ରାଜ୍ୟ

ଅବକାରୀ କଷ୍ଟୋଡିରେ ମହିଳାଙ୍କ ଆତ୍ମହତ୍ୟା

ମାଲକାନଗିରି ।ତା:୦୮/୦୭
ମାଥିଲି ଅବକାରୀ ଥାନାରେ ଜଣେ ମହିଳା ଆତ୍ମ ହତ୍ୟା କରି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଆତ୍ମ ହତ୍ୟା କରିଥିବା ମହିଳାଙ୍କ ନାମ ପ୍ରୀତି ବିଶ୍ୱାସ ଏବଂ ତାଙ୍କ ଘର ଏମ.ଭି-୬୬ ଗ୍ରାମ ବୋଲି କୁହାଯାଇଛି । ଗତ କାଲି ମାଥିଲି ଥାନା ଅନ୍ତର୍ଗତ କମଳାପଦର ନିକଟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ମାଥିଲି ଅବକାରୀ କର୍ମଚାରୀମାନେ ସନ୍ଦେହରେ ପ୍ରୀତି ବିଶ୍ବାସ ଙ୍କୁ ଯାଞ୍ଚ କରିଥିଲେ । ତାଙ୍କ ନିକଟରେ ଥିବା ଏକ ବ୍ୟାଗରେ କିଛି ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ ଅବକାରୀ କର୍ମଚାରୀମାନେ। ଗଞ୍ଜେଇ ସହ ଜନୈକା ମହିଳାଙ୍କୁ ମାଥିଲି ସ୍ଥିତ ଅବକାରୀ ଥାନାକୁ ଆଣିଥିଲେ । ରାତି ହୋଇ ଯାଇଥିବାରୁ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇ ନଥିଲା । ସକାଳୁ ମହିଳା ଜଣଙ୍କ ନିଜ ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ପରେ ମହିଳାଙ୍କୁ ସ୍ଥାନୀୟ ମାଥିଲି ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଡାକ୍ତର ଉକ୍ତ ମହିଳାଙ୍କ ମୃତ ହୋଇ ଥିବା ଘୋଷଣା କରିଥିଲେ । ମାଥିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ଲାଗି ପ୍ରେରିତ କରିଛି। ତେବେ ଏହାକୁ ନେଇ ମାଥିଲି ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *