତଃ ସମୟରେ ସମସ୍ତେ ଆନନ୍ଦିତ ଏବଂ ପ୍ରତି ପ୍ରତ୍ୟେକ ଙ୍କୁ ସୁସ୍ଥ ରଖିବା, ସହାୟତା କରିବା, ଆଜି ସମସ୍ତ ଙ୍କ ପାଈଁ
ମୁଖ୍ୟ କାମ ହୋଇଛି
ଜୀବନିୟ ସେବା ରେ ଯୁବ ଗୋଷ୍ଠୀ ବ୍ରତୀ

Leave a Reply

Your email address will not be published. Required fields are marked *