ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ସ୍କନ୍ଦ ପୁରାଣ ର ପ୍ରଚାର ଓ ପ୍ରସାର ନିମନ୍ତେ ସର୍ବଦା ପ୍ରସ୍ତୁତ ରହିଛି।
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ଉଲ୍ଲଖନୀୟ ଉଦ୍ଯମ ଯୋଗୁଁ ଆଜି ସ୍କନ୍ଦ ପୁରାଣର ଯେଉଁ ପ୍ରଚାର ଓ ପ୍ରସାର ଚାଲିଛି ତାହାର ଯେତେ ପ୍ରଶଂସା କଲେ ବି କମ୍ ହେବ। ବିଭିନ୍ନ ମନ୍ଦିର ଓ ଅନୁଷ୍ଠାନ ମାନଙ୍କରେ ସ୍କନ୍ଦ ପୁରାଣର ପ୍ରସାର ପାଇଁ ସଭା ଆୟୋଜନ କରି ଏହାର ଅତ୍ୟନ୍ତ ସୁନ୍ଦର ପ୍ରଚାର ଚାଲିଛି। ଏହି ସାଧୁ ଉଦ୍ୟମ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଦ୍ବାରା ହିଁ ସମ୍ବବ ହୋଇ ପାରିଛି।
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ସ୍କନ୍ଦ ପୁରାଣ ର ପ୍ରଚାର ଓ ପ୍ରସାର ନିମନ୍ତେ ସର୍ବଦା ପ୍ରସ୍ତୁତ ରହିଛି।
ଦିବଙ୍ଗତ ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପିନାଥ ମହାନ୍ତି ଙ୍କ ନେତୃତ୍ଵରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ୨୦୦୮ ମସିହାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ର ପ୍ରଚାର ଓ ପ୍ରସାର ନିମନ୍ତେ ଆରମ୍ଭ ହୋଇଥିଲା। ପ୍ରତି ମାସ ର ପ୍ରଥମ ରବିବାର ଦିନ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଭୁବନେଶ୍ବର ର ବିଭିନ୍ନ ମନ୍ଦିର ରେ କରାଯାଇଥାଏ। ଏହାର ଉଦ୍ଦେଶ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଦେଶ ତଥା ବିଦେଶ ରେ କଥାମୃତ କରା ଯାଇ ଜଗତ ର ନାଥ ଶ୍ରୀଜଗନ୍ନାଥ ସଂସ୍କୃତି ବିଷୟରେ ଅଧିକ ସୂଚନା ଯେପରି ସମସ୍ତଙ୍କର ପାଖରେ ପହଞ୍ଚି ପାରିବ, ପରିଷଦ ପକ୍ଷରୁ ଦିବଙ୍ଗତ ଗୋପିନାଥ ମହାନ୍ତି, ପଣ୍ଡିତ ଦାଶରଥି ସାମନ୍ତରାୟ ଶ୍ରୀମନ୍ତ କୁମାର ମହାପାତ୍ର ଙ୍କ ସଂଯୋଜନାରେ ସ୍କଦ ପୁରାଣ (ଉତ୍କଳ ଖଣ୍ଡ) ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମୀମ୍ ର ଗଦ୍ୟାନୁବାଦ ୨୦୧୨ ମସିହାରେ ଗଜପତି ମହାରାଜା ଓ ମନ୍ଦିର ପ୍ରଶାସନ ର ସ୍ୱୀକୃତି ଅଣା ଯାଇ ପ୍ରକାଶିତ କରାଯାଇଥିଲା।
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ମଧ୍ୟ ପ୍ରଥମ କରି ୨୦୧୨ ମସିହାରେ ପୁରୀ ଶରଧା ବାଲିରେ ସ୍କନ୍ଦ ପୁରାଣ ଅନୁଯାୟୀ ଶ୍ରୀଜଗନ୍ନାଥଙ୍କ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦିବଙ୍ଗତ ଗୋପିନାଥ ମହାନ୍ତି ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ବହୁତ ସୁନ୍ଦର ଭାବେ ହୋଇଥିଲା, ପରିଷଦ ସର୍ବଦା ଏହି ସ୍କନ୍ଦପୁରାଣ ର ପ୍ରଚାର ଓ ପ୍ରସାର ନିମନ୍ତେ ସର୍ବଦା ପ୍ରସ୍ତୁତ, ଓଡ଼ିଶା ର ପ୍ରତେକ ଘରେ କିପରି ସ୍କନ୍ଦ ପୁରାଣ ର ମାହାତ୍ମ୍ୟ ପହଞ୍ଚି ପାରିବ ସର୍ବଦା ଚେଷ୍ଟିତ, ଦିବଙ୍ଗତ ଗୋପିନାଥ ମହାନ୍ତି ଙ୍କ ବିୟୋଗ ପରେ ଶ୍ରୀମତି ସଞ୍ଚିତା ମହାନ୍ତି ଙ୍କ ସଭାପତିତ୍ବରେ ବର୍ତ୍ତମାନ ପରିଷଦ ପକ୍ଷରୁ ସବୁ କାର୍ଯ୍ୟକ୍ରମ ସୁନ୍ଦର ଭାବେ କରାଯାଉଛି। ବର୍ତ୍ତମାନ ପରିଷଦ ର ପାଟ୍ରନ ଡ଼ ଶିତିକଣ୍ଠ ଦାଶ, ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ନଦ, ଉପଦେଷ୍ଟା ରବି ନାରାୟଣ ମିଶ୍ର, ବାଳକୃଷ୍ନ ପଣ୍ଡା,ପଣ୍ଡିତ ଦାଶରଥି ସାମନ୍ତରାୟ, ଉପ ସଭାପତି ଶ୍ରୀ ରବି ନାରାୟଣ ମହାପାତ୍ର, ସମ୍ପାଦକ ନାରାୟଣ ମହା ପାତ୍ର ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ କୋଷାଧ୍ଯକ୍ଷ ସୁରେଶ ମିଶ୍ର, ସହ କୋଷାଧକ୍ଷ ଗୌରାଙ୍ଗ ଚରଣ ନାୟକ, ଅକ୍ଷୟ କୁମାର ଉପାଧ୍ୟାୟ, କାର୍ଯ୍ୟକାରି ସଭ୍ଯ ଗାନ୍ଧୀ ଚୌଧୁରୀ,ବିଷ୍ନୁପଦ ଦାସ, ପ୍ରଭାକର ମଲ୍ଲିକ, ରାଧାବଲ୍ଲଭ ସିଂ, ଅଖିଳ କୁମାର ସାହୁ ନିରଞ୍ଜନ ଦାଶ, ଗିରିଜା ଶଙ୍କର ମହାପାତ୍ର, ବିଷ୍ନୁ ମୋହନ ମହାନ୍ତି, କାମେଶ୍ଵର ରାଓ, ନିରଞ୍ଜନ ପଣ୍ଡା ଡ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ମନୋରଞ୍ଜନ ମହାନ୍ତି, ସୁଶୀଲ ପଟନାୟକ, ରାମଚନ୍ଦ୍ର ମିଶ୍ର ବଂଶୀଧର ନାୟକ ତ୍ରିଲୋଚନ ନାୟକ ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ ରବିନାରାୟଣ କର ପ୍ରତାପ ପୃଷ୍ଟି ଡ଼ ସଚିଦାନଁଦ ପ୍ରଧାନ ଓ ସମ୍ମାନିଅ ଆଜୀବନ ସଦସ୍ୟ ଓ ସଦସ୍ୟା ମାନଙ୍କ ସହଯୋଗ ରୁ କାର୍ଯ୍ୟକ୍ରମ ଗୁଡିକ ଅତି ସୁନ୍ଦର ଭାବରେ ହୋଇ ପାରିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କର କଲ୍ଯାଣ ହେଉ ଏତିକି କାମନା କରୁଛୁ ବୋଲି କହିଛନ୍ତି ଡାକ୍ତର ନାରାୟଣ ମହାପାତ୍ର, ସମ୍ପାଦକ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ।